ETV Bharat / bharat

ଏୟାର ଇଣ୍ଡିଆକୁ କିଣିଲା TATA ଗ୍ରୁପ

author img

By

Published : Oct 1, 2021, 11:54 AM IST

Updated : Oct 1, 2021, 12:45 PM IST

ଯାତ୍ରୀଙ୍କୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କିଣିଲା ଟାଟା ଗ୍ରୁପ । ଅଧିକ ପଢନ୍ତୁ...

ଏୟାର ଇଣ୍ଡିଆକୁ କିଣିଲା TATA ଗ୍ରୁପ
ଏୟାର ଇଣ୍ଡିଆକୁ କିଣିଲା TATA ଗ୍ରୁପ

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ବିମାନ କମ୍ପାନୀକୁ କିଣିଲା ଟାଟା ଗ୍ରୁପ । ଘରୋଇ ସଂସ୍ଥା ହାତକୁ ଯାଇଛି ଏହି ବିମାନ ସେବାର ମାଲିକାନା । ଏୟାର ଇଣ୍ଡିଆର ପରିଚାଳନା ଭାରକୁ ନେବା ପାଇଁ ଭାରତ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଥିଲା । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ ଜାତୀୟ ପରିବହନ ବିନିଯୋଗ ମନ୍ତ୍ରୀଙ୍କ କମିଟି ବୈଠକ ହୋଇଛି ଏବଂ ଏଥିରେ ଟାଟା ଗ୍ରୁପ ନିଲାମକୁ ଜିତିଥିବା ସୂଚନା ମିଳିଛି । କିନ୍ତୁ ସେପଟେ ଏଯାବତ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

ଏହା ବି ପଢନ୍ତୁ: ଏୟାର ଇଣ୍ଡିଆ ବିକ୍ରି: ବିଡ୍‌ ଲଗାଇବେ ଟାଟା ଗ୍ରୁପ ଓ ସ୍ପାଇସଜେଟ

ଏୟାର ଇଣ୍ଡିଆର ବିନିବେଶ ପାଇଁ ଅନେକ ଆଗ୍ରହୀ ଥିଲେ । କିନ୍ତୁ ସରକାର ଟାଟା ଗ୍ରୁପ ଓ ସ୍ପାଇସଜେଟର ପ୍ରମୋଟର ଅଜୟ ସିଂଙ୍କୁ ଜାତୀୟ ବାହକ ହାସଲ କରିବାକୁ ମନୋନୀତ କରିଥିଲେ । ସରକାର ନିଷ୍ପତ୍ତି ଅନୁସାରେ ବିଡର ଯିଏ ବିଡ ଲଗାଇବ, ଏହାର 15 ପ୍ରତିଶତ ନଗଦ ଆକାରରେ ସରକାରଙ୍କୁ ଦେବାକୁ ପଡିବ ଏବଂ ବାକି 85 ପ୍ରତିଶତକୁ ଏୟାର ଇଣ୍ଡିଆ ସହିତ ଋଣ ରୂପେ ନେବାକୁ ପଡିବ ।

Last Updated : Oct 1, 2021, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.