ETV Bharat / bharat

ତେଲେଙ୍ଗାନାରେ ଅକ୍ସିଜେନ ଅଭାବ, ଓଡିଶାକୁ ପଠାଇଲା ଖାଲି ଟାଙ୍କି

author img

By

Published : Apr 23, 2021, 4:15 PM IST

ପଡୋଶୀ ତେଲେଙ୍ଗାନାରେ ଅକ୍ସିଜେନର ବ୍ୟାପକ ଅଭାବ ଥିବା ଖବର ସାମ୍ନାକୁ ଆସିଛି । ଆଉ ଏଥିପାଇଁ ଅକ୍ସିଜେନ ନେବାକୁ ଓଡିଶାକୁ ଖାଲି ଟାଙ୍କି ପଠାଇଛି ତେଲେଙ୍ଗାନା । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ଅକ୍ସିଜେନ ଅଭାବ, ଓଡିଶାକୁ ପଠାଇଲା ଖାଲି ଟାଙ୍କି
ତେଲେଙ୍ଗାନାରେ ଅକ୍ସିଜେନ ଅଭାବ, ଓଡିଶାକୁ ପଠାଇଲା ଖାଲି ଟାଙ୍କି

ଭୁବନେଶ୍ବର: ଦେଶରେ ମହାମାରୀ କୋରୋନାର ଭୟାବହତା ମଧ୍ୟରେ ଅକ୍ସିଜେନ ଅଭାବ ପାଲଟିଛି ଚନ୍ତାର କାରଣ । ଗୋଟିଏ ପକ୍ଷେ କୋରୋନାର କରାଳରୂପ ଆଉ ଅନ୍ୟପକ୍ଷେ ଅକ୍ସିଜେନର ଅଭାବ ଭିତରେ ଏବେ ବ୍ୟବସ୍ଥା ବି ଦୋହଲିବାରେ ଲାଗିଛି । ଅନେକ ରାଜ୍ୟରୁ ଅକ୍ସିଜେନ ଅଭାବ ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଏହି ସମୟରେ ଦେଶର ନିଶ୍ବାସ ପାଲଟିଛି ଓଡିଶା । ଆଉ ଓଡିଶାର ଅକ୍ସିଜେନ ନେବାକୁ ଏବେ ଅନ୍ୟ ରାଜ୍ୟର ଲାଗିଛି ଲାଇନ ।

ପଡୋଶୀ ତେଲେଙ୍ଗାନାରେ ଅକ୍ସିଜେନର ବ୍ୟାପକ ଅଭାବ ଥିବା ଖବର ସାମ୍ନାକୁ ଆସିଛି । ଆଉ ଏଥିପାଇଁ ଅକ୍ସିଜେନ ନେବାକୁ ଓଡିଶାକୁ ଖାଲି ଟାଙ୍କି ପଠାଇଛି ତେଲେଙ୍ଗାନା ।

ପ୍ରତିରକ୍ଷା ଏୟାରକ୍ରାଫ୍ଟ ଜରିଆରେ ଏୟାରଲିଫ୍ଟ କରି 8ଟି ଖାଲି ଅକ୍ସିଜେନ ଟାଙ୍କି ହାଇଦ୍ରାବାଦରୁ ଓଡିଶା ପହଞ୍ଚିଛି । ଏହି ଟାଙ୍କିରେ ଅକ୍ସିଜେନ ଭର୍ତ୍ତି ହୋଇ ତେଲେଙ୍ଗାନା ନିଆଯିବ ।

ମହାମାରୀ କୋରୋନା ଯୋଗୁଁ ତେଲେଙ୍ଗାନାର ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ହାଇଦ୍ରାବାଦର ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବ ଥିବା ଖବର ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.