ETV Bharat / bharat

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ରାଜ୍ୟରେ 48 ଘଣ୍ଟା ଭିତରେ ଲାଗୁ ହେବ ଲକଡାଉନ !

author img

By

Published : Apr 19, 2021, 7:29 PM IST

କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନାରେ ଲକଡାଉନକୁ ନେଇ ଆଗାମୀ 48 ଘଣ୍ଟା ଭିତରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ରାଜ୍ୟରେ 48 ଘଣ୍ଟା ଭିତରେ ଲାଗୁ ହେବ ଲକଡାଉନ !
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ରାଜ୍ୟରେ 48 ଘଣ୍ଟା ଭିତରେ ଲାଗୁ ହେବ ଲକଡାଉନ !

ହାଇଦ୍ରାବାଦ: ଦେଶରେ ଚିନ୍ତା ବଢାଉଛି ମହାମାରୀ କୋରୋନା । ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ଓ କଡା କଟକଣା ଲାଗୁ ହୋଇସାରିଲାଣି । ରାଜଧାନୀ ଦିଲ୍ଲୀର ମଧ୍ୟ 15 ଦିନ ଲକଡାଉନ ଘୋଷଣା କରିଛନ୍ତି ସରକାର । ଏହିକ୍ରମରେ ତେଲେଙ୍ଗାନାରେ ଲକଡାଉନକୁ ନେଇ ଆଗାମୀ 48 ଘଣ୍ଟା ଭିତରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କୋରୋନା ସଂକ୍ରମଣକୁ ନେଇ ତେଲେଙ୍ଗାନା ହାଇକୋର୍ଟ କଠୋର ହେବା ସହିତ ଆଗାମୀ 48 ଘଣ୍ଟା ଭିତରେ ନାଇଟ କର୍ଫ୍ୟୁ କିମ୍ବା ସାପ୍ତାହିକ ଲକଡାଉନ ଲାଗୁ ନେଇ ନିଷ୍ପତ୍ତି ସରକାରଙ୍କୁ ଆଦେଶ ଦେଇଛନ୍ତି ।

ଯଦି ଆସନ୍ତା 48 ଘଣ୍ଟା ମଧ୍ୟରେ ସରକାର ଏହା ଉପରେ ବିଚାର ନକରନ୍ତି ତେବେ କୋର୍ଟ ନିର୍ଦ୍ଦେଶ ଜାରି କରିବେ ବୋଲି ପ୍ରଧାନ ବିଚାରପତି ହିମା କୋହଲି ଏବଂ ଜଷ୍ଟିସ ବିଜୟସେନ ରେଡ୍ଡୀଙ୍କୁ ନେଇ ଗଠିତ ହାଇକୋର୍ଟ ବେଞ୍ଚ ଆଡଭୋକେଟ ଜେନେରାଲ (ଏଜି) ବି.ଏସ ପ୍ରସାଦଙ୍କୁ କହିଛନ୍ତି ।

ତେଲେଙ୍ଗାନାରେ କୋରୋନା ଉପରେ ଲଗାମ ଲଗାଇବାରେ ସରକାରଙ୍କ ଆଭିମୁଖ୍ୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟ ବିଚାରପତି । ଦିଲ୍ଲୀରେ ଲାଗୁ ହୋଇଥିବା ଲକଡାଉନ ବିଷୟରେ କହିବା ସହିତ ରାଜ୍ୟ ସରକାର ମଧ୍ୟ ଶୀଘ୍ର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଆଜି (ସୋମବାର) କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.