ETV Bharat / bharat

ମାଲେମାଲ ହେଲେ ତେଲେଙ୍ଗାନା ଡ୍ରାଇଭର, ଲଟେରୀରେ ଜିତିଲେ ୩୦କୋଟି

author img

By

Published : Dec 24, 2022, 4:56 PM IST

ଦୁବାଇରେ ଲଟେରୀ ଜିତି ମାଲେମାଲ ହେଲେ ତେଲେଙ୍ଗାନା ଡ୍ରାଇଭର (Telangana driver in Dubai wins Rs 30 crore) । ଏମିରେଟ୍ସ ଲକି ଡ୍ରରେ ସେ ଏହି ବଡ଼ ରାଶି ଜିତିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Emirates lottery
Emirates lottery

ହାଇଦ୍ରାବାଦ: ମାଲେମାଲ ହେଲେ ତେଲେଙ୍ଗାନା ଡ୍ରାଇଭର ଅଜୟ । ଦୁବାଇରେ ଏମିରେଟ୍ସ ଲଟେରୀ (Emirates lottery)ରେ ସେ ଜିତିଛନ୍ତି ୧.୫୦ କୋଟି ଦିରହମ୍‌ (ଦୁବାଇର ମୂଦ୍ରା) ବା ଭାରତୀୟ ମୂଦ୍ରାରେ ୩୦ କୋଟି ଟଙ୍କା (Telangana driver in Dubai wins Rs 30 crore) । ଏହି ଅର୍ଥର କିଛି ଟଙ୍କା ସେ ନିଜ ପରିବାର ପାଇଁ ଖର୍ଚ୍ଚ କରିବା ସହ ଭାରତରେ ରହି ବ୍ୟବସାୟ କରିବେ ବୋଲି କହିଛନ୍ତି ବିଜେତା ଅଜୟ । ତେବେ ସେ ଏହି ବଡ଼ ପରିମାଣର ରାଶି ଜିତିବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏମିରେଟ୍ସ ଡ୍ର ହେଉଛି ଏକ ସାମାଜିକ ଦାୟିତ୍ବପୂର୍ଣ୍ଣ ସଂଗଠନ ଯାହାକି ଅଂଶଗ୍ରହଣକାରୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଜିତିବାକୁ ଏକାଧିକ ସୁଯୋଗ ଦେଇଥାଏ ।

ବିଜେତା ଓଗୁଲା ଅଜୟ ଜଗିତାଲ ଜିଲ୍ଲା ବିରପୁର ଥୁଙ୍ଗୁର ଅଞ୍ଚଳର ଅଧିବାସୀ । ସେ ଗତ ୪ବର୍ଷ ପୂର୍ବେ ଦୁବାଇ ଗସ୍ତ କରିଥିଲେ । ସେଠାରେ ସେ ଏକ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଛନ୍ତି । ଏହାପରେ ସେ ଏମିରେଟ୍ସ ଲକି ଡ୍ରରେ ୩୦ ଦିରହମ୍‌ ଦେଇ ୨ଟି ଲଟେରୀ ଟିକେଟ କିଣିଥିଲେ । ଏହି ୨ଟି ଟିକେଟ ମଧ୍ୟରୁ ଗୋଟିଏ ଟିକେଟରେ ସେ ୧.୫୦ କୋଟି ଦିରହମ୍‌ ବା ୩୦ କୋଟି ଟଙ୍କା ଜିତିଥିଲେ । ଏହି ଅର୍ଥ ମଧ୍ୟରୁ ସେ କିଛି ପରିବାର ଓ ନିଜ ବ୍ୟବସାୟରେ ବିନିଯୋଗ କରିବେ ବୋଲି କହିଛନ୍ତି ଅଜୟ ।

ଏହା ବି ପଢନ୍ତୁ- RTPCR Tests Mandatory: ଏହି 5 ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟ ବାଧ୍ୟତାମୂଳକ

ଶୁକ୍ରବାର ଏମିରେଟ୍ସ ଡ୍ରର ମ୍ୟାନେଜିଂ ଡିରେକ୍ଟର ମହମ୍ମଦ ଅଲାୱଦି ଅଜୟଙ୍କୁ ଚେକ୍‌ ମାଧ୍ୟମରେ ଅର୍ଥ ହସ୍ତାନ୍ତର କରିଛନ୍ତି । ଏହି ଅର୍ଥ ଜିତିବା ପରେ ନିଜ ପ୍ରତିକ୍ରିୟାରେ ଅଜୟ କହିଛନ୍ତି, "ମୁଁ ଏବେ ବି ବିଶ୍ବାସ କରିପାରୁନାହିଁ । ଏହି ଅର୍ଥକୁ ବିନିଯୋଗ କରି ମୁଁ ନିଜର ଏକ ଚାରିଟି ଟ୍ରଷ୍ଟ ଗଠନ କରିବି । ଏହି ଅର୍ଥ ଅନେକ ଲୋକଙ୍କୁ ନିଜ ହୋମଟାଉନରେ ବ୍ୟବସାୟ କରିବା ଲାଗି ସହାୟକ ହେବ ।" ଏହି ଖବର ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇବା ପରେ ତାଙ୍କ ପରିବାର ମଧ୍ୟ ଏଥିନେଇ ଅବଗତ ହୋଇଥିଲା । ମାତ୍ର ସେମାନେ ଏହାକୁ ମଧ୍ୟ ବିଶ୍ବାସ କରିପାରୁନଥିବା କହିଛନ୍ତି ଅଜୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.