ETV Bharat / bharat

Chandrababu Naidu Arrest: 144 ଧାରା ଜାରି ସତ୍ତ୍ବେ ଜଳିଲା ଆନ୍ଧ୍ରପ୍ରଦେଶ

author img

By ETV Bharat Odisha Team

Published : Sep 11, 2023, 2:46 PM IST

ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଆନ୍ଧ୍ରପ୍ରଦେଶ । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସାରା ରାଜ୍ୟରେ 144 ଧାରା ଜାରି ହୋଇଥିଲେ ବି ଟିଡିପି ଦଳୀୟ କର୍ମୀଙ୍କ ଦେଖାଯାଇଛି ବିକ୍ଷୋଭ । ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମୀ । ଅଧିକ ପଢ଼ନ୍ତୁ

TDP leaders protest across andrapadesh to oppose chandrababu naidu arrest

ଅମରାବତୀ: ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଆନ୍ଧ୍ରପ୍ରଦେଶ । ଗିରଫାଦାରୀ ବିରୋଧରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ସାରା ରାଜ୍ୟରେ 144 ଧାରା ଜାରି ସତ୍ତ୍ୱେ ଦଳର କର୍ମୀମାନଙ୍କ ଆକ୍ରୋଶମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ବେଳେ ଦଳର ଅନେକ ନେତାଙ୍କୁ ଅଟକ ରଖିଛି ପୋଲିସ ।

ଏକାଧିକ ସ୍ଥାନରୁ ଆସିଲା ବିକ୍ଷୋଭର ଚିତ୍ର: ଟିଡିପି ମୁଖ୍ୟଙ୍କ ଗିରଫଦାରୀ ବିରୋଧରେ ତେଜୁଛି ଅସନ୍ତୋଷ । ଚିତ୍ତୋର ଜିଲ୍ଲାରେ ଟିଡିପି କର୍ମୀଙ୍କ ଆକ୍ରୋଶମୂଳକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଦଳୀୟ କର୍ମୀ । ଏଥିସହ ଏକ ସରକାରୀ ବସ ଉପରେ ପଥର ମାଡ଼ କରି ବସ କାଚଗୁଡିକୁ ଭାଙ୍ଗି ଦେଇଛନ୍ତି । ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ( RTC)ର ଏକ ବସ ଡିପୋରୁ ବାହାରୁଥିବା ବେଳେ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି ।

ଏଥିସହ ତିରୁପତି ଓ ପଶ୍ଚିମ ଗୋଦାବରୀ ଅଞ୍ଚଳରେ ବି ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟରେ ଶାନ୍ତିଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ଅନକ ସ୍ଥାନରେ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି । ଏହି ବନ୍ଦକୁ ପବନ କଲ୍ୟାଣଙ୍କ ପାର୍ଟି ଜନ ସେନା ସମର୍ଥନ କରିଛି ।

ଏହାମଧ୍ୟ ପଢନ୍ତୁ.. Chandrababu Naidu remand: ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଲା TDP, ବିଭିନ୍ନ ସ୍ଥାନରେ 144 ଜାରି

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଦକ୍ଷତା ବିକାଶ ଅଭିଯାନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଦୁର୍ନୀତି ଲିପ୍ତ ଥିବା ନେଇ ତାଙ୍କୁ ଗିରଫ କରିଛି ରାଜ୍ୟ ତଦନ୍ତାକାରୀ ବିଭାଗ । ସିଆଇଡି ଅଭିଯୋଗ ଅନୁଯାୟୀ, ଦକ୍ଷତା ବିକାଶ ଅଭିଯାନରେ ଅନ୍ତର୍ଗତ କ୍ଲଷ୍ଟର ଅଫ୍‌ ସେଣ୍ଟର୍ସ ଅଫ୍‌ ଏକ୍ସିଲେନ୍ସ(CoEs) ପ୍ରତିଷ୍ଠା ସମୟରେ ଦୁର୍ନୀତି ହୋଇଥିଲା । ଏହି ପ୍ରକଳ୍ପର ମୋଟ ଅଟକଳ ମୂଲ୍ୟ ଥିଲା 3,300କୋଟି ଟଙ୍କା । ଏଥିରେ ଦୁର୍ନୀତି କରାଯାଇ 300 କୋଟି ଟଙ୍କା ଆତ୍ମସାତ କରାଯାଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ 2021 ମସିହାରେ ମାମଲା ଦାଖଲ ହୋଇଥିଲା । ଏହି ଦୁର୍ନୀତି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଗିରଫ କରିଛି ସିଆଇଡି ।

ଏହାମଧ୍ୟ ପଢନ୍ତୁ.. AP Skill Development Scam: ଜେଲ୍ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଶନିବାର ସକାଳ 6ଟା ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା CID । ନନ୍ଦାୟାଲରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରୁ CID ଗିରଫ କରିଥିଲା । ରବିବାର ସକାଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ 14 ଦିନିଆ ନ୍ୟାୟିକ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ବର୍ତ୍ତମାନ ଚନ୍ଦ୍ରବାବୁ ନାଇଡୁ ରାଜମୁନ୍ଦ୍ରି ସେଣ୍ଟ୍ରାଲ ଜେଲରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.