ETV Bharat / bharat

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନା ଶିଳ୍ପ ମନ୍ତ୍ରୀ

author img

By

Published : Jul 8, 2021, 10:38 AM IST

କୋରୋନା ପାଇଁ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ଉଦ୍ୟମ । ଶିଳ୍ପ, ମଧ୍ୟମ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନାର ଆଇଟି ଓ ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ । ଅଧିକ ପଢନ୍ତୁ...

Telangana Minister KT Rama Rao writes to FM Nirmala Sitaraman seeking support for MSMEs in the state amid COVID pandemic
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନର ଶିଳ୍ପ ମନ୍ତ୍ରୀ

ହାଇଦ୍ରାବାଦ: ମହାମାରୀ କୋରୋନା ପାଇଁ ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ଉଦ୍ୟମ । ରାଜ୍ୟରେ ଥିବା ଶିଳ୍ପ ,ମଧ୍ୟମ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ତେଲେଙ୍ଗାନାର ଆଇଟି ଓ ଶିଳ୍ପ ମନ୍ତ୍ରୀ କେଟି ରାମା ରାଓ । ଆଗାମୀ 2022 ମାର୍ଚ୍ଚ 31 ଯାଏଁ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାକେଜ ସହ ରିହାତି ଦେବାକୁ ଦାବି କରିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ପତ୍ରରେ ରାମା ରାଓ କହିଛନ୍ତି ଯେ ସଂକ୍ରମଣ ମାମଲା ହ୍ରାସ ପାଇଛି । ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାରକୁ ବିଚାରକୁ ନେଇ ଏମଏସଏମଇ କ୍ଷେତ୍ରକୁ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି । "ବ୍ୟବସାୟ ଏବଂ ଏମଏସଏମଇରେ ରାଜସ୍ବ ହ୍ରାସ ହେବାର ଗମ୍ଭୀରତାକୁ ଦେଖି ରାଜ୍ୟରେ ଛୋଟବଡ ବ୍ୟବସାୟୀଙ୍କୁ ଆବଶ୍ୟକୀୟ ବିନା ରୁଣର ସହାୟତା କରୁଛନ୍ତି । ଯାହା ମାର୍ଚ୍ଚ 31, 2022 ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଯାହା ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ତକୁ ସଜାଡିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏମଏସଏମଇ ଶିଳ୍ପଗୁଡିକର ପ୍ରାଧାନ୍ୟ ସହିତ ହାଇଦ୍ରାବାଦ ଏବଂ ଏହାର ଆଖପାଖ ଅଞ୍ଚଳ ଗତ ପାଞ୍ଚ ଦଶନ୍ଧି ଧରି ଉତ୍ପାଦନ କ୍ଷେତ୍ର ପାଇଁ ପ୍ରମୁଖ ହବ ହୋଇ ଆସୁଛି । ତେବେ, ଗତ ବର୍ଷ ଠାରୁ ମହାମାରୀ ପରଠାରୁ ଏମଏସଏମଇ ଗୁଡ଼ିକ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଯଦିଓ ମହାମାରୀର ଦ୍ବିତୀୟ ଲହର ସମୟରେ ତେଲେଙ୍ଗାନା ସରକାର ଶିଳ୍ପ ଉପରେ କୈଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି । ତଥାପି ତେଲେଙ୍ଗାନାର ଶିଳ୍ପସଂସ୍ଥା ଉପରେ ଏହାର ପ୍ରଭାବ ପଡିଛି ।

କେବଳ ସେତିକି ନୁହେଁ, ମନ୍ତ୍ରୀ ରାମା ରାଓ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକ କଞ୍ଚାମାଲ କ୍ରୟ ତଥା ଗ୍ରାହକଙ୍କୁ ପ୍ରସ୍ତୁତ ଉତ୍ପାଦନ ପଠାଇବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶିଳ୍ପ ସଂସ୍ଥା ମନ୍ଥର ହେବାର ଅନ୍ୟ ଏକ କାରଣ ହେଉଛି ଶ୍ରମିକ ଅଭାବ । ମହାମାରୀ କାରଣରୁ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକ ନିଜ ରାଜ୍ୟକୁ ଫେରି ଯାଇଛନ୍ତି । ଯାହା ଫଳରେ ଶିଳ୍ପ ସଂସ୍ଥା ଗୁଡିକରେ ଶ୍ରମିକ ଅଭାବ ଲାଗି ରହିଛି । ଏନେଇ ଏମଏସଏମଇ ସପକ୍ଷରେ ସହାୟତା ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.