ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ: ପୀଡିତାଙ୍କ ଫଟୋ ସେୟାର କରି ବୁକ ହେଲେ BJP ବିଧାୟକ

author img

By

Published : Jun 7, 2022, 10:59 PM IST

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କ ଫଟୋ ସେୟାର କଲେ BJP ବିଧାୟକ । IPC ଧାରା 228-A ଅନୁସାରେ ବୁକ କଲା ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ ଗଣଦୁଷ୍କର୍ମ: ପୀଡିତାଙ୍କ ଫଟୋ ସେୟାର କରି ବୁକ ହେଲ BJP ବିଧାୟକ

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ସମଗ୍ର ତେଲେଙ୍ଗାନାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥବାବେଳେ ସମ୍ପୃକ୍ତ ପୀଡିତାଙ୍କ କିଛି ଫଟୋ ଓ ଭିଡିଓ ସେୟାର କରିବା ରାଜ୍ୟର ଜଣେ ବିଧାୟକଙ୍କ ପାଇଁ ମହଙ୍ଗା ପଡିଛି । ଆଜି (ମଙ୍ଗଳବାର) ବିଜେପି ବିଧାୟକ ଏମ.ରଘୁନନ୍ଦନ ରାଓଙ୍କୁ ଏପରି କିଛି ଅଭିଯୋଗରେ ବୁକ କରିଛି ତେଲେଙ୍ଗାନା ପୋଲିସ । ବିଧାୟକ ରଘୁନନ୍ଦନଙ୍କୁ IPC ଧାରା 228-A ଅନୁସାରେ ବୁକ କରାଯାଇଥିବା ପୋଲିସ କହିଛି ।

ଗତ 4 ତାରିଖରେ ଘଟଣା ନେଇ ପ୍ରେସମିଟ କରିଥିଲେ ବିଧାୟକ । ଏହି ଜଘନ୍ୟ କାଣ୍ଡରେ ଜଣେ AIMIM MLAଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ସେ ଦାବି କରିଥିଲେ । ତେବେ ପୀଡିତାଙ୍କ ଫଟୋ ଓ ଭିଡିଓ ସାର୍ବଜନୀନ କରିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ମେ 28 ତାରିଖରେ ଏହି ବହୁଚର୍ଚ୍ଚିତ ଘଟଣା ଘଟିଥିଲା। ଜଣେ ନାବାଳିକା ଏକ ପାର୍ଟିରେ ଯୋଗ ଦେଇ ଫେରୁଥିବାବେଳେ ଲିଫ୍ଟର ପ୍ରଲୋଭନ ଦେଖାଇ ଏକ କାରରେ ତାଙ୍କୁ 5 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ମଧ୍ୟରେ 3ଜଣ ନାବାଳକ ମଧ୍ୟ ଥିଲେ ।

ଘଟଣା ପରେ ରାଜନୀତି ଜୋର ଧରିବାରେ ଲାଗିଛି । କାରଣ ଏହି ଘଟଣା ବର୍ତ୍ତମାନ ରାଜନୈତିକ ମୋଡ ନେଇସାରିଲାଣି । ଏହି ଅଭିଯୁକ୍ତଙ୍କ ମଧ୍ୟରେ କିଛି ରାଜନେତାଙ୍କର ପୁଅ ମଧ୍ୟ ସାମିଲ ଥିବା କୁହାଯାଉଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ଏହାରି ମଧ୍ୟରେ ନାବାଳିକା ପୀଡିତାର ଫଟୋ ଓ ଭିଡିଓ ସେୟାର କରିବା ଅଭିଯୋଗରେ ବିଜେପି ବିଧାୟକଙ୍କୁ ପୋଲିସ ବୁକ ମଧ୍ୟ କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.