ETV Bharat / bharat

ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣା: ଏସିଆର ସର୍ବବୃହତ ତେହେରୀ ଡ୍ୟାମରୁ ବନ୍ଦ ହେଲା ଜଳ ପ୍ରବାହ - ଉତ୍ତରାଖଣ୍ଡରେ ଗ୍ଲାସିଅର୍ ଭାଙ୍ଗିବା ଘଟଣା

ଚମୋଲିରେ ହିମସ୍ଖଳନ ପରେ ଉତ୍ତରାଖଣ୍ଡ ସରକାର ଏବେ ସତର୍କ । ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଉଦ୍ଧାରକାରୀ ଟିମକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହ ଏସିଆର ବୃହତ୍ତମ ତେହେରୀ ବନ୍ଧରୁ ଜଳ ବନ୍ଦ କରିବାକୁ ତେହେରୀ ଡ୍ୟାମ ପ୍ରକଳ୍ପର ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଏସିଆର ସର୍ବବୃହତ ତେହେରୀ ଡ୍ୟାମରୁ ବନ୍ଦ ହେଲା ଜଳ ପ୍ରବାହ

author img

By

Published : Feb 7, 2021, 6:14 PM IST

ଡେରାଡୁନ: ଚମୋଲିରେ ହିମସ୍ଖଳନ ପରେ ଉତ୍ତରାଖଣ୍ଡ ସରକାର ଏବେ ସତର୍କ । ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଉଦ୍ଧାରକାରୀ ଟିମକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିସହ ଏସିଆର ବୃହତ୍ତମ ତେହେରୀ ବନ୍ଧରୁ ଜଳ ବନ୍ଦ କରିବାକୁ ତେହେରୀ ଡ୍ୟାମ ପ୍ରକଳ୍ପର ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେହେରୀ ଜିଲ୍ଲା ଅନ୍ତର୍ଗତ ଦେବପ୍ରୟାଗ ଏବଂ ଋଷିକେଶ ମଧ୍ୟରେ ନଦୀ କୂଳରେ ରହୁଥିବା ଲୋକଙ୍କୁ ଚମୋଲି ବିପର୍ଯ୍ୟୟ ସମ୍ପର୍କରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେହେରୀ ଡ୍ୟାମ ପ୍ରକଳ୍ପ ନିର୍ଦ୍ଦେଶକ ବି.କେ ବଡୋନି କହିଛନ୍ତି ଯେ ଚମୋଲିରେ ହିମସ୍ଖଳନକୁ ଦୃଷ୍ଟିରେ ରଖି ତେହେରୀ ଡ୍ୟାମର ଜଳ ପ୍ରବାହ ଦିନ 12 ଟାରୁ ବନ୍ଦ ହୋଇଯାଇଛି, ଯାହା ଦ୍ବାରା ଦେବପ୍ରୟାଗରେ ଥିବା ଡ୍ୟାମ ଜଳ ଅଳକାନନ୍ଦା ନଦୀରେ ପ୍ରବେଶ କରିବ ନାହିଁ। ତେହେରୀ ଡ୍ୟାମ ବନ୍ଦ ହେତୁ ଡ୍ୟାମର ସମସ୍ତ ଟର୍ବାଇନ ବନ୍ଦ ହୋଇଯାଇଛି, ଯେଉଁ କାରଣରୁ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବନ୍ଦ ହୋଇଯାଇଛି।

ପ୍ରକାଶଥାଉକି, ତେହେରୀ ବନ୍ଧ ହେଉଛି ଏସିଆର ସବୁଠାରୁ ବଡ ବନ୍ଧ । ଏହି ବନ୍ଧଟି ଭାଗୀରଥୀ ଏବଂ ଭିଲଙ୍ଗନା ନଦୀର ମିଳନସ୍ଥଳରେ ନିର୍ମିତ । ତେହେରୀ ଡ୍ୟାମରୁ ଜଳ ଦେବପ୍ରୟାଗରେ ପହଞ୍ଚେ । ଚାମୋଲିରୁ ପ୍ରବାହିତ ଅଲକାନନ୍ଦ ନଦୀ ଦେବପ୍ରୟାଗରେ ଦେଖିବାକୁ ମିଳେ । ଦେବପ୍ରୟାଗରୁ ଗଙ୍ଗା ସୃଷ୍ଟି ହୁଏ ଏବଂ ଗଙ୍ଗାର ଜଳ ଋଷିକେଶରେ ପହଞ୍ଚି ହରିଦ୍ବାରରେ ପହଞ୍ଚେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.