ETV Bharat / bharat

ପୁଡୁଚେରୀ ଉପରାଜ୍ୟପାଳ ଭାବେ ଦାୟିତ୍ବ ନେଲେ ତାମିଲସାଇ ସୌନ୍ଦରାରାଜନ

ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ । ମଙ୍ଗଳବାର ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଯିବା ପରେ ତାମିଲିସାଇ ସୌନ୍ଦରାରାଜନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ...

ପୁଡୁଚେରୀ ଉପରାଜ୍ୟପାଳ ପଦପରେ ଦାୟିତ୍ବ ଗ୍ରହଣ କଲେ ତାମିଲସାଇ

author img

By

Published : Feb 17, 2021, 3:23 PM IST

ହାଇଦ୍ରାବାଦ: ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ତାମିଲିସାଇ ସୌନ୍ଦରାରାଜନ । ବର୍ତ୍ତମାନ ତେଲେଙ୍ଗାନାର ରାଜ୍ୟପାଳ ଅଛନ୍ତି ତାମିଲସାଇ । ସେ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଠାରୁ ପୁଡୁଚେରୀର ଉପରାଜ୍ୟପାଳ ଦାୟିତ୍ବ ପତ୍ର ଗ୍ରହଣ କରି ଖୁସି ଅନୁଭବ କରୁଥିବା କହିଛନ୍ତି ସୌନ୍ଦରାରାଜନ । ରାଜଭବନ ହାଇଦ୍ରାବାଦରେ ପୁଡୁଚେରୀର ରେସିଡେଣ୍ଟ କମିଶନରଙ୍କ ପକ୍ଷରୁ ତାଙ୍କୁ ଏହି ପତ୍ର ହସ୍ତାନ୍ତର କରାଯାଇଛି ।

ମଙ୍ଗଳବାର ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 29 ମେ 2016 ରେ କିରଣ ବେଦୀଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା।

ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଏବଂ ଏଲଜି କିରଣ ବେଦୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା । ଫେବୃଆରୀ 10 ରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ଲେଖି ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀଙ୍କୁ କେନ୍ଦ୍ରକୁ ଫେରାଇନେବାକୁ ଅନୁରୋଧ କରିଥିଲେ।

ବିଧାନସଭା ନିର୍ବାଚନ ପୂର୍ବରୁ ପୁଡୁଚେରୀରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା । ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ପୁଡୁଚେରୀ ସରକାର । ତେବେ ଏଭଳି ସ୍ଥିତିରେ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଦାୟିତ୍ବ ତୁଲାଇବା ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.