ETV Bharat / bharat

Paper Leak case: SIT ଅଫିସ ଘେରାଉ ବେଳେ ମୁଁହାମୁଁହି, ପୋଲିସକୁ ଚାପୁଡା ମାରିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ପେପର ଲିକ୍‌ ମାମଲାରେ ଏସଆଇଟି କାର୍ଯ୍ୟାଳୟ ଘେରାଉ ପାଇଁ ପହଞ୍ଚିଲେ YSRTP ମୁଖ୍ୟ ଓ୍ବାଇଏଶ ଶର୍ମିଲା । ପୋଲିସ ବାଧା ଦେବାରୁ ହେଲା ମୁଁହାମୁହିଁ ସ୍ଥିତି । ଅଧିକ ପଢନ୍ତୁ

author img

By

Published : Apr 24, 2023, 3:50 PM IST

Updated : Apr 24, 2023, 4:09 PM IST

Paper Leak case : ପୋଲିସକୁ ଚାପୁଡା ମାରିଲେ ଓ୍ବାଇଏସ ଶର୍ମିଲା

SIT ଅଫିସ ଘେରାଉ ବେଳେ ମୁଁହାମୁଁହି

ହାଇଦ୍ରାବାଦ: ପେପର ଲିକ୍‌ ମାମଲାରେ ଆନ୍ଦୋଳନ ବେଳେ ପୋଲିସକୁ ଚାପୁଡା ମାରିଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି(YSRTP) ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ ଶର୍ମିଲା । ଆଜି ପୂର୍ବାହ୍ନରେ ଶର୍ମିଲା ମାମଲାର ତଦନ୍ତ କରୁଥିବା ଏସଆଇଟି କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ବାଧା ଦେବା ବେଳେ ସେ ପୋଲିସ ସହ ମୁଁହାମୁହିଁ ହେବା ସହ ପୋଲିସ କର୍ମୀଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି । ଏନେଇ ଏକାଧିକ ଭିଡିଓ ଗଣମାଧ୍ୟମରେ ପ୍ରାସାରିତ ହେଉଛି ।

ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଦ୍ବାରା ପ୍ରସାରିତ ଭିଡିଓରେ ଶର୍ମିଲା ତାଙ୍କ କାର୍‌ରେ ଏସ୍‌ଆଇଟି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ତାଙ୍କୁ ପୋଲିସ ରୋକିବା ପାଇଁ ପ୍ରୟାସ କରୁଛି । ସେ ତାଙ୍କ ଡ୍ରାଇଭରଙ୍କୁ କାର କାର୍ଯ୍ୟାଳୟ ଭିତରକୁ ନେବା ପାଇଁ କହୁଛନ୍ତି । କାରରୁ ଓହ୍ଲାଇବା ପରେ ମହିଳା ପୋଲିସ ଅଧିକାରୀମାନେ ତାଙ୍କୁ ଉକ୍ତ ସ୍ଥାନରୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଶର୍ମିଲା ସେମାନଙ୍କୁ ଧକ୍କା ମାରିବା ସହ ଜଣେ ମହିଳା ପୋଲିସ କର୍ମୀଙ୍କୁ ଚାପୁଡା ମାରୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି ।

ଅନ୍ୟ ଏକ ଭିଡିଓରେ ପୋଲିସ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ କାରରୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ ଚାପୁଡା ମାରିବା ସହ ବେଶ କିଛି ସମୟ ଧରି ଯୁକ୍ତିତର୍କ କରୁଛନ୍ତି । ପୋଲିସ ସହ ମୁଁହାମୁହିଁ ହେବା ପରେ ସେ କାର୍ଯ୍ୟାଳୟ ବାହାରେ ହିଁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ କେସିଆରଙ୍କ ସରକାର ବିରୋଧରେ ବାରମ୍ବାର ଧାରଣା ଓ ପ୍ରତିବାଦ କରୁଥିବା ଶର୍ମିଲାଙ୍କ କ୍ଷେତ୍ରରେ ଏପରି ଘଟଣା ପ୍ରଥମ ନୁୁହେଁ । ପୂର୍ବରୁ ମଧ୍ୟ ଏକ ଆନ୍ଦୋଳନ ବେଳେ ସେ ପୋଲିସ ସହ ମୁଁହାମୁଁହି ହୋଇଥିଲେ । ସେ ତାଙ୍କ କାରରେ ବସିଥିବା ବେଳେ ପୋଲିସ ତାଙ୍କୁ କାର ସହ ପୁଲିଂ ଭେଇକିଲ ଲଗାଇ ଥାନାକୁ ଟାଣି ନେଇଥିଲା । ଯାହାର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।

କଣ ଏହି ପେପର ଲିକ୍‌ ମାମଲା: ତେଲେଙ୍ଗାନା ପବ୍ଲିକ ସର୍ଭିସ କମିଶନ ଦ୍ବାରା ଦେବାକୁ ଥିବା ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ମାମଲରେ ବିରୋଧୀ କେସିଆର ସରକାରକୁ ଟାର୍ଗେଟ କରୁଛନ୍ତି । ଏଥିରେ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ତେଲେଙ୍ଗାନା ରାଜନୀତି ଉଷ୍ମ ହେବାରେ ଲାଗିଛି । ଏହାରି ମଧ୍ୟ ସମୟ ନିର୍ଦ୍ଧାରିତ ହୋଇଥିବା ଅନ୍ୟ 3 ନିଯୁକ୍ତି ଭିତ୍ତିକ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଏସଆଇଟି ମଧ୍ୟ ଗଠନ କରିଛନ୍ତି । ଶର୍ମିଲା ଆଜି ଏହି ମାମଲାରେ ଏସଆଇଟି କାର୍ଯ୍ୟାଳୟରେ ଧାରଣା ଦେବା ପାଇଁ ପ୍ରବେଶ ଉଦ୍ୟମ କରିଥିଲେ । ଏଥିରେ ତାଙ୍କୁ ପୋଲିସ ବାଧା ଦେବା ପରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2023, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.