ETV Bharat / bharat

ତେଲେଙ୍ଗାନା କଂଗ୍ରେସରେ ସିଏମ୍ ରେସ୍: ସବୁଠୁ ଆଗରେ ପିସିସି ସଭାପତି ରେଭାନ୍ତ - ରେଭାନ୍ତ ରେଡ୍ଡି

Telangana Assembly Election Result: କିଏ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ରେଭାନ୍ତ, ଉତ୍ତମ ନା କୋମାତି ? ବିଧାନସଭା ନିର୍ବାଚନରେ କଂଗ୍ରେସ ମ୍ୟାଜିକ୍ ନମ୍ବର ଟପିବା ପରେ, ସିଏମ୍ ଚେୟାରକୁ ନେଇ ଜୋର ଧରିଛି ଚର୍ଚ୍ଚା। ଆସନ୍ତୁ ଜାଣିବା କଂଗ୍ରେସ ସିଏମ୍ ରେସ୍ ରେ କିଏ ଅଛନ୍ତି ଆଗରେ ? ଅଧିକ ପଢ଼ନ୍ତୁ...

ତେଲେଙ୍ଗାନାରେ ରେଜଲ୍ଟ ପରେ ମୁଖ୍ୟମନ୍ତ୍ରୀ ଦୌଡ଼: ରେସରେ ଆଗରେ ରେଭାନ୍ତ ରେଡ୍ଡି

author img

By ETV Bharat Odisha Team

Published : Dec 3, 2023, 4:58 PM IST

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ଟପିଛି କଂଗ୍ରେସ ପାର୍ଟି । ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ରାଜ୍ୟରେ ବିଆରଏସ୍ ସରକାରର ପତନରେ ମୁଖ୍ୟ ଭୂମିକା ନେଇଥିବା, କଂଗ୍ରେସ ପାର୍ଟିର କିଛି ହେବିୱେଟ ନେତାମାନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ରେଭାନ୍ଥ ରେଡ୍ଡି, ସାଂସଦ ଉତ୍ତମକୁମାର ରେଡ୍ଡି, ସାଂସଦ କୋମାତିରେଡ୍ଡି ଭେଙ୍କଟ ରେଡ୍ଡି ଏବଂ ମାଲ୍ଲୁ ଭଟ୍ଟି ବିକ୍ରମାର୍କ ।

ରେଭାନ୍ତ ରେଡ୍ଡି: ତେଲେଙ୍ଗାନା କଂଗ୍ରେସରେ ଗେମ୍ ଚେଞ୍ଜର୍ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭାନ୍ତ ରେଡ୍ଡି । ତେଲେଙ୍ଗାନାରେ କଂଗ୍ରେସ ପାର୍ଟିକୁ ଜିରୋରେ ହିରୋ କରିବାରେ ମୁଖ୍ୟ ପୁରୋଧା । ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା । ତେଲେଙ୍ଗାନାରେ କଂଗ୍ରେସରୁ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, ଏହି ଦୌଡ଼ରେ ଆଗରେ ଅଛନ୍ତି ରେଭାନ୍ତ । ତିନି ତିନି ଥରର ବିଧାୟକ ତଥା ବର୍ତ୍ତମାନର ମାଲକାଜଗିରି ସାଂସଦ ରେଭାନ୍ତ, ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ । ତେଲେଙ୍ଗାନା ରାଜନୀତିରେ ତାଙ୍କର ଅଭିଜ୍ଞତା ଅଧିକ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ରେଭାନ୍ତ, ପରେ ଟିଡିପି ଏବଂ ତାପରେ କଂଗ୍ରେସରେ ସାମିଲ ହୋଇଥିଲେ । 2009, 2014 ଏବଂ 2018ରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । 2019 ଲୋକସଭା ନିର୍ବାଚନରେ ମାଲକାଜଗିରିରୁ ବିଜୟୀ ହୋଇଥିଲେ । ରେଭାନ୍ତଙ୍କ ନେତୃତ୍ବରେ 2023 ବିଧାନସଭା ନିର୍ବାଚନ ଲଢ଼ିଛି କଂଗ୍ରେସ । ରେଭାନ୍ତ ଏଥର ଦୁଇଟି ଆସନ କୋଡଙ୍ଗଲ ଏବଂ କାମାରେଡ୍ଡିରୁ ଛିଡ଼ା ହୋଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଗାନ୍ଧି ପରିବାର ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ଗୁଡ୍ ବୁକ୍ ରେ ଅଛନ୍ତି ରେଭାନ୍ତ ।

