ହାଇଦ୍ରାବାଦ: ଆଜି ତେଲେଙ୍ଗାନାରେ ପୁଣି ୩ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏଯାଏଁ ତେଲେଙ୍ଗାନାରେ ୪୧ ଜଣ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗତ ଶନିବାର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ମିଳିଥିବା ସୂଚନା ମୁତାବକ, ଓମିକ୍ରନ ବଳୟରେ ଥିବା ଦେଶ ଗୁଡ଼ିକରୁ ମୋଟ ୩୩୩ ଜଣ ଯାତ୍ରୀ ତେଲେଙ୍ଗାନାକୁ ଫେରିଛନ୍ତି ।
ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖା ଦେଇଛି । ସେହି ୮ଟି ନମୁନାକୁ ଓମିକ୍ରନ ଟେଷ୍ଟ ପାଇଁ ପଠାଯାଇଥିଲା, ଯେଉଁଥିରେ କି ରିପୋର୍ଟ ଅନୁଯାୟୀ କାହାଙ୍କ ମଧ୍ୟରେ ଓମିକ୍ରମ ଭାରିଆଣ୍ଟ ଦେଖାଯାଇ ନାହିଁ ।
@ANI