ETV Bharat / bharat

ଜାଡ଼ରେ ଥରୁଛି ଦେଶ, ଖସୁଛି ପାରଦ ବଢ଼ୁଛି ଶୀତ

author img

By

Published : Jan 6, 2023, 1:14 PM IST

ଦେଶରେ ଜାରି ରହିଛି ଶୀତ ପ୍ରକୋପ । ଖସୁଛି ପାରଦ ବଢ଼ୁଛି ଶୀତ । ଦେଶର ବିଭିନ୍ନ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ, ଶୀତ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଧନଜୀବନ । ୪.୪ ଡିଗ୍ରୀ ତଳେ ରାଜଧାନୀ ଦିଲ୍ଲୀର ତାପମାତ୍ରା । ଅଧିକ ପଢ଼ନ୍ତୁ

ଶୀତରେ ଥରୁଛି ଦେଶ
ଶୀତରେ ଥରୁଛି ଦେଶ

ନୂଆଦିଲ୍ଲୀ: କଲବଲ କରୁଛି ଶୀତ । ଉତ୍ତର ଭାରତରେ ଜାରି ରହିଛି ଶୀତର ଲହରୀ । ଦେଶର ବିଭିନ୍ନ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ, ଶୀତ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଧନଜୀବନ । ଖସୁଛି ପାରଦ ବଢ଼ୁଛି ଶୀତ । ଉତ୍ତର ଏବଂ ମଧ୍ୟ ଭାରତରେ ହାଡଭଙ୍ଗା ଥଣ୍ଡା ଜାରି ରହିଛି । ଏହାରି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ପାରଦ ତଳକୁ ଖସିବାରେ ଲାଗିଛି । ଦିଲ୍ଲୀର ତାପମାତ୍ରା ୩ ଡିଗ୍ରୀ ଏବଂ ଏହାଠୁ କମ୍ ରେକର୍ଡ କରାଯାଇଛି ।

  • पंजाब: बठिंडा शहर में घना कोहरे और शीत लहर के कारण लोगों को काफी परेशानी का सामना करना पड़ रहा है।

    एक स्थानीय ने बताया, "बठिंडा में काफी कोहरा है। एक व्यक्ति को दूसरा व्यक्ति नहीं दिख रहा है। कहीं आने-जाने में काफी दिक्कत हो रही है।" (05.01) pic.twitter.com/rmkTPHOMz0

    — ANI_HindiNews (@AHindinews) January 5, 2023 " class="align-text-top noRightClick twitterSection" data=" ">

ଯଦି 2 ବର୍ଷର ଆକଳନ ଦେଖାଯାଏ, ଜାନୁଆରୀରେ ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ରହିଛି । ବୁଧବାର ରାଜଧାନୀରେ ଏହା ୪.୪ ଡିଗ୍ରୀ ଥିଲା । ଡାଲହୋଜୀରେ (୪.୯ ଡିଗ୍ରୀ ସେଲସିୟସ), ଧର୍ମଶାଳା (୫.୨ ଡିଗ୍ରୀ), କାଙ୍ଗ୍ରା (୩.୨ ଡିଗ୍ରୀ), ଶିମଲା (୩.୭ ଡିଗ୍ରୀ), ଡେରାଡୁନ୍ (୪.୬ ଡିଗ୍ରୀ), ମସୁରୀ (୪.୪ ଡିଗ୍ରୀ) ଏବଂ ନୈନିତାଲ (୬.୨ ଡିଗ୍ରୀ) ଠାରୁ କମ୍ ଥିଲା । ଶୀତକୁ ନେଇ ଭାରତୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ଏହାସହ ଜାନୁଆରୀ 6 ଶୁକ୍ରବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଡିଗ୍ରୀ ହୋଇପାରେ । ଏହା ବ୍ୟତୀତ ଶୀତଳ ତରଙ୍ଗ ମଧ୍ୟ ଜାରି ରହିପାରେ । ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ 7 ତାରିଖରୁ ଉତ୍ତର-ପଶ୍ଚିମ ଭାରତରେ ଶୀତର କୋପ ବଢ଼ିବାର ସମ୍ଭାବନା ରହିଛି ।

  • Delhi | People light up bonfires to find respite from the prevailing cold wave and fog conditions in the national capital. Visuals from the Nizamuddin area pic.twitter.com/rMOU0R6Dbk

    — ANI (@ANI) January 6, 2023 " class="align-text-top noRightClick twitterSection" data=" ">

ପାଣିପାଗ ବିଭାଗ କହିଛି ଯେ , ଆଜି ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜସ୍ଥାନ, ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଶୀତ ପ୍ରବାହ ଜାରି ରହିବ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପଶ୍ଚିମ ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ମଧ୍ୟପ୍ରଦେଶର ଅନେକ ଅଂଶରେ ଘନ କୁହୁଡି ସମ୍ଭବ। ଶ୍ରୀନଗର ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ କେତେକ ସ୍ଥାନ ରାତିରେ ଶୀତ ରେକର୍ଡ ଭାଙ୍ଗୁଛି। ପାଣିପାଗ ବିଭାଗ ଅନୁଯାୟୀ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

ଅନ୍ୟପଟେ ଓଡ଼ିଶାରେ ଶୀତ ପ୍ରକୋପ ସାମାନ୍ୟ ବଢ଼ିଛି । ଆସନ୍ତା ଦୁଇଦିନ ଭିତରେ ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ କମିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତା ଦୁଇଦିନ ଉତ୍ତର ଦିଗରୁ କାଲୁଆ ପବନ ପ୍ରବାହ ବଢ଼ିବ । ଏହା ପ୍ରଭାବରେ ରାତି ତାପମାତ୍ରା ଏବେ ଯେତିକି ଅଛି, ତା' ତୁଳନାରେ ୩ରୁ ୫ ଡିଗ୍ରୀ କମିପାରେ । ଗୁରୁବାର ରାତିରେ ଟ୍ବିନସିଟି କଟକର ତାପମାତ୍ରା ୧୧.୭ ଡିଗ୍ରୀ ଏବଂ ଭୁବନେଶ୍ବରର ତାପମାତ୍ରା ୧୫.୮ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ବୁଧବାର ରାତିରେ ଢେଙ୍କାନାଳରେ ୧୨, ବାରିପଦାରେ ୧୩, କୋରାପୁଟରେ ୧୩, ଦାରିଙ୍ଗିବାଡ଼ିରେ ୧୩, କେନ୍ଦୁଝରରେ ୧୩.୨, ଫୁଲବାଣୀ ୧୪, କେନ୍ଦ୍ରାପଡ଼ା ୧୪.୬, ଅନୁଗୁଳ ୧୪.୬, ନୂଆପଡ଼ା ୧୫, ସୁନ୍ଦରଗଡ଼ ୧୫, କଟକ ୧୫.୨, ଚାନ୍ଦବାଲି ୧୫.୩, ଭୁବନେଶ୍ୱରର ୧୫.୮ ଡିଗ୍ରୀ ସେଲସିୟସ ଥିଲା । ଅନ୍ୟପଟେ ଗୁରୁବାର ଦିନ ତମାମ ଅନେକ ସ୍ଥାନରେ ଦିନ ତାପମାତ୍ରା ବି ହ୍ରାସ ପାଇଥିଲା । ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୨୫-୨୬ ଡିଗ୍ରୀ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.