ETV Bharat / bharat

ପ୍ରାର୍ଥନା ଆଳରେ କରାଉଥିଲେ ଧର୍ମ ପରିବର୍ତ୍ତନ, 10 ଗିରଫ - ପ୍ରାର୍ଥନସଭା ଆଳରେ ଧର୍ମ ପରିବର୍ତ୍ତନ

ଉତ୍ତରପ୍ରଦେଶର ବହରାଇଚରେ ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ସିଦ୍ଧନପୂର୍ବା ଗାଁରେ ପ୍ରାର୍ଥନସଭା ଆଳରେ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ

ଧର୍ମ ପରିବର୍ତ୍ତନ ଅଭିଯୋଗ
ଧର୍ମ ପରିବର୍ତ୍ତନ ଅଭିଯୋଗ
author img

By

Published : Jul 10, 2023, 6:30 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚରେ ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ସିଦ୍ଧନପୂର୍ବା ଗାଁରେ ପ୍ରାର୍ଥନସଭା ଆଳରେ ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକେ । ସୂଚନା ଅନୁସାରେ, ପ୍ରତ୍ୟେକ ରବିବାର ପ୍ରାର୍ଥନା ସଭାର ଆୟୋଜନ ହେଉଥିଲା। ଏଥିରେ ଆଖପାଖ ଅଞ୍ଚଳର ଲୋକେ ବହୁ ସଂଖ୍ୟାରେ ଆସି ଯୋଗ ଦେଉଥିଲେ । ଯାହାର ଖବର ପାଇ ବଜରଙ୍ଗ ଦଳର ସଂଯୋଜକ ଦୀପକ ଶ୍ରୀବାସ୍ତବ ସେଠାରେ ପହଞ୍ଚିଥିଲେ । ଏହାସହ ଖବର ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ତେବେ ପୋଲିସ ଏବଂ ବଜରଙ୍ଗ ଦଳର ସଦସ୍ୟଙ୍କୁ ଏକାଠି ଦେଖିବା ପରେ ପ୍ରାର୍ଥନା ସଭାରେ ଉପସ୍ଥିତ ଥିବା ଲୋକେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଧର୍ମ ପରିବର୍ତ୍ତନ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିରୁ ସଂପୃକ୍ତ ଥିବା ଅନ୍ୟ 10ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେଠାରେ ଖ୍ରୀଷ୍ଟ ଧର୍ମର ପୂଜକ ତଥା ପାଦ୍ରୀ ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ରୋଗାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ସୁସ୍ଥ ହେବାର ପ୍ରଲୋଭନ ଦେଖାଇ ଏଠାରେ ଧର୍ମ ପରିବର୍ତ୍ତନ କରାଯାଉଥିବା ଜଣା ପଡିଥିଲା । ପ୍ରତି ରବିବାର ଦିନ ଏଠାରେ ସବା କରାଯାଇ ଅନେକ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଯାଉଥିଲା । ଯାହାର ସୁରାକ ପାଇଥିଲେ ବଜରଙ୍ଗ ଦଳର ସଦସ୍ୟ। ପରେ ପୋଲିସ ପହଞ୍ଚି ଏହି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅଧିକ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ...Triple Talaq: ଥାନାରେ ପତ୍ନୀକୁ ତିନି ତଲାକ ଦେଲା ସ୍ବାମୀ, ମାମଲା ରୁଜୁ

ତେବେ ପୂର୍ବରୁ ହିନ୍ଦୁ ସମ୍ପ୍ରଦାୟର ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମାନ୍ତରଣ କରାଯାଉଥିବାର ନଜିର ରହିଛି । ଏହି ରାକେଟ୍ ପାକିସ୍ତାନରୁ ଚାଲିଥିବା ଜାଣିବାକୁ ପାଇଛି ପୋଲିସ । ପ୍ରଥମେ ଅନଲାଇନ ଗେମ୍ ଜରିଆରେ ଚିହ୍ନା ପରିଚୟ ହେବା ପରେ ଧୀରେଧୀରେ ଗଢିଉଠୁଛି ସମ୍ପର୍କ । ଆଉ ପରେ ପାକିସ୍ତାନୀ ଯୁବତୀଙ୍କ ପ୍ରେମ ଜାଲରେ ଫସି ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପଛାଉନାହାନ୍ତି ପ୍ରେମିକ । ଏହି ରାକେଟରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 100 ଯୁବତୀ ସାମିଲ ଥିବା ଖବର ମିଳିଛି । ଗତ କିଛି ଦିନ ମଧ୍ୟରେ ଗୁଜରାଟ ଓ ହାଇଦ୍ରାବାଦରୁ ଅନେକ ଆତଙ୍କୀଙ୍କୁ ଗିରଫ କରିଛି ଗୁଜରାଟ ଏଟିଏସ । ସଂପୃକ୍ତ ଆତଙ୍କବାଦୀମାନେ ଇସଲାମିକ ଷ୍ଟେଟ ଆତଙ୍କୀ ସଂଗଠନ ପାଇଁ କାମ କରୁଥିବା ଜାଣିବାକୁ ପାଇଛି ପୋଲିସ ।

ତେବେ ହାଇଦ୍ରାବାଦରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ ଖାଦିଜା ଏବଂ ସୁମେରା ରେଡିକ୍ଲାଇଜ । ତେବେ ସେମାନେ ଇସଲାମିକ ଷ୍ଟେଟ୍ ଖୁରାସାନରୁ ହୋଇଥିବା ଜଣାପଡିଛି । ଅନଲାଇନ ଗେମ୍ ଜରିଆରେ ହିନ୍ଦୁ ଯୁବକଙ୍କୁ ଫସାଇ ପ୍ରଥମେ ଧର୍ମ ପରିବର୍ତ୍ତନ କରିବା ପରେ ନିଜ ସଂଗଠନରେ ସେମାନେ ସାମିଲ କରାଉଥିବା ଜାଣିବାକୁ ପାଇଛି ପୋଲିସ । ତେଲେଙ୍ଗାନା, ଗୁଜରାଟ ସମେତ ଉତ୍ତରପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ମଧ୍ୟ ମୁସଲିମ ଟ୍ରାପ ମିଶନ ରାକେଟ୍ ସକ୍ରିୟ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.