ଏହା ମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ

କୋମାତିରେଡ୍ଡି ଭେଙ୍କଟ ରେଡ୍ଡି: ତେଲେଙ୍ଗାନା କଂଗ୍ରେସରେ ଟାଣୁଆ ନେତା କୋମାତିରେଡ୍ଡି ଭେଙ୍କଟ ରେଡ୍ଡି । ସେ ଭୁବନଗିରି ଲୋକସଭା ଆସନରୁ 2019ରୁ ସାଂସଦ ଅଛନ୍ତି । କୋମାତିରେଡ୍ଡି ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଷ୍ଟାର କ୍ୟାମ୍ପେନର ଥିଲେ । ପୂର୍ବତନ ବିଧାୟକ କୋମାତିରେଡ୍ଡି ପୂର୍ବରୁ ତେଲେଙ୍ଗାନା ବିଧାନସଭାରେ କଂଗ୍ରେସ ପାର୍ଟିରୁ ଉପ ବାଚସ୍ପତି ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କ ନାଁ ଚର୍ଚ୍ଚା ହେଉଛି।

ଏହା ମଧ୍ୟ ପଢ଼ନ୍ତୁ: କର୍ଣ୍ଣାଟକ ପରେ ତେଲେଙ୍ଗାନା: କାମ ଦେଲା କି କଂଗ୍ରେସର '6 ଗ୍ୟାରେଣ୍ଟି' !

ଉତ୍ତମ କୁମାର ରେଡ୍ଡି: ପୂର୍ବତନ ଏୟାରଫୋର୍ସ ପାଇଲଟ ତଥା ବରିଷ୍ଠ କଂଗ୍ରେସ ନେତା ଏନ୍. ଉତ୍ତମ କୁମାର ରେଡ୍ଡି । 2019ରୁ ନାଲଗୋଣ୍ଡା ଲୋକସଭା ଆସନରୁ ସାଂସଦ ଅଛନ୍ତି ଉତ୍ତମ । ପୂର୍ବରୁ ସେ କୋଦାଦ ଏବଂ ହଜୁର ନଗର ବିଧାନସଭା ଆସନରୁ ବିଧାୟକ ରହି ଆସିଛନ୍ତି । 2015ରୁ 2021 ଯାଏଁ ପିସିସି ସଭାପତି ଥିଲେ ଉତ୍ତମ ରେଡ୍ଡି । ସେହିପରି ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଉତ୍ତମ । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଷ୍ଟାର ପ୍ରଚାରକ ଥିଲେ ଉତ୍ତମ।

ଏହା ମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନା ଫାଇଟ୍‌ରେ କଂଗ୍ରେସ ହିରୋ ରେଭାନ୍ତ ରେଡ୍ଡି, ସରକାର ଗଠନରେ ନେବେ ମୁଖ୍ୟ ଭୂମିକା

ମାଲୁ ଭଟ୍ଟି ବିକ୍ରମାର୍କ: ତେଲେଙ୍ଗାନା କଂଗ୍ରେସରେ ଜଣା ଶୁଣା ନେତା ବିକ୍ରମାର୍କ । ମାଧିରା ବିଧାନସଭା ଆସନରୁ 2009 ଏବଂ 2014ରେ କଂଗ୍ରେସ ଟିକେଟରେ ବିଧାୟକ ନିର୍ବାଚିତ । 2009 ରୁ 2011 ମଧ୍ୟରେ ଆନ୍ଧ୍ରପ୍ରଦେଶ ବିଧାନସଭାରେ ମୁଖ୍ୟ ସଚେତକ ଥିଲେ । 2011ରୁ 2014 ମଧ୍ୟରେ ଆନ୍ଧ୍ରପ୍ରଦେଶ ବିଧାନସଭାର ଉପ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ବିକ୍ରମାର୍କ ତେଲେଙ୍ଗାନା କଂଗ୍ରେସରେ ଅନ୍ୟତମ ଦକ୍ଷ ନେତା ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଘୋଡ଼ା ବେପାରକୁ ଚେକ୍ ଦେବାକୁ କଂଗ୍ରେସର ପ୍ଲାନ, ବିଧାୟକଙ୍କୁ ବୋହି ନେବାକୁ ବସ୍‌-ଫ୍ଲାଇଟ୍‌ ତୟାର

ତେଲେଙ୍ଗାନା ବିଜୟକୁ ନେଇ କଂଗ୍ରେସ ମହଲରେ ଆରମ୍ଭ ହୋଇଯାଇଛି ସେଲିବ୍ରେନ । ହାଇଦ୍ରାବାଦର ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ଗାନ୍ଧି ଭବନରେ ଦଳୀୟ ନେତା ଏବଂ କର୍ମୀଙ୍କ ସହ ଉତ୍ସବ ମନାଇଛନ୍ତି ରେଭାନ୍ତ ରେଡ୍ଡି । ଏପଟେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନି କୁମାର, ପିସିସି ସଭାପତି ରେଭାନ୍ତ ରେଡ୍ଡିଙ୍କୁ ତାଙ୍କ ବାସ ଭବନରେ ଭେଟିବା ପରେ, ରେଭାନ୍ତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.