ETV Bharat / bharat

Assam Flood: ଅଣାୟତ ଆସାମ ବନ୍ୟା ସ୍ଥିତି, ୧୧୮ ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Jun 25, 2022, 7:35 AM IST

ଆସାମରେ ଅଣାୟତ ବନ୍ୟା ପରିସ୍ଥିତି । ୨୪ ଘଣ୍ଟାରେ ପୁଣି ଗଲା ୧୦ ଜୀବନ, ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧୮ ଛୁଇଁଲା । ଅଧିକ ପଢନ୍ତୁ

Assam Flood: ଅଣାୟତ ଆସାମ ବନ୍ୟା ସ୍ଥିତି, ମୃତ୍ୟୁ ସଂଖ୍ୟା ୧୧୮ ଛୁଇଁଲା

ଗୌହାଟୀ: ଆସାମରେ ଅଣାୟତ ବନ୍ୟା ପରିସ୍ଥିତି । ୨୪ ଘଣ୍ଟାରେ ପୁଣି ଗଲା ୧୦ ଜୀବନ, ୨୮ ଜିଲ୍ଲାର ୩୩.୩ ଲକ୍ଷ ଲୋକ ପ୍ରଭାବିତ । ଏବେବି ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଥିବା ଜିଲ୍ଲାର ସିଲଚର ଟାଉନ କ୍ରମାଗତ ପଞ୍ଚମ ଦିନ ଜଳମଗ୍ନ ହୋଇ ରହିଥିବା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ (ASDMA) ତରଫରୁ ସୂଚନା ପ୍ରଦାନ କରାଯାଇଛି । ଧୁବ୍ରିରେ ବ୍ରହ୍ମପୁତ୍ର ଏବଂ ନାଗାଓଁର କୋପିଲିରେ ନଦୀଗୁଡ଼ିକ ଫୁଲିବାରୁ ବନ୍ୟା ପରିସ୍ଥିତି ଥମିବାର ନା ଧରୁନି ।

୧୦ ମୃତକଙ୍କ ମଧ୍ୟରୁ ବାରପେଟା, ଧୁବ୍ରି, କରିମଗଞ୍ଜ ଏବଂ ଉଦଲଗୁରୀ ଜିଲ୍ଲାରୁ ଦୁଇଜଣ ଲେଖାଏଁ, କାଚର ଏବଂ ମୋରିଗାଓଁରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟ ୧୧୮ ଛୁଇଁଛି । ବନ୍ୟାରେ ପ୍ରଭାବିତଙ୍କୁ ସରକାରଙ୍କ ତରଫରୁ ସରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏଥିପାଇଁ ସିଲଚରରେ ୨ଟି ଡ୍ରୋନ ମଧ୍ୟ ନିୟୋଜିତ କରାଯାଇଛି ।

ତେବେ କାଚର ଜିଲ୍ଲାରେ ବନ୍ୟାପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଗୁରୁବାର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ସିଲଚର ସହରର ଏରିଏଲ ସର୍ଭେ କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଛି । ମାତ୍ର ସ୍ଥିତିରେ ସୁଧାର ଆସିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.