ETV Bharat / bharat

ଜାନୁଆରୀ ୧୫ ତାରିଖରେ ଟାଟା ମୁମ୍ବାଇ ମାରାଥନ - ଆରମ୍ଭ ହେବ ମୁମ୍ବାଇ ମାରାଥନ

ଆରମ୍ଭ ହେବ ମୁମ୍ବାଇ ମାରାଥନ । ଟାଟା ମୁମ୍ବାଇ ତାର ୧୮ତମ ମାରାଥନ ପାଳନ କରିବାକୁ ଯାଉଛି । ଅଧିକ ପଢ଼ନ୍ତୁ

Tata Mumbai Marathon
ମୁମ୍ବାଇ ମାରାଥନ
author img

By

Published : Jan 11, 2023, 5:33 PM IST

ମୁମ୍ବାଇ: ଜାନୁଆରୀ ୧୫ରେ ୧୮ତମ ଟାଟା ମୁମ୍ବାଇ ମାରାଥନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମାରାଥନରେ ସାରା ବିଶ୍ୱରୁ ୫୫ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିବାର ଆୟୋଜନ ରହିଛି । ସବୁଠୁ ବଡ଼ କଥା ହେଲା ଏଠାରେ ଭାଗ ନେବାକୁ ଥିବା ୧୯୦ ପ୍ରତିଯୋଗୀଙ୍କର ସମାନ ଦିନରେ ଜନ୍ମଦିନ ରହିଛି । ତେଣୁ ସେମାନେ ଏହି ମୁମ୍ବାଇ ମାରାଥନରେ ଅଂଶଗ୍ରହଣ କରି ନିଜର ଜନ୍ମଦିନ ଆରମ୍ଭ କରିବେ ।

ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ବହୁ ପ୍ରତିଯୋଗୀ ଦେଶ ତଥା ବିଦେଶରୁ ଆସିଥାନ୍ତି । ଦୁନିଆର ପ୍ରସିଦ୍ଧ 10ଟି ମାରାଥନ୍ ମଧ୍ୟରୁ ଟାଟା ମୁମ୍ବାଇ ମାରାଥନ୍ ଏକ ବଡ଼ ମାରାଥନ ହୋଇଥାଏ । ଚଳିତ ବର୍ଷ ଏହାର ୧୮ତମ ସଂସ୍କରଣ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁମ୍ବାଇର 13 ବର୍ଷୀୟ ପାୟଲ ରାଠୋର 190 ପ୍ରତିଯୋଗୀଙ୍କ ମଧ୍ୟରେ ଡ୍ରିମ୍ ରନର୍‌ରେ ଦୌଡ଼ିବେ । ଯାହାକୁ ନେଇ ପାୟଲ ବହୁତ ଉତ୍ସାହିତ ଅଛନ୍ତି । ନିଜ ଜନ୍ମଦିନରେ ତାଙ୍କୁ ମାରଥନରେ ଭାଗ ନେବାକୁ ସୁଯୋଗ ମିଳିଥିବାରୁ ସେଥିପାଇଁ ସେ ଖୁବ ଖୁସି ଅଛନ୍ତି । ପାୟଲ କହିଛନ୍ତି ଯେ ମୁମ୍ବାଇ ମାରାଥନରେ ଦୌଡିବା ଏକ ସ୍ବପ୍ନ ଅଟେ ।

ସେହିପରି ମାରାଥନ୍ ଦିନ ୮୧ତମ ଜନ୍ମଦିନ ପାଳନ କରିବାକୁଥିବା ପ୍ରଭାକର ଜେଜୁର୍କର ୨ୟ ଥର ପାଇଁ ଏହି ମାରାଥନରେ ଦୌଡ଼ିବେ। ଗତ ଦୁଇ ବର୍ଷ ପୂର୍ବେ ଅର୍ଥାତ 2020ରେ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ । ଆଉ ଏବେ ୨ବର୍ଷ ପରେ, ତାଙ୍କ ଜନ୍ମଦିନରେ ଏହି ମାରାଥନ୍ ଆୟୋଜିତ ହେଉଛି । ତେଣୁ ସେ ବହୁତ ଉତ୍ସାହିତ ଅଛନ୍ତି । ପ୍ରଭାକର ଜେଜୁର୍କର କହିଛନ୍ତି ଯେ ଏକ ମାରାଥନରେ ଦୌଡ଼ିବା ଅର୍ଥ ହେଉଛି ଆପଣଙ୍କର ଫିଟନେସ୍ ପ୍ରମାଣ କରିବା ।

ସେହିପରି ପ୍ରାଚୀ ବି ହେଉଛନ୍ତି 49ତମ ଜନ୍ମଦିନ ମାରାଥନ୍ ରନର୍ । ଗାର୍ଗୀ ଦେଶପ୍ରଭୁଙ୍କ 40ତମ ଜନ୍ମତିଥି, ନିଶାନ ପାଣ୍ଡେ 33ତମ ଜନ୍ମଦିନ, ପାୟଲ ରାଠୋଡ୍ 13ତମ ଜନ୍ମଦିନ, ବରିଷ୍ଠ ନାଗରିକ ଅଶୋକ ମଲହୋତ୍ରା ଏବଂ ପୁଷ୍ପା ମୋଦିଙ୍କ 79ତମ ଜନ୍ମଦିନ, ପ୍ରଭାକର ମୋହିତଙ୍କ 76ତମ ଜନ୍ମଦିନ ଏବଂ ପ୍ରଭାକର ଜଜୁରକରଙ୍କ 81ତମ ଜନ୍ମଦିନ । ଏହିଭଳି ଭାବରେ ମୋଟ ୧୯୦ ଜଣ ଏହି ମାରାଥନରେ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.