ETV Bharat / bharat

କର୍ଣ୍ଣାଟକ ପରେ ତେଲେଙ୍ଗାନା: କାମ ଦେଲା କି କଂଗ୍ରେସର '6 ଗ୍ୟାରେଣ୍ଟି' ! - ବିଧାନସଭା ନିର୍ବାଚନ

Telangana Assembly Election: କର୍ଣ୍ଣାଟକ ପରେ ତେଲେଙ୍ଗାନାରେ କାମ ଦେଲା କଂଗ୍ରେସ ଗ୍ୟାରେଣ୍ଟି । ଭୋଟରଙ୍କୁ ଆକୃଷ୍ଟ କରିବାକୁ 6 ଗ୍ୟାରେଣ୍ଟି ଘୋଷଣା କରିଥିଲା କଂଗ୍ରେସ ପାର୍ଟି । କଣ ଏହି କଂଗ୍ରେସ ଗ୍ୟାରେଣ୍ଟି ଏବଂ ନିର୍ବାଚନରେ କେମିତି ଦେଲା କାମ କଂଗ୍ରେସ ଗ୍ୟାରେଣ୍ଟି ! ଅଧିକ ପଢ଼ନ୍ତୁ...

ତେଲେଙ୍ଗାନାରେ କାମ ଦେଲା କି କଂଗ୍ରେସର '6 ଗ୍ୟାରେଣ୍ଟି' !

author img

By ETV Bharat Odisha Team

Published : Dec 3, 2023, 2:02 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କର୍ଣ୍ଣାଟକ ପ୍ରଭାବ । କର୍ଣ୍ଣାଟକ ପରେ ତେଲେଙ୍ଗାନା ଗଡ଼କୁ କବଜାକୁ ନେଇଛି କଂଗ୍ରେସ । ତେଲେଙ୍ଗାନା ବିଜୟ ପଛରେ କାମ ଦେଇଛି କଂଗ୍ରେସର 6 ଗ୍ୟାରେଣ୍ଟି । କର୍ଣ୍ଣାଟକରେ କଂଗ୍ରେସ ପାର୍ଟି 5 ଗ୍ୟାରେଣ୍ଟି ଜରିଆରେ ନିର୍ବାଚନ ଜିତିଥିଲା । ତେଲେଙ୍ଗାନା ପାଇଁ ଘୋଷଣା କରିଥିଲା 6 ଗ୍ୟାରେଣ୍ଟି । ନିର୍ବାଚନୀ ଘୋଷଣା ପତ୍ରରେ ତେଲେଙ୍ଗାନା ଭୋଟରଙ୍କ ପାଇଁ 6ଟି ବଡ଼ ଗ୍ୟାରେଣ୍ଟି ଦେଇଥିଲା ହାତ ଦଳ । ନଭେମ୍ବର 17ରେ କଂଗ୍ରେସର ଘୋଷଣା କରିଥିଲା ଏହି 6 ଗ୍ୟାରେଣ୍ଟି ।

କଂଗ୍ରେସର 6 ଗ୍ୟାରେଣ୍ଟି ହେଲା 1- ମହାଲକ୍ଷ୍ମୀ, 2-ରୟୁଥୁ ଭରସା, 3- ଗୃହ ଜ୍ୟୋତି, 4- ଇନ୍ଦିରାମ୍ମା ଇନ୍ଦଲୁ, 5- ଯୁବ ବିକାଶମ୍ ଏବଂ 6 - ଚେୟୁଥ ।

ମହାଲକ୍ଷ୍ମୀ: ମହାଲକ୍ଷ୍ମୀ ଯୋଜନାରେ ତେଲେଙ୍ଗାନାର ମହିଳାମାନଙ୍କ ପାଇଁ ଏକାଧିକ ଗ୍ୟାରେଣ୍ଟି ଦେଇଥିଲା କଂଗ୍ରେସ । ସେଥିରୁ ପ୍ରମୁଖ ହେଉଛି ମହିଳାମାନଙ୍କୁ ପ୍ରତିମାସ 2500 ଟଙ୍କା , 500 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ଆରଟିସି ବସରେ ମାଗଣା ଯାତ୍ରା ଏବଂ ମାସକୁ 1099 ଟଙ୍କା ବିନିମୟରେ 2 କୋଟି ଟଙ୍କାର ଟର୍ମ ଇନସ୍ୟୁରାନ୍ସ (ବୀମା ସୁବିଧା ।

