ETV Bharat / state

ମୋହନ ସରକାରଙ୍କ ବିକାଶ ରୋଡମ୍ୟାପ, ତୃଣମୂଳ ସ୍ତରରେ ପହଞ୍ଚାଇବେ ଜିଲ୍ଲାପାଳ - Govt Development Roadmap

author img

By ETV Bharat Odisha Team

Published : 2 hours ago

Govt Development Roadmap: ଶହେ ଦିନ ପୂରଣ କରିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର । ବିକାଶ ଏଜେଣ୍ଡାକୁ ତୃଣମୂଳ ସ୍ତରରେ ପହଞ୍ଚାଇବକୁ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନକୁ ଦିଆଯିବ ଦାୟିତ୍ବ । ଏନେଇ ୨୭ ତାରିଖରେ ପ୍ରସ୍ତୁତ ହେବ ରୋଡମ୍ୟାପ୍ ।

ବିକାଶର ବଡ ରୋଡମ୍ୟାପ ପ୍ରସ୍ତୁତ କରିବେ ମୋହନ ସରକାର ! ୨୭ରେ ଜିଲ୍ଲାପାଳ ସମ୍ମିଳନୀ
ବିକାଶର ବଡ ରୋଡମ୍ୟାପ ପ୍ରସ୍ତୁତ କରିବେ ମୋହନ ସରକାର ! ୨୭ରେ ଜିଲ୍ଲାପାଳ ସମ୍ମିଳନୀ (ETV Bharat Odisha)

ଭୁବନେଶ୍ବର: ମୋହନ ସରକାର ନିକଟରେ ଶହେ ଦିନ ପୂରଣ କରିଛନ୍ତି । ନୂଆ ସରକାର କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ଅନେକ ଯୋଜନା କାର୍ଯ୍ୟକାରୀ ସହ ଘୋଷଣା ହୋଇଛି । ଏହାକୁ ତୃଣମୂଳ ସ୍ତରକୁ ନେବା ଲାଗି ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶେଷ କରି ଜିଲ୍ଲାପାଳ ଓ ଏସପି ଗୁରୁ ଦାଇତ୍ୱ ବହନ କରନ୍ତି । ସେଥିପାଇଁ ମୋହନ ସରକାର ଡାକିଛନ୍ତି ଜିଲ୍ଲାପାଳ ସମ୍ମିଳନୀ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ

ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ସଚିବ ସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମ୍ମିଳନୀରେ ବାବଦରେ ଆଲୋଚନା ହୋଇଛି । ଆସନ୍ତା ୨୭ ଓ ୨୮ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ ବିଭିନ୍ନ ବିଭାଗର ସଚିବଙ୍କ ସମେତ ପ୍ରଥମ ଦିନରେ ସମସ୍ତ ଜିଲ୍ଲାପାଳ ସାମିଲ ହେବେ । ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲାପାଳଙ୍କ ସମେତ ଏସପି ସାମିଲ ହେବେ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହେବ । ଏ ନେଇ ଆଜିର ବୈଠକରେ ଆଲୋଚନା ହୋଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ସହ ବିଭିନ୍ନ ବିଭାଗର ସହଯୋଗରେ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି ।

  • କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାକୁ ସଫଳ ରୂପାୟନ ଉପରେ ଫୋକସ

ସରକାରଙ୍କ ୧୦୦ ଦିନର କାର୍ଯ୍ୟ ସଫଳତା ମଧ୍ୟରେ ବହୁ ଯୋଜନା ଏବଂ କାର୍ଯ୍ୟକ୍ରମ ଜାରି ରହିଛି । ସେସବୁକୁ ତ୍ୱରାନ୍ୱିତ କରି ବିଭାଗୀୟ କାର୍ଯ୍ୟ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ବୁଝିବା ସହିତ ସେସବୁ ଦକ୍ଷତା ଏବଂ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ବାସ୍ତବ ସ୍ଥିତି ଅନୁଧ୍ୟାନ, ସମସ୍ୟାର ସମାଧାନ, ଜନସାଧାରଣଙ୍କ ମତାମତ ସଂଗ୍ରହ ସହ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ ସେବା ଭଳି ସର୍ବନିମ୍ନ ଆବଶ୍ୟକତାକୁ ପୂର୍ଣ୍ଣମାତ୍ରାରେ ଉପଲବ୍ଧ କରାଇବା ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- ୧୪ ଜିଲ୍ଲାରେ ୨୪ ହଜାର ନିଯୁକ୍ତି ସୁଯୋଗ, ମୋହନ ସରକାର ଦେଲେ ସବୁଜ ସଂକେତ - STATE CABINET APPROVAL

ଏହା ମଧ୍ୟ ପଢନ୍ତୁ :- ଓ୍ଵାର୍ଲ୍ଡ ସ୍କିଲ୍: ଓଡ଼ିଶାର ବିଜେତାଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - World Skill Competition 2024

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ, ଭୂ-ସଂସ୍କାର, ପର୍ଯ୍ୟଟନ ସମେତ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କର ପୁଞ୍ଜି ବିନିଯୋଗ ପାଇଁ ସ୍ୱତନ୍ତ୍ର ସହାୟତା ପାଣ୍ଠି ଅନୁଦାନ-୨୦୨୪-୨୫ର ବିନିଯୋଗ ସ୍ଥିତି ଓ ପ୍ରସ୍ତାବ ବାବଦରେ ଆଲୋଚନା ହୋଇଛି । କେନ୍ଦ୍ର ବଜେଟ ୨୦୨୪-୨୫ ଅନୁଯାୟୀ ‘ପୂର୍ବୋଦୟ’ ରାଜ୍ୟଙ୍କ ପାଇଁ ଦୂରଦୃଷ୍ଟି ଯୋଜନା ପ୍ରଣୟନ ପାଇଁ ନୀତି ଆୟୋଗଙ୍କ ଦ୍ୱାରା ଗଠିତ ପରାମର୍ଶଦାତା କମିଟି ପାଇଁ ଆବଶ୍ୟକୀୟ ମତାମତ ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଜୁଲାଇରେ ନୀତି ଆୟୋଗଙ୍କ ୯ମ କାର୍ଯ୍ୟନିର୍ବାହୀ ପରିଷଦର ବୈଠକରେ ଆଲୋଚିତ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥାଗୁଡିକର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.