ETV Bharat / bharat

Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ - କାହିଁକି ପାଳନ ହୁଏ ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ଅଧିକ ପଢନ୍ତୁ

ଆଜି ପବିତ୍ର ଗୁରୁ ଦିବସ
ଆଜି ପବିତ୍ର ଗୁରୁ ଦିବସ
author img

By

Published : Sep 5, 2022, 7:58 AM IST

ଭୁବନେଶ୍ବର: ଗୁରୁଙ୍କ ବିନା ଜୀବନରେ କେହି କେବେ ସଫଳ ହୋଇନାହାନ୍ତି । ଜୀବନର ପ୍ରତି କ୍ଷଣରେ ଯାହାଙ୍କଠୁ କିଛି ଶିଖିବାକୁ ମିଳେ ସେ ଗୁରୁ ପାଲଟି ଯାଆନ୍ତି । ଜୀଇଁବାର ମାନେ ହେଉ କି ହେଉ ଜ୍ଞାନ ସବୁଠି ତିଆରି ହୁଏ ଗୁରୁ ଶିକ୍ଷ୍ୟର ସୁସମ୍ପର୍କ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁସାଶନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ । ବାପା ମାଆଙ୍କ ପରେ ଜୀବନରେ ଯିଏ ଶିକ୍ଷା ଦିଅନ୍ତି ସେ ହେଲେ ଗୁରୁ । ଗୁରୁ ହେଉଛନ୍ତି ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ସେଇଥି ପାଇଁ ତ କୁହନ୍ତି, 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର'।

ଆଜି ହେଉଛି ସେପ୍ଟେମ୍ବର 5 ତାରିଖ । ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି କହିଥିଲେ '' ମୋ ଜନ୍ମଦିନ ନୁହେଁ, ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ମୁଁ ଖୁସି ହେବି ।'' ସେହି ଦିନଠୁ ସେପ୍ଟେମ୍ବର 5କୁ ଗୁରୁଦିବସ ଭାବେ ପାଳନ କରାଯାଏ । ରାଷ୍ଟ୍ରପତି ଭାବେ ସେ ଯେତିକି ପରିଚିତ ନୁହନ୍ତି, ମହାନ ଗୁରୁ ଭାବେ ସେତିକି ପରିଚିତ ।

ଏହା ବି ପଢନ୍ତୁ...46 ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି ମୁର୍ମୁ

ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ:

ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁତନୀ ଓ ତିରୁପତିରେ କଟିଥିଲା । ତାଙ୍କର ପାଠପଢା ଖ୍ରୀଷ୍ଟିଆନ୍ ମିସନାରୀ ସ୍କୁଲରୁ ଆରମ୍ଭ ହୋଇଥିଲା ଏହାପରେ ୧୯୦୯ରେ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ରାଧାକ୍ରିଷ୍ଣନଙ୍କୁ ନିଯୁକ୍ତି ମିଳିଥିଲା । 1918ରେ ରାଧାକ୍ରିଷ୍ଣନ ମହୀଶୂର ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତା’ ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ, କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ବବିଦ୍ୟାଳୟ ଓ ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟ ଅଧ୍ୟାପନା କରିଥିଲେ । ଏହାପର ଠାରୁ ସେ ନିଜକୁ ଭାରତୀୟ ଦର୍ଶନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅଧ୍ୟୟନରେ ନିୟୋଜିତ ରଖିଥିଲେ ।

'ଶ୍ରୀମଦ ଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବାସୀ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ ।

ଜୀବନରେ ଗୁରୁଙ୍କ ଭୂମିକା:

  • ମଣିଷ ଜୀବନକାଳରେ ପ୍ରତ୍ୟେକ ଲୋକଙ୍କ ଠାରୁ କିଛି ନା କିଛି ଶିଖିଥାଏ । ସେ ବୟସରେ ସାନ ହୋଇ ଥାଉ କିମ୍ବା ବଡ । ବଡଙ୍କ ଠାରୁ ଆମେ ଯେତିକି ଶିଖିଥାଉ, ସାନଙ୍କ ଠାରୁ ମଧ୍ୟ ସେତିକି ଶିଖିଥାଉ । ଯଦି ଆମେ କାହାଠୁ କିଛି ଶୁଖୁଛେ, ତେବେ ତାକୁ ଗୁରୁ ପଦବାଚ୍ୟ କରିବା ଉଚିତ୍ । ବିନା ଗୁରୁରେ କେହି କେବେ ସଫଳତାର ଶୀର୍ଷରେ ପହଞ୍ଚି ପାରିନଥାଏ । ଗୁରୁଙ୍କ ଆକଟ ବେତ ପାହାର ଜୀବନରେ କିଛି କରିବାକୁ ଶକ୍ତି ଦିଏ । ଯିଏ ଆପଣଙ୍କୁ ଶିକ୍ଷା ସହିତ ମାନବିକତାର ପାଠ ମଧ୍ୟ ପଢାଇ ପାରିବେ ସେ ଗୁରୁ ।
  • ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ । କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି । ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ । ଗୁରୁ ହିଁ ପ୍ରେରଣାର ଉତ୍ସ । ବିଶିଷ୍ଟ ଦାର୍ଶନିକ ଆର୍ଥର ୱାର୍ଡଙ୍କ ମତରେ 'ଜଣେ ସାଧାରଣ ଶିକ୍ଷକ କେବଳ ଶିକ୍ଷାଦାନ କରିଥାଆନ୍ତି। ଭଲ ଶିକ୍ଷକ ଉତ୍ତମ ରୂପେ ବୁଝାଇଥାଆନ୍ତି । ସବୁଠୁ ଭଲ ଶିକ୍ଷକ ପଥ ପ୍ରଦର୍ଶନ କରାନ୍ତି ଓ ଜଣେ ମହାନ ଶିକ୍ଷକ ପ୍ରେରଣା ଦେଇଥାଆନ୍ତି' । ତେଣୁ ଭାଗବତରେ ଅଛି ' ଗୁରୁ ନ ଥାଇ ତୁ ଅର୍ଜୁନ, କାହିଁ ପାଇବୁ ସଦଜ୍ଞାନ'।
  • ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି, ସେ ହେଉଛନ୍ତି ଶିକ୍ଷା ଗୁରୁ । ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ । ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଜଣେ ଶିକ୍ଷକଙ୍କ ଉପରେ । ଜୀବନରେ ଆହୁରି କିଛି କିଛି ଲୋକ ଥାଆନ୍ତି, ଯିଏ ଉତ୍ତମ ଶିକ୍ଷା ଦେବା ସହ ଭୁଲ ରାସ୍ତାରେ ବାଟ କଢାଇ ଆଣିଥାନ୍ତି । ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କହି ଦେଇଥାଆନ୍ତି । କେଉଁଟା କଲେ ଠିକ୍ ହେବ, କେଉଁଟା କଲେ ଭୁଲ ହେବ, ଏ ସମ୍ପର୍କରେ ଭଲଭାବେ ବୁଝାଇ ଦେଇଥାଆନ୍ତି । ଆଜି ପବିତ୍ର ଗୁରୁ ଦିବସରେ ସେହି ସମସ୍ତ ଗୁରୁ ଯିଏ ପିଲାଙ୍କୁ ତିଆରି କରନ୍ତି ଜୀବନର ମାନେ ଶିଖାନ୍ତି ତାଙ୍କୁ କୋଟି କୋଟି ପ୍ରଣାମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.