ରୟୁଥୁ ଭରସା: ତେଲେଙ୍ଗାନାର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଥିଲା କଂଗ୍ରେସ ପାର୍ଟି । ପ୍ରତିବର୍ଷ ପ୍ରତି ଏକର ଜମି ପିଛା 15 ହଜାର ଟଙ୍କାର ସହାୟତା, ଚାଷ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ବର୍ଷକ 12 ହଜାର ଟଙ୍କା ଏବଂ ଧାନ ଫସଲ ପାଇଁ ବର୍ଷକୁ 500 ଟଙ୍କାର ବୋନସ ଘୋଷଣା କରିଥିଲା କଂଗ୍ରେସ ।

ଗୃହ ଜ୍ୟୋତି: ଏହି ଗ୍ୟାରେଣ୍ଟି ଅଧିନରେ ପ୍ରତି ପରିବାରକୁ 200 ୟୁନିଟ୍ ବିଜୁଳି ମାଗଣା । ଅର୍ଥାତ ପ୍ରତି ପରିବାରକୁ, ମାସକୁ 200 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । କଂଗ୍ରେସ ଶାସନ କାଳରେ ଏହାର ଫାଇଦା ତେଲେଙ୍ଗାନା ଜନତା ପାଇବେ ବୋଲି ଘୋଷଣା କରିଥିଲା ଦଳ ।

ଇନ୍ଦିରାମ୍ମା ଇନ୍ଦଲୁ: ଏହି ଯୋଜନାରେ ତେଲେଙ୍ଗାନା ରାଜ୍ୟ ଗଠନ ଅଭିଯାନରେ ସାମିଲ ସମସ୍ତ ବ୍ୟକ୍ତିଙ୍କୁ 250 ୟାର୍ଡର ପ୍ଲଟ୍ ମାଗଣାରେ ମିଳିବ । ଏହାସହ ଯେଉଁମାନଙ୍କର ନିଜସ୍ବ ଘର ନାହିଁ, ସେମାନଙ୍କୁ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଯୁବ ବିକାଶମ୍: ତେଲେଙ୍ଗାନର ଯୁବବର୍ଗଙ୍କ ପାଇଁ ସ୍ବତନ୍ତ୍ର ଗ୍ୟାରେଣ୍ଟି ଦେଇଥିଲା କଂଗ୍ରେସ ପାର୍ଟି । ବିଦ୍ୟାର୍ଥୀମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ବିଦ୍ୟା ଭରସା କାର୍ଡ ଏବଂ ତେଲେଙ୍ଗାନାର ସମସ୍ତ ମଣ୍ଡଳରେ ଅନ୍ତର୍ଜାତୀୟ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ପାର୍ଟି ।

ଚେୟୁଥ: ବରିଷ୍ଠ ନାଗରିକଙ୍କ ପାଇଁ ଗ୍ୟାରେଣ୍ଟି ଘୋଷଣା କରିଥିଲା କଂଗ୍ରେସ ପାର୍ଟି । ଏଥିରେ ବରିଷ୍ଠ ନାଗରିକ (ସିନିୟର ସିଟିଜନ୍)ଙ୍କୁ ମାସକୁ 4 ହଜାର ଟଙ୍କାର ପେନସନ୍ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାସହ ରାଜୀବ ଆରୋଗ୍ୟ ଇନସ୍ୟୁରାନ୍ସ ଅଧିନରେ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା ।

ତେଲେଙ୍ଗାନା ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏହି 6ଟି ଗ୍ୟାରେଣ୍ଟି ଘୋଷଣା କରିଥିଲା ଗ୍ରାଣ୍ଡ ଓଲ୍ଡ ପାର୍ଟି । ଦଳ କ୍ଷମତାକୁ ଆସିଲେ, ସମସ୍ତ ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, କର୍ଣ୍ଣାଟକ ବିଜୟ ପରେ ତେଲେଙ୍ଗାନା ନିର୍ବାଚନକୁ ଫୋକସ କରିଥିଲା କଂଗ୍ରେସ ପାର୍ଟି । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଏବଂ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ସମେତ ଦଳର ତୁଙ୍ଗ ନେତାମାନେ ଜୋରଦାର ପ୍ରଚାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.