ETV Bharat / bharat

ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି: ପ୍ରଧାନମନ୍ତ୍ରୀ

ଆସନ୍ତା ନଭେମ୍ବର 30 ତାରିଖରେ ତେଲେଙ୍ଗାନା ବିଧାନସବା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନୀମୁହାଁ ତେଲେଙ୍ଗାନାର କାମରେଡ୍ଡୀରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଆରଏସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 26, 2023, 8:49 AM IST

PM Modi targets Congress in Telangana
Telangana assembly election

ହାଇଦ୍ରାବାଦ: "ମୁଁ ଯେବେ ତେଲେଙ୍ଗାନା ଆସିଥାଏ ମୋତେ ଏଠାକାର ଜନତାଙ୍କ ମଧ୍ୟରେ ଆଶାର କିରଣ ଦେଖାଯାଏ । ଏହା ଆଶା ଓ ପରିବର୍ତ୍ତନର କିରଣ । ତେଲେଙ୍ଗାନା ବିକାଶର ଶିଖରରେ ପହଞ୍ଚୁ ବୋଲି ଚାହାନ୍ତି । ତେଲେଙ୍ଗାନା ଜନତା ବିଶ୍ବାସଘାତ ଅତୀତରୁ ମୁକୁଳିବାକୁ ଚାହାନ୍ତି । ଏଠାକାର ଜନତା ବିଆରଏସର 9ବର୍ଷ ଶାସନରୁ ଚିନ୍ତିତ ଅଛନ୍ତି । ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି । ଏଥର ପବନ ବିଜେପି ଆଡକୁ ବହୁଛି । ତେଲେଙ୍ଗାନା ଲୋକ ବିଜେପି ଉପରେ ବିଶ୍ବାସ ଓ ଭରସା କରିଛନ୍ତି । ଏଠାକାର ଗରିବ, ଚାଷୀ, ମହିଳା, ପଛୁଆ, ଦଳିତ ଯୁବାଗୋଷ୍ଠୀଙ୍କ ଆକାଂକ୍ଷର ପ୍ରତୀକ ବିଜେପି ସଂକଳ୍ପପତ୍ର । ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ଜଣେ ବିସି ମୁଖ୍ୟମନ୍ତ୍ରୀ ହେବେ ।" ନିର୍ବାଚନୀମୁହାଁ ତେଲେଙ୍ଗାନାର କାମରେଡ୍ଡୀରେ ଏକ ବିଶାଳ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନିର୍ବାଚନୀମୁହାଁ ତେଲେଙ୍ଗାନାରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଆରଏସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଟିଆରଏସ ତାର ନାମ ବଦଳାଇ ବିଆର୍‌ଏସ୍‌ ରଖିଲା ୟୁପିଏ ତାର ନାମ ବଦଳାଇ ଇଣ୍ଡିଆ ମେଣ୍ଟ କରିଥିଲା । ନାମ ବଦଳାଇ ଦେଲେ ହେଲେ ସେମାନଙ୍କ ଦୁର୍ନୀତି କୁଶାସନ ବଦଳିବ ନାହିଁ । କଂଗ୍ରସ ଓ ବିଆରଏସ କେବେ ବି ଦଳିତ ଓ ଗରିବଙ୍କ ପାଇଁ କାମ କରି ନାହାନ୍ତି । ଆଜିର ବିଆରଏସ ପୂର୍ବରୁ ଟିଆରଏସ ଥିଲା ଏମାନେ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଜଣେ ଦଳିତ ହେବେ ମାତ୍ର ଦଳିତ ଭୋଟ ମିଲିଗଲା ପରେ କେସିଆର ମୁଖ୍ୟମନ୍ତ୍ରୀ ଚୌକି ଅକ୍ତିଆର କରି ନେଇଥିଲେ । ତେଲେଙ୍ଗାନା ଚାଷୀ ସେମାନଙ୍କ ପରିଶ୍ରମ ପାଇଁ ପରିଚୟ । ହେଲେ ରାଜ୍ୟ ସରକାର ତାଙ୍କ ସହ ଧୋକା କରିଛନ୍ତି । ବିଆରଏସ ସରକାର ଅନେକ ଯୋଜନା କରିଛନ୍ତି ହେଲେ ତାହା ବିଆରଏସ ପାଇଁ ଏଟିଏମ ହୋଇ ରହିଯାଇଛି । ଯେବେ କାହାକୁ ଟଙ୍କା ଦରକାର ହୁଏ ସେମାନେ ଏଟିଏମ ବ୍ୟବହାର କରନ୍ତି । ବିଆରଏସକୁ ଟଙ୍କା ଦରକାର ହେଲେ ସେ ନୂଆ ଯୋଜନା ଘୋଷଣା କରିଥାଏ । ତେଲେଙ୍ଗାନାର ବିକାଶ ଟଙ୍କା ବିଆରଏସ ଚଳାଇଥୁବା ପରିବାର ପକେଟକୁ ଯାଉଛି । ଚାଷୀଙ୍କ ହିତ ବିଜେପି ପାଇଁ ସର୍ବଦା ପ୍ରାଥମିକତା ରହିଛି । ବିଆରଏସ ଓ କଂଗ୍ରେସ ତାଙ୍କ ପିଲାଙ୍କ କଥା ଭାବନ୍ତୁ ମାତ୍ର ଆମେ ତୁମ ପିଲାମାନଙ୍କ ସହ ସର୍ବଦା ଛିଡା ହେବୁ ବୋଲି କହିଛ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବିଜେପି ଯାହା କୁହେ ତାହା କରି ଦେଖାଏ । ମୋଦି ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୁରଣ ହେବାର ଗ୍ୟାରେଣ୍ଟି । ତେଣୁ ଆଜି ତେଲେଙ୍ଗାନାରେ ପଛୁଆ ବର୍ଗ ସମାଜର ଲୋକ ଉତ୍ସାହିତ କାରଣ ବିଜେପି ଏଠାରେ ପଛୁଆ ବର୍ଗ ସମାଜର ଜଣଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରତିଶ୍ରୁତି ଦେଇଛି । ବିଜେପି ଦେଶକୁ ରେକର୍ଡ ସଂଖ୍ୟାରେ ପଛୁଆ ବର୍ଗରୁ କେନ୍ତ୍ରୀୟମନ୍ତ୍ରୀ ଦେଇଛି । ଏହି ବିଜେପି ହିଁ ଦେଶକୁ ଜଣେ ଓବିସି ପ୍ରଧାନମନ୍ତ୍ରୀ ଦେଇଛି । ବିଜେପି ସର୍ବଦା ସମାଜିକ ନ୍ୟାୟ ଏବଂ ସାମାଜିକ ସଶକ୍ତୀକରଣ ପାଇଁ କାମ କରୁଛି । ତେଲେଙ୍ଗାନାର ବିକାଶ ଯାତ୍ରାରେ ମାଦିଗା ସମ୍ପ୍ରଦାୟଙ୍କ ସହ ହୋଇଥିବା ଅନ୍ୟାୟ ବିଷୟରେ ବିଜେପି ଅବଗତ । ଏହି ଅନ୍ୟାୟର ଅନ୍ତ ପାଇଁ ଭାରତ ସରକାର ପ୍ରତିବଦ୍ଧ । ମାଦିଗା ସମୁଦାୟଙ୍କ ସହ ଜଡିତ ନ୍ୟାୟିକ ପ୍ରକ୍ରିୟା ସୁପ୍ରିମକୋର୍ଟରେ ଚାଲିଛି । ଏହାର ସଫଳତା ପାଇଁ ଆମକୁ ସବୁ ସମ୍ଭବ ପ୍ରୟାସ କରୁଛି ।"

ଏହା ବି ପଢନ୍ତୁ...ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିଭ୍ରାଟ ଘଟଣା: ତତ୍କାଳୀନ ଫିରୋଜପୁର ଏସପି ନିଲମ୍ବିତ

ପ୍ରକାଶ ଥାଉ କି, ଦେଶର 5 ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି । ମଧ୍ୟପ୍ରଦେଶ, ମିଜୋରାଜ, ଛତିଶଗଡ ଓ ରାଜସ୍ଥାନରେ ନିର୍ବାଚନ ସମାପ୍ତ ହୋଇଛି । ଆସନ୍ତା ନଭେମ୍ବର 30 ତାରିଖରେ ତେଲେଙ୍ଗାନାରେ ବିଧାନସକଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । 119 ଆସନରେ ଭୋଟ ଗ୍ରହଣ ହେବ । ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭାନ କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ. ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.