ETV Bharat / bharat

ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ନେତା, TRSର କଟାକ୍ଷ - bandi sanjay kumar

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହାତରେ ଜୋତା ଦେଇ ଅଡୁଆରେ ତେଲେଙ୍ଗାନା ବିଜେପି ନେତା ବନ୍ଦୀ ସଞ୍ଜୟ କୁମାର । ଅଧିକ ପଢନ୍ତୁ

ଅମିତ ଶାହଙ୍କୁ ଜୋତା ଦେଇ ଅଡୁଆରେ ବିଜେପି ନେତା

author img

By

Published : Aug 23, 2022, 2:13 PM IST

ହାଇଦ୍ରାବାଦ: ନେତା ଓ ବିବାଦର ସମ୍ପର୍କ ବହୁତ ପୁରୁଣା । ଦିନିକିଆ ତେଲେଙ୍ଗାନା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଚପଲ ଦେଇ ବିବାଦରେ ପଡିଛନ୍ତି ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର । ମୁନୁଗୋଡେ ଉପନିର୍ବାଚନ ନେଇ ତେଲେଙ୍ଗାନାରେ ଏକ ବିଶାଳ ରାଲିରେ ଯୋଗ ଦେବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟରେ ସେ ସିକନ୍ଦରାବାଜ ଉଜୈନ ମହାକାଳୀ ମନ୍ଦିର ଦର୍ଶନ କରିଥିଲେ । ମନ୍ଦିର ଦର୍ଶନ କରି ଫେରିବା ପରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ ତାଙ୍କୁ ହାତରେ ଚପଲ ଉଠାଇ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାକୁ ନେଇ ସଞ୍ଜୟଙ୍କୁ ଟିଆରଏସ ଏବଂ କଂଗ୍ରେସ ସମାଲୋଚନା କରିଛନ୍ତି ।

ସଞ୍ଜୟ ତାଙ୍କ ଆତ୍ମସମ୍ମାନ ହରାଇଥିବା କହିଛନ୍ତି ଦୁଇଦଳ ଟିଆରଏସ ଓ କଂଗ୍ରେସ । ଟିଆରଏସ କାର୍ଯ୍ୟକାରୀ ସଭାପତି ଏବଂ ରାଜ୍ୟମନ୍ତ୍ରୀ କେଟି ରାମା ରାଓ କହିଛନ୍ତି, ''ବିଜେପି ଅଧ୍ୟକ୍ଷଙ୍କୁ ଗୁଜୁରାଟ ନେତା ଗୁଲାମ କରି ଦେଇଛନ୍ତି । ତେଲେଙ୍ଗାନାବାସୀ ଗୁଜୁରାଟ ଗୁଲାମଙ୍କୁ ଦେଖୁଛନ୍ତି ଯିଏ କି ଦିଲ୍ଲୀବାଲାଙ୍କ ଜୋତା ନେଉଛନ୍ତି ଏବଂ ତେଲେଙ୍କାନାର ଆତ୍ମସମ୍ମାନକୁ ବରବାଦ କରୁଛନ୍ତି ।'' ଭିଡିଓଟି ସୋସିଆଲ ମିଡିଆରେ ଘୁରିବୁଲିବା ପରେ ସଞ୍ଜୟକୁ କଟାକ୍ଷର ଶିକାର ହୋଇଛନ୍ତି ।

ଏହା ବି ପଢନ୍ତୁ...JNU ଭିସିଙ୍କ ବିବାଦୀୟ ବୟାନ, କହିଲେ ଭଗବାନ ଜଗନ୍ନାଥ ଆଦିବାସୀ

ପ୍ରକାଶ ଥାଉ କି, ତେଲେଙ୍ଗାନା ମୁନୁଗୋଡେ ଉପନିର୍ବାଚନ ନେଇ ଜୋରଦାର ପ୍ରଚାର ଆରମ୍ଭ ହୋଇଛି । ନିର୍ବାଚନରେ ବିଜୟ ଲାଭ କରିବାକୁ ଶାସକ ଦଳ ଟିଆର୍‌ଏସ୍‌ ଓ ବିରୋଧୀ ବିଜେପି ନାନା କସରତ କରୁଛନ୍ତି । ଗତ ଶନିବାର ମୁନୁଗୋଡେରେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ରବିବାର ତେଲେଙ୍ଗାନା ଆସିଥିଲେ ଗୃହମନ୍ତ୍ରୀ ଅମିତ ଶାହ।

ପୂର୍ବରୁ ଦୁବ୍ବକ ଓ ହଜୁରିବାଦ ଉପନିର୍ବାଚନରେ ଶାସକ ଦଳକୁ ପରାଜିତ କରି ଦମ୍‌ ଦେଖାଇ ସାରିଛି BJP । ସେହିଭଳି ଗତ ପୌର ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେଲେଙ୍ଗାନାରେ ପରିବାରବାଦ ରାଜନୀତିକୁ ନେଇ ସବୁବେଳେ ଶାସକ ଦଳକୁ ଟାର୍ଗେଟ କରି ଆସିଛି ବିଜେପି । ଦଳକୁ ଏହାର ଫାଇଦା ମଧ୍ୟ ହୋଇଛି । ୨୦୧୮ ନିର୍ବାଚନରେ ମୁନୁଗୋଡେ ଆସନରୁ TRS ପ୍ରାର୍ଥୀଙ୍କୁ ପରାଜିତ କରି କେ. ରାଜଗୋପାଲ ରେଡି ବିଜୟ ଲାଭ କରିଥିଲେ । ବର୍ତ୍ତମାନ କେ. ରାଜଗୋପାଲ ରେଡିଙ୍କୁ ମୈଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.