ETV Bharat / bharat

ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡ଼ାଉନ

author img

By

Published : Jun 19, 2021, 4:05 PM IST

ତେଲେଙ୍ଗାନାରେ ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକଡାଉନକୁ ରବିବାର ଠାରୁ ହଟାଇଛନ୍ତି । ଅଧିକ ପଢନ୍ତୁ...

ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡ଼ାଉନ
ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡ଼ାଉନ

ହାଇଦ୍ରାବାଦ: ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା । ଆସନ୍ତାକାଲି(ରବିବାର)ଠୁ ରାଜ୍ୟରେ ଲକଡାଉନ ଓ ନାଇଟ କର୍ଫ୍ୟୁକୁ ହଟାଯାଇଛି । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଶନିବାର ପୂର୍ବରୁ ଲାଗୁ କରାଯାଇଥିବା କଟକଣା ବଳବତ୍ତର ରହିବ । କିନ୍ତୁ ଆସନ୍ତାକାଲି ଠାରୁ ସମସ୍ତ କଟକଣାକୁ ସରକାର ହଟାଇଛନ୍ତି । ତେବେ ଏ ସମ୍ପର୍କରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟ କରି ସୂଚନା ଦିଆଯାଇଛି । ରବିବାରଠାରୁ ପୂର୍ବଭଳି ସ୍ବାଭାବିକ ଭାବେ ସମସ୍ତ କାର୍ଯ୍ୟ ଆରମ୍ଭ ହେବ । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ।

ରାଜ୍ୟରେ ରାତି 8 ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଲାଗୁ ଥିବା ନାଇଟ କର୍ଫ୍ୟୁକୁ ମଧ୍ୟ ହଟାଯାଇଛି । ପ୍ରଥମେ ଲାଗିଥିବା ଲକଡାଉନ କଟକଣାରେ ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା । ସ୍ଥିତିରେ ସୁଧାର ଆସିବା ପରେ ଅପରାହ୍ନ 1ଟା ଓ ପରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ସରକାର ଅନୁମତି ଦେଇଥିଲେ । ତେବେ ସୂଚନା ଥାଉ କି ଗତ 24 ଘଣ୍ଟାରେ ରାଜ୍ୟରେ 1492 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 13 ଜଣଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.