ETV Bharat / bharat

ଧରା ପଡ଼ିଲା ନକଲି ପୋଲିସ, ବିବାହ ପ୍ରସ୍ତାବ ଦେବାକୁ ଯାଇ ବନ୍ଧା ହେଲେ ଯୁବକ - ଧରା ପଡ଼ିଲା ନକଲି ପୋଲିସ

ଧରା ପଡ଼ିଲା ନକଲି ପୋଲିସ । ବାହାଘର ପାଇଁ ପ୍ରସ୍ତାବ ଦେବାକୁ ଆସି ବନ୍ଧା ହେଲେ ଯୁବକ । ଉତ୍ତର ପ୍ରଦେଶ ସ୍ଥିତ ବରେଲିରେ ଏଭଳି କିଛି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

taxi driver poses as a fake inspector to meet lawyer woman in bareilly
ଧରା ପଡ଼ିଲା ନକଲି ପୋଲିସ, ବିବାହ ପ୍ରସ୍ତାବ ଦେବାକୁ ଯାଇ ବନ୍ଧା ହେଲେ ଯୁବକ
author img

By

Published : Nov 18, 2022, 12:01 PM IST

ଲକ୍ଷ୍ନୌ: ବାହାଘର ପାଇଁ ପ୍ରସ୍ତାବ ଦେବାକୁ ଆସି ବନ୍ଧା ହେଲେ ନକଲି ପୋଲିସ । ଜଣେ ଟ୍ୟାକ୍ସି ଚାଳକ ଛଦ୍ମବେଶରେ ଆସି ନିଜକୁ ପୋଲିସ କର୍ମଚାରୀ ଭାବେ ପରିଚୟ ଦେଇ ଆଇନଜୀବୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଆଇନଜୀବୀଙ୍କ ପ୍ରଶ୍ନରେ ନକଲି ପୋଲିସଙ୍କ ରହସ୍ୟ ପଦାକୁ ଆସିଲା । ଉତ୍ତର ପ୍ରଦେଶ ସ୍ଥିତ ବରେଲିରେ ଏଭଳି କିଛି ଘଟଣା ଘଟିଛି । ଏନେଇ ପୋଲିସ ଖବର ପାଇବା ପରେ ଉକ୍ତ ଯୁବକଙ୍କୁ ଗିରଫ କରିଛି ।

ବରେଲିର ଜଣେ ଯୁବତୀ ଓକିଲ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ କହିବା ଅନୁୟାୟୀ, କିଛି ଦିନ ପୂର୍ବେ ଫେସବୁକରେ ଲକ୍ଷ୍ନୌ ସ୍ଥିତ ସତ୍ୟମ ତିୱାରୀଙ୍କ ସହ ବନ୍ଧୁତା କରିଥିଲେ । ସତ୍ୟମ ତିୱାରୀ ଲକ୍ଷ୍ନୌ ସ୍ଥିତ ହଜରତଗଞ୍ଜ ଥାନାରେ ସବ ଇନ୍ସପେକ୍ଟର ଭାବେ ନିୟୋଜିତ ଥିବା କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା । ଏହି ସମୟରେ ସତ୍ୟମ ଆଇନଜୀବୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବରେ ରାଜି ହେବା ପୂର୍ବରୁ ସେ ଯୁବକଙ୍କୁ ସାକ୍ଷାତ କରିବାକୁ କହିଥିଲେ । ଏହାପରେ ଯୁବକ ଜଣକ ପୋଲିସ ପୋଷାକ ପିନ୍ଧି ତାଙ୍କୁ ଦେଖାକରିବାକୁ ପହଞ୍ଚିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଭିକ ମାଗିବାକୁ ଆସି TDP ନେତାଙ୍କୁ କଟୁରୀରେ ଆକ୍ରମଣ, ଦେଖନ୍ତୁ ଛାତିଥରା ଦୃଶ୍ୟ

ନିଜକୁ ପୋଲିସ କର୍ମଚାରୀ କହୁଥିବା ସତ୍ୟମକୁ ଯୁବତୀ ଜଣକ ଆଇପିସି ବିଭାଗ ସମ୍ପର୍କରେ କିଛି ପ୍ରଶ୍ନ ପଚାରିଥିଲେ । ମାତ୍ର ସେ କିଛି କହିପାରିଲେ ନାହିଁ । ଯୁବତୀ ଜଣକ ତାଙ୍କ ଉପରେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସକୁ ଦେଖି ଯୁବକ ଜଣକ ଦୌଡ଼ିବାକୁ ଲାଗିଲେ । ପୋଲିସ ତାଙ୍କୁ ଧରିବା ପରେ ସତ୍ୟତା ସାମ୍ନାକୁ ଆସିଥିଲା । ତାଙ୍କଠାରୁ ନକଲି ଆଇକାର୍ଡ ଜବତ ହୋଇଛି । ସତ୍ୟମ ତିୱାରୀ ବିଏସସି କରିବା ପରେ ଚାକିରି ନପାଇ ଟ୍ୟାକ୍ସି ଚାଳକ ହୋଇଥିବା ପୋଲିସ ସୂଚନା ଦେଇଛି । ସେ ଲକ୍ଷ୍ନୌରେ ଓଲା ପକ୍ଷରୁ ଟ୍ୟାକ୍ସି ଚଳାନ୍ତି । ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ଏହି ମାମଲାର ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.