ହାଇଦ୍ରାବାଦ: 119 ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ପାଇଁ ଆସନ୍ତାକାଲି(ଗୁରୁବାର) ଭୋଟ୍ ଗ୍ରହଣ । ମୋଟ 3.26 କୋଟି ଭୋଟର 35,655 ମତଦାନରେ ମତାଧିକାର ସାବ୍ୟସ୍ତ କରିବେ। 106ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ 7 ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ଭୋଟ ନିଆଯିବ । ବାକି 13ଟି ସମ୍ବେଦନଶୀଳ ଆସନରେ ସକାଳ 7ଟା ରୁ ଅପରାହ୍ନ 4 ମଧ୍ୟରେ ହେବ ମତଦାନ । 119ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି 2290 ଜଣ ପ୍ରାର୍ଥୀ । 2023 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ହେଭିୱେଟ୍ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ବିଆରଏସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କେସିଆର, ତାଙ୍କ ପୁଅ ତଥା ଆଇଟିମନ୍ତ୍ରୀ କେ. ଟି. ରାମା ରାଓ, ରାଜ୍ୟ କଂଗ୍ରେସ ସଭାପତି ରେଭାନଥ୍ ରେଡ୍ଡି, ବିଜେପି ଲୋକସଭା ସଦସ୍ୟ ବଣ୍ଡି ସଞ୍ଜୟ କୁମାର ଏବଂ ଡି. ଅରବିନ୍ଦ ଏବଂ ପୂର୍ବତନ କ୍ରିକେଟର ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_two.jpg)
ନିର୍ବାଚନକୁ ସୁରୁଖୁରୁରେ ସଂପନ୍ନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ ବୁଥରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଶେଷ କରି ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ଅଞ୍ଚଳରେ ଥିବା ପୁଲିଂ ବୁଥ୍ ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ସବୁଠି ନିର୍ମାଣ ହୋଇଛି ଚେକ୍ ପୋଷ୍ଟ । ଚଳିତ ନିର୍ବାଚନରେ ବରିଷ୍ଠ ନାଗରିକ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 80 ବର୍ଷ କିମ୍ବା ତା ଠାରୁ ଅଧିକ ବୟସ୍କ ଭୋଟରମାନେ ଘରୁ ଥାଇ ଭୋଟ୍ ଦେଇ ପାରିବେ। ତେବେ ଯେଉଁମାନେ ଏନେଇ ପୂର୍ବରୁ ଆବେଦନ କରିସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ନିୟମ (ସୁବିଧା) ଲାଗୁ ହେବ।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_three.jpg)
ଏହା ମଧ୍ଯ ପଢ଼ନ୍ତୁ: ତେଲେଙ୍ଗାନା ରଣ: କ୍ୟାପିଟାଲ ସିଟି ହାଇଦ୍ରାବାଦ ଜନମତ ହେବ ନିର୍ଣ୍ଣାୟକ !
ଶାସକ ଦଳ ଭାରତ ରାଷ୍ଟ୍ର ସମିତି( ବିଆରଏସ) ସମସ୍ତ 119 ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି । ବିଜେପି 111 ଆସନରେ ଲଢ଼ୁଥିବା ବେଳେ, ସହଯୋଗୀ ଦଳ ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି 8ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି କଂଗ୍ରେସ ପାର୍ଟି 118 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ, ସିପିଆଇକୁ ଗୋଟିଏ ସିଟ୍ ଆବଣ୍ଟନ କରିଛି।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_six.jpg)
ଚଳିତ ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି କାମାରେଡ୍ଡି ଏବଂ ଗଜୱେଲ୍ ବିଧାନସଭା ଆସନ । କାମାରେଡ୍ଡିରେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଚ୍ୟାଲେଞ୍ଜ କରିବାକୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ପିସିସି ସଭାପତି ରେଭାନଥ ରେଡ୍ଡି । ଗଜୱେଲରେ ବିଜେପିର ନିର୍ବାଚନ ପ୍ରଚାର ସଭାପତି ଏଟାଲା ରାଜେନ୍ଦର, ସିଏମ କେସିଆରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_first.jpg)
ଏହା ମଧ୍ଯ ପଢ଼ନ୍ତୁ:ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଆରଏସ-କଂଗ୍ରେସ-ବିଜେପି ମଧ୍ୟରେ ମେଗା ବ୍ୟାଟେଲ
2023 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ତୁଙ୍ଗ କେନ୍ଦ୍ରୀୟ ନେତା । ସେହିପରି କଂଗ୍ରେସ ପାଇଁ କ୍ୟାମ୍ପେନ କରିଥିଲେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ଏବଂ କଂଗ୍ରେସ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ବେ । ସେପଟେ ବିଆରଏସର ପ୍ରଚାରର ମଙ୍ଗ ଧରିଥିଲେ ସିଏମ୍ କେସିଆର ଏବଂ ପୁଅ କେଟିଆର୍ ।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_four.jpg)
2024 ସାଧାରଣ ନିର୍ବାଚନ ପୂର୍ବରୁ, 2023 ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଜାତୀୟ ରାଜନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ବିଜେପି ଏବଂ କଂଗ୍ରେସ ପାଇଁ ମହତ୍ବ ରଖୁଛି ତେଲେଙ୍ଗାନା ରେଜଲ୍ଟ । 2014ରୁ ତେଲେଙ୍ଗାନାରେ ରାଜ୍ କରି ଆସୁଥିବା କେସିଆର, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ବେଳେ, ଏଥର କଡ଼ା ମୁକାବିଲା କରୁଛି କଂଗ୍ରେସ ପାର୍ଟି । କର୍ଣ୍ଣାଟକ ବିଜୟର ଫର୍ମୂଲା ତେଲେଙ୍ଗାନାରେ ପ୍ରୟୋଗ କରିଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ସେପଟେ ବିଜେପି ମଧ୍ୟ ପୁରା ଦମ୍ ଲଗାଇ ଦେଇଛି । ଏଥର ନିର୍ବାଚନରେ ବିଜେପି ଗେମ୍ ଚେଞ୍ଜର ହୋଇ ପାରେ ବୋଲି ଆକଳନ କରୁଛନ୍ତି ନିର୍ବାଚନୀ ବିଶାରଦ ମହଲ ।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_seven.jpg)
2023 ଅକ୍ଟୋବର 9 ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ନଭେମ୍ବର 30ରେ ଭୋଟ ନିଆଯିବାକୁ ଥିବା ବେଳେ, ଡିସେମ୍ବର 3 ତାରିଖରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ । ତେଲେଙ୍ଗାନା ନିର୍ବାଚନ ପରିଚାଳନରେ ନିୟୋଜିତ ହୋଇଛନ୍ତି 2 ଲକ୍ଷ 50 ହଜାର କର୍ମଚାରୀ ।
![ଆସନ୍ତାକାଲି ଭୋଟ୍ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ ସମ୍ଭାବନା, ବିଜେପି ହୋଇପାରେ ଗେମ୍ ଚେଞ୍ଜର୍](https://etvbharatimages.akamaized.net/etvbharat/prod-images/29-11-2023/20144101_five.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