ETV Bharat / bharat

ତେଲେଙ୍ଗାନାରେ ଚାଲିଛି ଦୈନିକ 2 ଲକ୍ଷ ଟୀକାକରଣ - ଦୈନକି 2 ଲକ୍ଷ ଟୀକାକରଣ

ତେଲେଙ୍ଗାନାରେ ଜୋରଦାର ଚାଲିଛି ଟୀକାକରଣ ଡ୍ରାଇଭ । ଦୈନିକ 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଉଛି । ଶନିବାର ଦିନକରେ ରାଜ୍ୟରେ 2.45 ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ଚାଲିଛି ଦୈନିକ 2 ଲକ୍ଷ ଟୀକାକରଣ

author img

By

Published : Jun 27, 2021, 7:55 PM IST

ହାଇଦ୍ରାବାଦ: ବର୍ତ୍ତମାନ ଦେଶରେ ନିୟନ୍ତ୍ରଣକୁ ଆସୁଛି କୋରୋନା । ଅନ୍ୟ ରାଜ୍ୟଗୁଡିକ ପରି ତେଲେଙ୍ଗାନାରେ ମଧ୍ୟ ଦୈନିକ ସଂକ୍ରମଣରେ ଆଖିଦୃଶିଆ ହ୍ରାସ ଘଟୁଛି । ଯାହାଫଳରେ ବର୍ତ୍ତମାନ ତେଲେଙ୍ଗାନାରେ ଲକଡାଉନକୁ ହଟାଇ ଦିଆଯାଇଛି । ତେବେ ତଥାପି ବି ବିପଦ ଟଳିନି । ରାଜ୍ୟରେ ମହାମାରୀକୁ ମାତ୍ ଦେବାକୁ ତେଲେଙ୍ଗାନା ସରକାର ଟୀକାକରଣ ଡ୍ରାଇଭକୁ ଜୋରଦାର କରିଛନ୍ତି । ଶନିବାର ଗୋଟିଏ ଦିନରେ ରାଜ୍ୟରେ 2.45 ଲକ୍ଷ ଟୀକାକରଣ କରାଯାଇଛି ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ଜି ଶ୍ରୀନିବାସଙ୍କ କହିବାନୁଯାୟୀ, ଶନିବାର ପ୍ରାୟ 2 ଲକ୍ଷ 17 ହଜାର 789 ଜଣ ପ୍ରଥମ ଡୋଜ ନେଇଛନ୍ତି । ସେହିଭଳି 27 ହଜାର 309 ଜଣ ବ୍ୟକ୍ତି ଦ୍ବିତୀୟ ଡୋଜ ନେଇଛନ୍ତି । ଯାହାଫଳରେ ବର୍ତ୍ତମାନ ରାଜ୍ୟରେ ମୋଟ ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା 88 ଲକ୍ଷ 47 ହଜାର 880 ଏବଂ ଉଭୟ ଡୋଜ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା 14 ଲକ୍ଷ 76 ହଜାର 440ରେ ପହଞ୍ଚିଛି । ଚଳିତ ମାସ 25 ସୁଦ୍ଧା ରାଜ୍ୟରେ ଏକ କୋଟି ଟୀକାକରଣ କରାଯାଇଥିବା ଅଧିକାରୀ ସୂତ୍ରରୁ ଜଣାପଡିଛି । ପ୍ରାୟ 1 ହଜାର 114 ସରକାରୀ କେନ୍ଦ୍ର ଏବଂ 57 ଘରୋଇ ଟିକା କେନ୍ଦ୍ରରେ ଏହି ଟିକା ଦିଆଯାଇଛି ।

ସେହିପରି ଶନିବାର ଦିନ ସର୍ବାଧିକ 1 ଲକ୍ଷ 73 ହଜାର 928 ଜଣ 18-44 ବର୍ଷ ବୟସ୍କ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଫଳରେ ଏହି ବୟସ୍କ ଶ୍ରେଣୀର ମୋଟ ଟୀକାକରଣ ହାର 34.55 ଲକ୍ଷକୁ ବୃଦ୍ଧି ପାଇଛି । ଏଯାବତ୍ ତେଲେଙ୍ଗାନାରେ 59 ଲକ୍ଷ 45 ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ଟିକା ନେଇ ସାରିଛନ୍ତି । ଅନ୍ୟପଟେ ପାଖାପାଖି 10 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧା ମଧ୍ୟ ଟୀକାକରଣରେ ସାମିଲ ହୋଇଛନ୍ତି । ଏହା ସଙ୍ଗେ ସଙ୍ଗେ ଟୀକାକରଣ କ୍ଷେତ୍ରରେ ଅଧିକ ଆଶଙ୍କା ସମ୍ପନ୍ନ ବ୍ୟକ୍ତିଙ୍କ ସଂଖ୍ୟା 26 ଲକ୍ଷ ରହିଛି ।

ସୂଚନାଥାଉ କି, ରାଜ୍ୟରେ ସଂକ୍ରମଣ ହ୍ରାସ ପରେ ତେଲେଙ୍ଗାନା ସରକାର ଜୁଲାଇ 1 ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ଟୀକାକରଣ କ୍ଷେତ୍ରରେ ଗୁରୁତ୍ବାରୋପ କରାଯାଉଛି । ତେବେ ରାଜ୍ୟର ଦୈନିକ ଟୀକାକରଣ କ୍ଷମତା 10 ଲକ୍ଷ ରହିଛି ବୋଲି ତେଲେଙ୍ଗାନା ସରକାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.