ETV Bharat / bharat

ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ୍‌ କରୁଛି: କେ କବିତା - ତେଲେଙ୍ଗାନା ବିଧାନସଭା ନିର୍ବାଚନ

ତେଲେଙ୍ଗାନାର 119 ବିଧାନସଭା ଆସନରେ ଭୋଟ ଗ୍ରହଣ ଜାରି ରହିଛି । ନିଜର ମତଦାନ ସାବ୍ୟସ୍ତ କରି କଣ କହିଲେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଏମଲସି କେ କବିତା ଜାଣନ୍ତୁ । ଅଧିକ ପଢ଼ନ୍ତୁ

K Kavitha on Telangana Election
Telangana Election
author img

By ETV Bharat Odisha Team

Published : Nov 30, 2023, 9:37 AM IST

ହାଇଦ୍ରାବାଦ: 4 ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଦକ୍ଷିଣ ଭାରତର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ତେଲେଙ୍ଗାନାରେ ନିର୍ବାଚନ ଜାରି ରହିଛି । 119 ଆସନରେ ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା 5ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ । 2,290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 3 କୋଟି 26 ଲକ୍ଷରୁ ଊର୍ଦ୍ଧ୍ୱ ଜନତା । ବିଆରଏସ୍‌ ଏମଏଲସି କେ କବିତା ମତଦାନ ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି, "ଆମେ ଆମ ଲୋକଙ୍କୁ ଭଲରେ ବୁଝିଛୁ । ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ କରୁଛି । ଗ୍ରାଉଣ୍ଡରେ ଆମ ଲୋକ ଯାହା ଅନୁଭବ କରନ୍ତି ତାହା ଜାଣିବାରୁ ଆମ କାନ ସବୁବେଳେ ଖୋଲା ରହିଥାଏ । ଆମେ ସଞ୍ଚୁରୀ ମାରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ଏମ୍‌ଏଲ୍‌ସି କେ କବିତା । ଏହା ସହିତ ଲୋକଙ୍କୁ ରେକର୍ଡ ସଂଖ୍ୟକ ଭୋଟ ଦେବାକୁ କହିଛନ୍ତି ।"

  • #WATCH | Telangana Elections | After casting her vote, BRS MLC K Kavitha says, "We understand our people better and our DNA matches with our people. Whatever people feel on the ground, because our ears are always on the ground, unlike so-called national parties which have now… pic.twitter.com/RPhQAZFe0O

    — ANI (@ANI) November 30, 2023 " class="align-text-top noRightClick twitterSection" data=" ">

ବିଆରଏସ ଏମଏଲସି କେ କବିତା ବଞ୍ଜାରା ହିଲ୍ସରେ ଡିଏଭି ପବ୍ଲିକ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି,"ଆମ ଲୋକଙ୍କ ସହିତ ଆମ ଡିଏନଏ ମ୍ୟାଚ୍‌ କରୁଛି । ଗ୍ରାଉଣ୍ଡ୍‌ରେ ଆମ ଲୋକ ଯାହା ଅନୁଭବ କରନ୍ତି ଆମ କାନ ସବୁବେଳେ ଖୋଲା ରହିଥାଏ । କଥା କଥିତ ଜାତୀୟ ଦଳ ବର୍ତ୍ତମାନ ଯାହା ଆଞ୍ଚଳିତ ଦଳ ଭାବେ ଉଭା ହୋଇଛନ୍ତି । ଆମ ଦଳ ଭଳି ସେହି ସବୁ ଦଳ ଶକ୍ତିଶାଳୀ ନୁହନ୍ତୁ । ସେମାନେ ଆମ ଲୋକଙ୍କୁ ବୁଝିଥିବା କହୁଛନ୍ତି ମାତ୍ର ଏହା କରିନାହାନ୍ତି । ସେମାନେ ଆମ ସଂସ୍କୃତି ବିଷୟରେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ ।"

ସେ ଆହୁରି କହିଛନ୍ତି, କଂଗ୍ରେସ ଏବଂ ବିଜେପି ତେଲେଙ୍ଗାନାକୁ କେବେ ବୁଝିନାହାନ୍ତି । ଆମେ ରାଜ୍ୟ ପାଇଁ ଲଢ଼େଇ କରିଛୁ । ରାଜ୍ୟ ପାଇଁ କାମ କରିଛୁ । ତେଲେଙ୍ଗାନାବାସୀ ସେମାନଙ୍କ ଉପରେ ଭରସା କରନ୍ତୁ ନାହିଁ । ସେମାନ ଆମର ବିଶ୍ବାସ ଅଛି ବିଆରଏସ୍‌ ସହିତ ଲୋକ ସବୁବେଳେ ଭଲ କରିବେ । ଆମର ଦୃଢ଼ ବିଶ୍ବାସ ଅଛି । ଆମେ ସେଞ୍ଚୁରୀ ମାରିବାକୁ ଯାଉଛି । ତୃତୀୟ ଥର ପାଇଁ କ୍ଷମତାକୁ ଆସିବୁ ।

କେସିଆର୍‌ଙ୍କ ବିଆରଏସ ସମସ୍ତ ୧୯୯ ଆସନରେ ପ୍ରାର୍ଥୀ ଦେଇଛି । ତେଲେଙ୍ଗାନାରେ ମୁଖ୍ୟତଃ ଶାସକ ବିଆରଏସ, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବ । ରାଜ୍ୟରେ ହୋଇଥିବା 35655ଟି ମତଦାନ କେନ୍ଦ୍ରରେ ଗ୍ରହଣ ଆରମ୍ଭ ହୋଇଛି । 119 ଆସନରୁ 106ଟି ଆସନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ମାଓଅଧ୍ୟୁଷିତ 13ଟି ଆସନରେ ଅପରାହ୍ନ 4ଟାରେ ଭୋଟ ସରିବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ମୋଟ 2,290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 3 କୋଟି 26 ଲକ୍ଷରୁ ଉର୍ଦ୍ଧ୍ୱ ଜନତା ।

ଏହା ବି ପଢନ୍ତୁ...ତେଲେଙ୍ଗାନା ବିଧାନସଭା ଭୋଟିଂ ଆରମ୍ଭ; ମୈଦାନରେ ୨୨୯୦ ପ୍ରାର୍ଥୀ

ଏହା ବି ପଢନ୍ତୁ...ତେଲେଙ୍ଗାନା ନିର୍ବାଚନ; ରେକର୍ଡ ଭୋଟ ଦେଇ ଗଣତନ୍ତ୍ର ପର୍ବକୁ ସଶକ୍ତ କରିବାକୁ ମୋଦିଙ୍କ ଅପିଲ୍

ପ୍ରକାଶ ଥାଉ କି, ଦେଶରେ ନଭେମ୍ବର 7ରୁ 5ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଛି । ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭୋଟ ଶେଷ ହୋଇଛି । ଆଜି 119 ଆସନରେ ତେଲେଙ୍ଗାନାରେ ମତଦାନ ଗ୍ରହଣ ଜାରି ରହିଛି । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ. ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଡିସେମ୍ବର 3 ତାରିଖରେ ତେଲେଙ୍ଗାନା ସମେତ 5 ରାଜ୍ୟର ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.