ETV Bharat / bharat

TATAକୁ ହସ୍ତାନ୍ତର ହେଲା Air India, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ମୁଖ୍ୟ

author img

By

Published : Jan 27, 2022, 5:08 PM IST

ଏୟାର ଇଣ୍ଡିଆ ହସ୍ତାନ୍ତର ପୂର୍ବରୁ ଟାଟା ସନ୍ସ ଅଧ୍ୟକ୍ଷ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ହେଲା କିଛି ସମୟର ଆଲୋଚନା । ଅଧିକ ପଢନ୍ତୁ

ଏୟାର ଇଣ୍ଡିଆ ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ମୁଖ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି ଟାଟା ସନ୍ସ ଚେୟାରମ୍ୟାନ୍ ଏନ.ଚନ୍ଦ୍ରଶେଖରନ । ଆଜି (ଗୁରୁବାର) ଏୟାର ଇଣ୍ଡିଆର ଆନୁଷ୍ଠାନିକ ଭାବେ ଟାଟା ସନ୍ସକୁ ହସ୍ତାନ୍ତର ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ କମ୍ପାନୀ ମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ସ୍ଥାନ ପାଇଛି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ମୁଖ୍ୟ

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆର ଆନୁଷ୍ଠାନିକ ହସ୍ତାନ୍ତର ସମାରୋହ ପୂର୍ବରୁ ସଂସ୍ଥା ମୁଖ୍ୟ ଚନ୍ଦ୍ରଶେଖରନ୍ ମଧ୍ୟ କେନ୍ଦ୍ର ସରକାରଙ୍କ ଅନ୍ୟ କିଛି ପ୍ରମୁଖ ଅଧିକାରୀଙ୍କୁ ଭେଟିଛନ୍ତି । ତେବେ କମ୍ପାନୀ ପରିଚାଳନା ଭାର ଗ୍ରହଣ କରିବା ପରେ ପୂର୍ବ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ମଧ୍ୟ କରିପାରେ ବୋଲି ଅନୁମାନ କରାଯାଉଛି ।

ପୂର୍ବରୁ ରାଷ୍ଟ୍ରାୟତ ମାଲିକାନାରେ ଥିବା ଏହି ବିମାନ କମ୍ପାନୀକୁ ପ୍ରଥମେ ଟାଟା ଗ୍ରୁୁପ ପ୍ରତିଷ୍ଠା କରିଥିଲା । ପରବର୍ତ୍ତୀ ସ୍ଥିତିରେ ଏହାର ପରିଚାଳନା ଭାର କେନ୍ଦ୍ର ସରକାର ନେଇଥିବା ବେଳେ ଆର୍ଥିକ କ୍ଷତି ଯୋଗୁୁ ଏହା ପୁଣି ନିଲାମ ହୋଇଥିଲା । 69 ବର୍ଷର ବ୍ୟବଧାନ ପରେ ଏହାର ମାଲିକାନା ପୁନଃ ଏହାର ମୂଳ କମ୍ପାନୀ ଟାଟାକୁ ଫେରିଛି ।

ଗତ ବର୍ଷ ହୋଇଥିବା ନିଲାମି ପ୍ରକ୍ରିୟାରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ 18,000 କୋଟି ଟଙ୍କା ବିନିମୟରେ ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ହାସଲ କରିବାରେ ସଫଳ ହୋଇଥିଲା । ତେବେ ସେବେଠାରୁ ଭାରତ ସରକାରଙ୍କ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ତାହା ବିଧିବଦ୍ଧ ଭାବେ ଟାଟା ସନ୍ସକୁ ହସ୍ତାନ୍ତର ହେବାକୁ ଯାଉଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.