ହାଇଦ୍ରାବାଦ : ତେଲେଙ୍ଗାନାର ମନଚେରିଆ ସହରର ଜଣେ ଯୁବକ ସୋ'ରୁମରେ ଡିଲରଙ୍କୁ କଏନ ଦେଇ କିଣିଲେ ସ୍ପୋର୍ଟସ ବାଇକ KTM ।ଭେଙ୍କଟେଶ ନାମକ ଜଣେ ଯୁବକ ଏକ ଅନଲାଇନ୍ ଗେମିଂ ଚ୍ୟାନେଲ ଚଳାଉଛନ୍ତି । ଏହି ଚ୍ୟାନେଲ ମାଧ୍ୟମରେ ସେ କଏନ ସଞ୍ଚୟ କରିଆସୁଥିବା ବେଳେ ସର୍ବଦା ଏକ ସ୍ପୋଟ୍ସ ବାଇକ୍ କିଣିବାର ସ୍ବପ୍ନ ଦେଖିଥିଲେ । ତେବେ ଭେଙ୍କଟେଶ ବାଇକ କିଣିବାକୁ ଟଙ୍କା ଜମାଇବା ପରେ ଏକ ନିଆରା ଅନ୍ଦାଜରେ ଶୋ’ରୁମକୁ ଯାଇଥିଲେ ।
ଭେଙ୍କଟେଶ ଯେତେବେଳେ ଶୋ’ରୁମ ମ୍ୟାନେଜରକୁ ବାଇକର ମୂଲ୍ୟ 2.85 ଲକ୍ଷ ଟଙ୍କା କହିଥିଲେ । ଏହାପରେ ଭେଙ୍କଟେଶ କଏନ ଭର୍ତ୍ତି 112 ପଲିଥିନ ବ୍ୟାଗ ଶୋ’ରୁମକୁ ଆଣିଥିଲେ । ଏନେଇ ମୁଦ୍ରା ଗଣିବା ପାଇଁ ଶୋ’ରୁମ୍ କର୍ମଚାରୀମାନେ ଦିନ ସାରା ସମୟ ନେଇଥିଲେ ।
ଭେଙ୍କଟେଶ କହିବାନୁସାରେ, ସେ ପିଲାଦିନରୁ KTM ବାଇକ୍ ପସନ୍ଦ କରନ୍ତି ଏବଂ ବଡ ହେବା ପରେ ସବୁବେଳେ ଏହା କିଣିବାକୁ ମଧ୍ୟ ଚାହୁଁଥିଲେ । ଏଥିସହ ସେ କହିଛନ୍ତି " ମୁଁ ଅନ୍ୟ ମାନଙ୍କ ଠାରୁ କିଛି ଭିନ୍ନ ଅନ୍ଦାଜରେ ବାଇକ କିଣିବାକୁ ଚେଷ୍ଟା କଲି । ସେଥିପାଇଁ ମୁଁ କଏନ ଜମା କରିବା ପରେ ଏହି ବାଇକ କିଣିଲି ବୋଲି ସେ କହିଛନ୍ତି ।
ସେହିପରି ଏଭଳି ଏକ ଘଟଣା ତାମିଲନାଡୁରେ ମଧ୍ୟ ଦେଖିବାକୁ ମିଳିଥିଲା । ସଲିମ ନାମକ ଜଣେ ଯୁବକ ନିଜର ଡ୍ରିମ ବାଇକ 2.6 ଲକ୍ଷର କଏନ ଦେଇ କିଣିଥିଲେ ଯାହାକୁ ସଞ୍ଚୟ କରିବାରୁ ତାଙ୍କୁ 3ବର୍ଷ ଧରି ସମୟ ଲାଗିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