ETV Bharat / bharat

କପି ଅଭିଯୋଗରେ ପୋଷାକ ଓହ୍ଲାଇଲେ ଶିକ୍ଷୟିତ୍ରୀ, ଦେହରେ ନିଆଁ ଲଗାଇ ଦେଲେ ଛାତ୍ରୀ

author img

By

Published : Oct 14, 2022, 10:55 PM IST

ପରୀକ୍ଷାରେ କପି କରିବା ଅଭିଯୋଗରେ ଛାତ୍ରୀଙ୍କ ପୋଷାକ ଓହ୍ଲାଇଦେଲେ ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିବାରେ ଲାଗିଛି । ଅଧିକ ପଢ଼ନ୍ତୁ

Teacher took off student clothes in Jamshedpur girl attempted to suicide in Jharkhand
ନକଲ ଅଭିଯୋଗରେ ଛାତ୍ରୀଙ୍କ ପୋଷାକ ଓହ୍ଲାଇଲେ ଶିକ୍ଷୟିତ୍ରୀ, ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ

ରାଞ୍ଚି: ପରୀକ୍ଷା କପି କରିବା ଅଭିଯୋଗରେ ଛାତ୍ରୀଙ୍କ ପୋଷାକ ଓହ୍ଲାଇଦେଲେ ଶିକ୍ଷୟିତ୍ରୀ । ଘରକୁ ଫେରି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଛାତ୍ରୀ । ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଝାଢ଼ଖଣ୍ଡର ଜାମଶେଦପୁର ଜିଲ୍ଲା ସୀତାରାମଡେରା ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସେପଟେ ପରିବାର ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ପରିବାର ବର୍ଗ ।

ପୀଡ଼ିତା ଛାତ୍ରୀ ଶାରଦାମଣି ସ୍କୁଲ୍‌ରେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଶୁକ୍ରବାର ଅପରାହ୍ଣରେ ଛାତ୍ରୀ ଜଣକ ପରୀକ୍ଷା ଦେବାକୁ ସ୍କୁଲ୍‌କୁ ଯାଇଥିଲେ । ଏହି ସମୟରେ ପରୀକ୍ଷାରେ ନକଲ କରିବା ଅଭିଯୋଗରେ ଛାତୀଙ୍କୁ ଜଣେ ଶିକ୍ଷୟିତ୍ରୀ ଅନ୍ୟ ଏକ ଶ୍ରେଣୀଗୃହକୁ ନେଇ ତାଙ୍କ ପୋଷାକ ଓହ୍ଲାଇ ଯାଞ୍ଚ କରିଥିଲେ । ଏହାକୁ ନେଇ ଛାତ୍ରୀ ଜଣକ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ।

ସ୍କୁଲ୍‌ରୁ ଗୁମ୍‌ସୁମ୍‌ ହୋଇ ଫେରିବା ପେର ଘରେ ଦେହରେ ତେଲ ଢାଳି ନିଆଁ ଲଗାଇଥିଲେ ଛାତ୍ରୀ । ଛାତ୍ରୀଙ୍କ ପ୍ରାୟ ୮୦ ପ୍ରତିଶତ ଦେହ ଜଳି ଯାଇଛି । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଟାଟା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀଙ୍କ ଜଣେ ବାନ୍ଧବୀ ସୂଚନା ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.