ETV Bharat / bharat

ଜାତୀୟ ଦଳକୁ ନେଇ ସଜବାଜ, ଚାର୍ଟାଡ ଫ୍ଲାଇଟ କିଣିବେ KCR !

author img

By

Published : Sep 30, 2022, 11:04 PM IST

ଜାତୀୟ ଦଳ ଘୋଷଣା ପରେ ବିଭିନ୍ନ ରାଜ୍ୟ ଗସ୍ତ କରିବେ KCR । ଏଥିପାଇଁ ସେ ଏକ ଚାର୍ଟାଡ ଫ୍ଲାଇଟ କିଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଜାତୀୟ ଦଳକୁ ନେଇ ସଜବାଜ, ଚାର୍ଟଡ ଫ୍ଲାଇଟ କିଣିବେ KCR !

ହାଇଦ୍ରାବାଦ: ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର । ଏଥିପାଇଁ ବିଭିନ୍ନ ରାଜ୍ୟଗସ୍ତ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏହି ସବୁ ଗସ୍ତ ପାଇଁ ସେ ଏକ ଚାର୍ଟାଡ ଫ୍ଲାଇଟ କିଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ TRS କିମ୍ବା କେସିଆରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

୮୦ କୋଟି ଟଙ୍କା ବ୍ୟୟରେ TRS ଚାର୍ଟାଡ ଫ୍ଲାଇଟ କିଣିବାକୁ ଯୋଜନା କୁରଥିବା ସୂତ୍ରରୁ ପ୍ରକାଶ ପାଇଛି । ଏହି ଛୋଟିଆ ପ୍ଲେନ୍‌ରେ ୧୨ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଦଶହରାରେ ଜାତୀୟ ଦଳ ଘୋଷଣା ପରେ ଏହି ଛୋଟିଆ ପ୍ଲେନ୍‌ କିଣିବା ପାଇଁ ଅର୍ଡର ଦିଆଯିବ ବୋଲି ଜଣା ପଡ଼ିଛି । ବର୍ତ୍ତମାନ TRS ପାଣ୍ଠିରେ ୮୬୫ କୋଟି ଟଙ୍କା ଥିବା କଥା କୁହାଯାଉଛି । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଭିନ୍ନ ସ୍ଥାନକୁ ଗସ୍ତ କରିବା ପାଇଁ ଭଡ଼ା ସୂତ୍ରରେ ଚାର୍ଟାଡ ଫ୍ଲାଇଟରେ ଯାତ୍ରା କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର !

ଜାତୀୟ ଦଳ ଘୋଷଣା ହେବାକୁ ଥିବାରୁ ଚାର୍ଟାଡ ଫ୍ଲାଇଟ କିଣିବା ନିହାତି ଆବଶ୍ୟକ ବୋଲି ମନେ କରିଛି ଦଳ । ୨୦୦୧ରେ TRS ସ୍ଥାପନ ହେବାପରେ ଏକ ହେଲିକପ୍ଟର କିଣିଥିଲେ କେସିଆର୍‌ । ଯାହାଦ୍ବାରା ଦଳକୁ ମଜବୁତ କରିବା ସହାୟକ ହୋଇଥିଲା ବୋଲି କହିଛନ୍ତି KCR । ଏହାକୁ ନେଇ ସେ ଦଳର ଛାମୁଆ ନେତାଙ୍କ ସହ ଆଲୋଚନା କରିଥିବା ସୂତ୍ରରୁ ସୂଚନା ମିଳିଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଜାତୀୟ ଦଳକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛି ମାସ ପୂର୍ବରୁ KCR ନିଜେ ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ସଙ୍କେତ ଦେଇ ସାରିଥିବା ବେଳେ ଚଳିତ ଦଶହରାରେ ସେ ତାଙ୍କର ଜାତୀୟ ଦଳ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜୟା ଦଶମୀରେ କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଜାତୀୟ ଦଳ ଗଠନ ନେଇ ସଙ୍କଳ୍ପ ପାରିତ ହେବା ନେଇ ଅନୁମାନ କରାଯାଉଛି ।

ଦଳୀୟ କାର୍ଯ୍ୟକାରିଣୀରେ ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସମସ୍ତ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ ଓ କାର୍ଯ୍ୟକାରିଣୀ ସଦସ୍ୟ ଅଂଶଗ୍ରହଣ କରିବେ । ଏହି ବୈଠକରେ ଜାତୀୟ ଦଳ ଗଠନ ନେଇ ସଙ୍କଳ୍ପ ପାରିତ ହେବ । ଅନ୍ୟ ଏକ ସୂଚନା ଅନୁସାରେ ନୂତନ ଜାତୀୟ ଦଳ ନୁହେଁ ବରଂ ବର୍ତ୍ତମାନର TRS କୁ ଜାତୀୟ ଦଳରେ ପରିବର୍ତ୍ତନ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ଉକ୍ତ ବୈଠକରେ ଏନେଇ ସଙ୍କଳ୍ପ ପାରିତ ହେବା ପରେ ଟିଆରଏସକୁ ଜାତୀୟ ଦଳ ଭାବେ ପଞ୍ଜୀକୃତ କରିବା ପାଇଁ ନିର୍ବାଚନ ଆୟୋଗକୁ ଅନୁରୋଧ କରିବ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.