ETV Bharat / bharat

Orphan Insured and Killed: ଅସହାୟଙ୍କୁ ବୀମାଭୁକ୍ତ କରାଇ ନିର୍ମମ ହତ୍ୟା, ବର୍ଷେ ପରେ ଘଟଣାର ପର୍ଦ୍ଦାଫାସ - telangana man kills a orphan

ତେଲେଙ୍ଗାନାର ଫାରୁକନଗରରେ ଅଭାବନୀୟ ଘଟଣା । ଅସହାୟଙ୍କୁ ବୀମାଭୁକ୍ତ କରାଇ ନୃଶଂସ ଭାବେ ହତ୍ୟା । ଏକ ବର୍ଷ ପରେ ଘଟଣାର ହେଲା ପର୍ଦ୍ଦାଫାସ । ଅଧିକ ପଢ଼ନ୍ତୁ

telangana murder case
ତେଲେଙ୍ଗାନାରେ ନିର୍ମମ ହତ୍ୟା
author img

By

Published : Jan 11, 2023, 3:04 PM IST

ହାଇଦ୍ରାବାଦ: ଅସହାୟଙ୍କୁ ବୀମାଭୁକ୍ତ କରାଇ ନିର୍ମମ ଭାବେ ହତ୍ୟା କରାଗଲା । ଏହାପରେ ଏକ ସଡ଼କ ଦୁର୍ଘଟଣାର ରୂପ ଦେଲେ ହତ୍ୟାକାରୀ । ଏକ ବର୍ଷ ପରେ ଘଟଣାରୁ ଉଠିଲା ପରଦା । ତେଲେଙ୍ଗାନାର ଫାରୁକନଗର ସହର ମୋଗାଲିଗିଡା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁଯାୟୀ, ୱାରାଙ୍ଗଲ ଜିଲ୍ଲାର ବୋଡ଼ା ଶ୍ରୀକାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ହାଇଦ୍ରାବାଦ ଉପକଣ୍ଠ ମେଡିପାଲ୍ଲୀର ବିକାଶ ପତି ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ କାମ କରୁଥିଲେ । ସେ ଅସହାୟ ହୋଇଥିବାରୁ ସାହାଯ୍ୟ ଯୋଗାଇବା ପାଇଁ ବୀମା କରାଇଦେବାକୁ କହିଥଲେ ଶ୍ରୀକାନ୍ତ । ଏହାପରେ ବ୍ୟାଙ୍କରେ ତାଙ୍କ ନାମରେ 50 ଲକ୍ଷ ଟଙ୍କାର ବୀମା କରିଥିଲେ ଏବଂ ବିକାଶଙ୍କ ନାଁରେ 52 ଲକ୍ଷ ଟଙ୍କାର ଋଣ ଆଣି ଏକ ଘର କିଣିଥିଲେ । ଏହାପରେ ବିକାଶଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା ଶ୍ରୀକାନ୍ତ । ମାଲକାଜିଗିରି ପୋଲିସ ଷ୍ଚେସନରେ ହେଡ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ମୋତିତାଲ ଏବଂ ତାଙ୍କ ଅଧିନରେ ଥିବା ସତୀଶ ଏବଂ ସାମନ୍ନାଙ୍କୁ ଟଙ୍କା ଦେଇ ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Joshimath Subsidence: ଜୁରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ଗତ 22 ଡିସେମ୍ବର 2021ରେ ଯୋଜନା ବଦ୍ଧ ଭାବେ ଚାରି ଜଣ ମିଶି ବିକାଶପତିକୁ ଏକ କାରରେ ବସାଇ ଅତ୍ୟଧିକ ମଦ୍ୟପାନ କରାଇଥିଲେ । ବିଳମ୍ବିତ ରାତିରେ ଶାଦନଗରରେ ପହଞ୍ଚି ସେଠାରୁ ମୋଗାଲି ଯାଇଥିଲେ । ଏକ ଗାଁରେ ପହଞ୍ଚି ହକି ବାଡ଼ିରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ । ମୃତଦେହ ଉପରେ ଦୁଇ ଥର କାରକୁ ଚଢ଼ାଇ ରାସ୍ତା ଉପରେ ଛାଡ଼ି ଚାଲିଯାଇଥିଲେ ହତ୍ୟାକାରୀ । ପରଦିନ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମାମଲା ରୁଜୁ କଲା । ମୃତଦେବ ବ୍ୟବଚ୍ଛେଦ ପରେ ଏହା ଏକ ହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Loan Fraud Case: ଜେଲରୁ ମୁକୁଳିଲେ ଚନ୍ଦା କୋଚାର ଓ ସ୍ୱାମୀ ଦୀପକ କୋଚାର

ଅନ୍ୟପଟେ ହତ୍ୟାକାରୀମାନେ ବୀମା ଟଙ୍କା ପାଇବା ନେଇ ପୋଲିସ ସୂଚନା ପାଇଥିଲା । ସଡ଼କ ଦୁର୍ଘଟଣାର ତଦନ୍ତ ବେଳେ ବୀମା କମ୍ପାନୀ ପରିଚାଳକ ପୋଲିସ ସହ ଯୋଗାଯୋଗ କରିଥିଲେ । ବୀମା ଟଙ୍କା ନେବାକୁ ଉଦ୍ୟମ କରୁଥିବା ଲୋକ ମୃତବ୍ୟକ୍ତିଙ୍କ ସହ ମେଳ ନଖାଇବାରୁ ପୋଲିସ ସନ୍ଦେହ କରିଥିଲା । ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଗତ ସୋମବାର 4 ଜଣ ଅଭୁଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନିଆଯାଇଛି । ପୋଲିସ କହିଛି ଯେ, ପୂର୍ବରୁ ଶ୍ରୀକାନ୍ତ ନାମରେ କିଛି ଯୁବକଙ୍କଠାରୁ କ୍ରେଡିଟ କାର୍ଡ ନେବା ଏବଂ ବ୍ୟାଙ୍କରେ ଟଙ୍କା ଜମା କରିବା ଅଭିଯୋଗରେ ନାଚାରାମ ଥାନାରେ ମାମଲା ରୁଜୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.