ETV Bharat / bharat

ମାଆ ଟିଭି ବନ୍ଦ କରିବାରୁ ଯୁବକଙ୍କ ଆତ୍ମହତ୍ୟା

author img

By

Published : Apr 4, 2021, 5:11 PM IST

ପୁଅ ଟିଭି ଦେଖୁଥିବା ସମୟରେ ମାଆ ଟିଭି ବନ୍ଦ କରି ପାଠ ପଢିବାକୁ କହିବାରୁ ଆତ୍ମହତ୍ୟା କଲେ 18 ବର୍ଷୀୟ ଯୁବକ । ଅଧିକ ପଢନ୍ତୁ..

ମାଆ ଟିଭି ବନ୍ଦ କରିବାରୁ ଯୁବକଙ୍କ ଆତ୍ମହତ୍ୟା
ମାଆ ଟିଭି ବନ୍ଦ କରିବାରୁ ଯୁବକଙ୍କ ଆତ୍ମହତ୍ୟା

ମୁମ୍ବାଇ: ପିଲାମାନଙ୍କ ଟିଭି ଦେଖିବାକୁ ନେଇ ଅନେକ ସମୟରେ ବାପାମାଆ ଆକଟ କରିଥାନ୍ତି । ପ୍ରାୟ ପ୍ରତିଟି ଘରେ ଏହି ସମାନ ଘଟଣା ଦେଖିବାକୁ ମିଳିଥାଏ । ମାତ୍ର ଏହି ଆକଟ ଜଣେ ମାଆକୁ ଖୁବ୍ ମହଙ୍ଗା ପଡିଛି । ପୁଅ ଟିଭି ଦେଖୁଥିବା ସମୟରେ ମାଆ ଟିଭି ବନ୍ଦ କରି ପାଠ ପଢିବାକୁ କହିବାରୁ ପିଲାଟି ରଶି ଲଗାଇ ଆତ୍ମହତ୍ୟା କରିଛି । ମହାରାଷ୍ଟ୍ରର ବିଡ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ମୃତକ 18 ବର୍ଷୀୟ ଚୈତନ୍ୟ ଅନନ୍ତ କୋକିଳ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଚୈତନ୍ୟ ଗତ ପାଞ୍ଚ ବର୍ଷ ଧରି ଅହମ୍ମଦନଗରସ୍ଥିତ ବେଦ ବିଦ୍ୟାଳୟରେ ବେଦ ଅଧ୍ୟୟନ କରୁଥିଲେ । କୋରୋନା ନେଇ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ କିଛି ଦିନ ଧରି ସେ ଘରେ ରହୁଥିଲେ । ଗତ ଶନିବାର ଦିନ ନିଜ ଅନଲାଇନ ପାଠ୍ୟକ୍ରମ ସାରି ଚୈତନ୍ୟ ଟିଭି ଦେଖିବାକୁ ଲାଗିଥିଲେ । ପୁଅକୁ ଟିଭି ଦେଖୁଥିବାର ଦେଖି ତାଙ୍କ ମାଆ ଆକଟ କରିବା ସହ ଟିଭିକୁ ବନ୍ଦ କରିଦେଇଥିଲେ ଏବଂ ପାଠ ପଢିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ଯୁବକଟି ଖୁବ୍ ରାଗି ଯାଇଥିଲେ । ଏହାପରେ ସେ ଆଉ ଏକ କୋଠରୀରେ ନିଜକୁ ବନ୍ଦ କରି ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.