ETV Bharat / bharat

ବିଦେଶିନୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଟ୍ୟାକ୍ସି ଡ୍ରାଇଭର

author img

By

Published : Nov 30, 2022, 10:46 AM IST

ଆମେରିକୀୟ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଗିରଫ ହେଲେ ଟ୍ୟାକ୍ସି ଡ୍ରାଇଭର । ମୁମ୍ବାଇ ଅନ୍ଧେରୀ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ବିଦେଶିନୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଟ୍ୟାକ୍ସି ଡ୍ରାଇଭର
ବିଦେଶିନୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଟ୍ୟାକ୍ସି ଡ୍ରାଇଭର

ମୁମ୍ବାଇ: ବିଦେଶିନୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ବନ୍ଧା ହେଲେ ଟ୍ୟାକ୍ସି ଡ୍ରାଇଭର । ମୁମ୍ବାଇ ସହରର ଅନ୍ଧେରୀ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୪୦ ବର୍ଷୀୟ ଟ୍ୟାକ୍ସି ଡ୍ରାଇଭର ଆମେରିକୀୟ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଗିରଫ ହୋଇଛି(taxi driver masturbates in front of foreign woman) । ଅଭିଯୁକ୍ତର ନାମ ଯୋଗେନ୍ଦ୍ର ଉପାଧ୍ୟାୟ । ଏନେଇ ପୋଲିସ ତା' ବିରୁଦ୍ଧରେ ଆଇପିସିର ଧାରା ୩୫୪(ଯୌନ ନିର୍ଯାତନା) ଓ ୫୦୯ରେ(ମହିଳାଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ) ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ, ଗତ ଶନିବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ସମ୍ପୃକ୍ତ ଆମେରିକୀୟ ମହିଳା କିଛି ଦିନ ତଳେ କୌଣସି କାମରେ ଭାରତ ଆସିଥିଲେ ଓ ମୁମ୍ବାଇରେ ରହୁଥିଲେ । ଶନିବାର ଅପରାହ୍ନରେ ସେ ଅନ୍ଧେରୀ ଅଞ୍ଚଳରେ ଥିବା ନିଜ ଠିକଣାକୁ ଟ୍ୟାକ୍ସି ଯୋଗେ ଫେରୁଥିଲେ । ଏହି ସମୟରେ ଅଧାବାଟରେ ଟ୍ୟାକ୍ସି ଡ୍ରାଇଭର ଜଣକ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଆରମ୍ଭ କରିଥିଲା । ଏହା ଦେଖି ମହିଳା ଗାଡି ଅଟକାଇବାକୁ କହିବା ସହ ଜୋରରେ ପାଟି କରିଥିଲେ । ତାଙ୍କ ପାଟି ଶୁଣି ଆଖପାଖର ଲୋକ ରୁଣ୍ଡ ହେବା ପରେ ଅଭିଯୁକ୍ତ ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ରାବଣ ସହ ତୂଳନା କଲେ ଖଡଗେ, ଘେରିଲା ବିଜେପି

ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ଅନ୍ଧେରୀ ପୋଲିସ(Andheri police) ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିଲା । ତାକୁ କୋର୍ଟରେ ହାଜର କରାଯିବା ପରେ ଦୁଇ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିବା ସୂଚନା ମିଳିଛି । ଭାରତ ଅତିଥି ଦେବୋ ଭବଃ ପରମ୍ପରାରେ ବିଶ୍ବାସ କରୁଥିବା ବେଳେ ଦେଶରେ ଜଣେ ବିଦେଶୀ ମହିଳାଙ୍କ ପ୍ରତି ଏପରି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି ।

For All Latest Updates

TAGGED:

Mumbai News
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.