ETV Bharat / bharat

ଖାଲି ପଡିଥିବା ପୋଲିସ ଓ ଶିକ୍ଷକ ପଦବୀ ପୂରଣ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ରାଜ୍ୟରେ ଖାଲି ପଡିଥିବା ପୋଲିସ ଓ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବ ତେଲେଙ୍ଗାନା ସରକାର । ମୁଖ୍ୟମନ୍ତ୍ରୀ କେସିଆରଙ୍କ ଘୋଷଣା । ପଢନ୍ତୁ ଅଧିକ.....

author img

By

Published : Dec 13, 2020, 5:51 PM IST

ଖାଲି ପଡିଥିବା ପୋଲିସ ଓ ଶିକ୍ଷକ  ପଦବୀ ପୁରଣ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ହାଇଦ୍ରାବାଦ: ଖୁବ ଶୀଘ୍ର ରାଜ୍ୟରେ ଖାଲି ପଡିଥିବା ପୋଲିସ ଓ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବ ତେଲେଙ୍ଗାନା ସରକାର । ଏନେଇ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର ତେଲେଙ୍ଗାନା ମୁଖ୍ୟ ଶାସନ ସଚିବଙ୍କୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କେତେ ସଂଖ୍ୟକ ପୋଲିସ ଓ ଶିକ୍ଷକ ପଦବୀ ଖାଲି ପଡିଛି, ତା ବାବଦରେ ବିସ୍ତୃତ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ତେଲେଙ୍ଗାନା ସରକାର । ବିସ୍ତୃତ ତଥ୍ୟ ମିଳିବା ପରେ ସେହି ତଥ୍ୟକୁ ଆଧାର କରି ସରକାର ନିଯୁକ୍ତି ବିଜ୍ଞପ୍ତି ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ପ୍ରାଥମିକ ଆକଳନ ଅନିଯାୟୀ ରାଜ୍ୟରେ ପ୍ରାୟ 50 ହଜାର ପଦବୀ ଖାଲି ପଡିଥିବା ଜଣାପଡିଛି । ତେବେ ଏହି ପଦବୀ ପୋଲିସ ଓ ଶିକ୍ଷା ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଗୁଡିକରେ ଖାଲି ପଡିଥିବା ସୂଚନା ରହିଛି । ଏହାକୁ ପ୍ରାଥମିକତା ସହ ପୂରଣ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ତେଲେଙ୍ଗାନା ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.