ETV Bharat / bharat

ହାଇଦ୍ରାବାଦ ଏୟାରପୋର୍ଟ ମେଟ୍ରୋ ପ୍ରକଳ୍ପ ସ୍ଥଗିତ: ବିକଳ୍ପ ରୁଟ୍ ବାଛିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Hyderabad Airport Metro project on hold: କେସିଆର ସରକାରଙ୍କ ହାଇଦ୍ରାବାଦ ଏୟାରପୋର୍ଟ ମେଟ୍ରୋ ପ୍ରକଳ୍ପ ସ୍ଥଗିତ ରଖିଲେ ରେବନ୍ତ ସରକାର । ବିକଳ୍ପ ରୁଟ୍ ବାଛିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ,

ହାଇଦ୍ରାବାଦ ଏୟାରପୋର୍ଟ ମେଟ୍ରୋ ପ୍ରକଳ୍ପ ସ୍ଥଗିତ: ବିକଳ୍ପ ରୁଟ୍ ବାଛିବାକୁ ମୁଖ୍ୟମନ୍ତ୍ରୀ ରେବନ୍ତଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 14, 2023, 8:03 PM IST

ହାଇଦ୍ରାବାଦ: କେସିଆର ସରକାର ଅମଳରେ ଯୋଜନା କରାଯାଇଥିବା ହାଇଦ୍ରାବାଦ ବିମାନବନ୍ଦର ମେଟ୍ରୋ ରେଳ ପ୍ରକଳ୍ପରେ ବ୍ରେକ୍ ଲଗାଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ହାଇଦ୍ରାବାଦ ଏୟାରପୋର୍ଟ ମେଟ୍ରୋ ପ୍ରକଳ୍ପ ସ୍ଥଗିତ ରଖି ବିକଳ୍ପ ରୁଟ୍ ବାଛିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହାଇଦ୍ରାବାଦ ଫାର୍ମା ସିଟି ପାଇଁ ଆବଣ୍ଟିତ ଜମିରେ ପରିବେଶ ଅନୁକୂଳ ମେଗା ଟାଉନସିପ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଲଡ ସିଟିରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନଥିବା ବେଳେ, LTMRHLକୁ କିପରି ସୁବିଧା ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆଜି ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ, ଏହାର ସମ୍ପ୍ରସାରଣ ଯୋଜନା, ବିମାନବନ୍ଦର ମେଟ୍ରୋ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ‘ସହରର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ କେନ୍ଦ୍ରୀୟ ଏବଂ ପୂର୍ବ ଭାଗରେ ତଥା ପୁରୁଣା ସହରରେ ରହୁଥିବାରୁ, ଓଲ୍ଟ ସିଟି ଦେଇ MGBS-Falaknuma ଏବଂ LB ନଗର ଅଞ୍ଚଳରୁ ବିମାନବନ୍ଦର ମେଟ୍ରୋ ଆଲାଇନମେଣ୍ଟ ନେବାକୁ ପ୍ରାଥମିକତା ଦିଆଯିବା ଉଚିତ । ଏହାଦ୍ବାରା ସାଧାରଣ ଲୋକଙ୍କୁ ଯାତାୟତରେ ସୁବିଧା ମିଳିବ ।’’ ତେଣୁ ଗତ ସରକାର ସମୟରେ ହୋଇଥିବା ମେଟ୍ରୋ ଯୋଜନାକୁ ବନ୍ଦ କରି, ବିକଳ୍ପ ରୁଟ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ତେଲେଙ୍ଗାନା: ବରିଷ୍ଠ କଂଗ୍ରେସ ବିଧାୟକ ଗଦ୍ଦମ ପ୍ରସାଦ କୁମାର ହେଲେ ବାଚସ୍ପତି

ପୁରୁଣା ସିଟିରେ 5.5 କିଲୋମିଟର ଦୂରତା ବିଶିଷ୍ଟ ମେଟ୍ରୋ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ବେଳେ, ପୂର୍ବ ସରକାର ଏଲ ଆଣ୍ଡ ଟି ମେଟ୍ରୋ ଟ୍ରେନ ହାଇଦ୍ରାବାଦ ଲିମିଟେଡ (LTMRHL)କୁ ଅହେତୁକ ଅନୁକମ୍ପା ଦେଖାଇଥିବାରୁ, ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ ଏହି ଘଟଣାର ତଦନ୍ତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । LTMRHL ଏବଂ GMR ବିମାନବନ୍ଦର ମଧ୍ୟରେ ଥିବା ରିହାତି ଚୁକ୍ତି ଏବଂ ସପ୍ଲିମେଣ୍ଟାରୀ ଚୁକ୍ତିନାମାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ: ମଣିପୁର ହିଂସାର ସାତ ମାସ ପରେ 64 ମୃତଦେହ ହସ୍ତାନ୍ତର: ଶବାଗାରରେ ପଡ଼ି ରହିଛି ଆହୁରି 24

ହାଇଦ୍ରାବାଦ ସହରକୁ ଗ୍ଲୋବାଲ ସିଟି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ରେବନ୍ତ । ସେ କହିଛନ୍ତି ଯେ, ଭୌଗଳିକ ସ୍ଥିତିକୁ ନଜରରେ ରଖି ସହରକୁ ସବୁ ଦିଗରେ ବିକାଶ ଏବଂ ବିସ୍ତାର କରିବାକୁ ପଡ଼ିବ । କାରଣ ଇତିହାସ ଏବଂ ଭୌଗଳିକ ସ୍ଥିତି ଦୃଷ୍ଟିରୁ ଗ୍ଲୋବାଲ ସିଟି ହେବା ପାଇଁ ହାଇଦ୍ରାବାଦର ସାମର୍ଥ୍ୟ ରହିଛି । ତେଲେଙ୍ଗାନାରେ 40 ପ୍ରତିଶତ ସହରୀକରଣ ରହିଥିବା ବେଳେ, ସାରା ରାଜ୍ୟରେ ସହରୀକରଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.