ETV Bharat / bharat

ବିହାର ରାଜନୀତି: ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ହେବେ ଉପମୁଖ୍ୟମନ୍ତ୍ରୀ ! - ରେଣୁ ଦେବୀ

ବିହାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦୁଇ ବିଜେପି ନେତା । ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ନେଇପାରନ୍ତି ଶପଥ । ଅଧିକ ପଢନ୍ତୁ...

ବିହାର ରାଜନୀତି
ବିହାର ରାଜନୀତି
author img

By

Published : Nov 16, 2020, 9:53 AM IST

Updated : Nov 16, 2020, 10:47 AM IST

ପାଟନା: ଉତ୍ତରପ୍ରଦେଶ ରାସ୍ତାରେ ବିହାର । ବିଜେପିର ଡବଲ୍ ପ୍ଲାନ । ୟୁପି ପରେ ବିହାରରେ ବି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ଦୁଇ ବିଜେପି ନେତା । ଆଜି ରାଜଭବନରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ମଧ୍ୟ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟପାଳ ଫାଗୁ ଚୌହାନ ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ଶପଥଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଆଜି ମନ୍ତ୍ରୀ ଭାବେ ଶପଥ ନେବେ କିଛି ବିଧାୟକ

ରାଜଭବନରେ ଅପରାହ୍ନ 4.30ରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଯେଉଁଥିରେ ଏନଡିଏ ପକ୍ଷରୁ ଜେଡିୟୁ ସୁପ୍ରିମୋ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବାବେଳେ ବିଜେପିରୁ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିପରି ଅନ୍ୟ କିଛି ବିଧାୟକ ମଧ୍ୟ ଶପଥ ନେବାର ରହିଛି କାର୍ଯ୍ୟକ୍ରମ ।

ସୂଚନାଥାଉକି, 52 ବର୍ଷର ତାରକିଶୋର ପ୍ରସାଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡି ହୋଇ ରହିଛନ୍ତି । 2005 ମସିହାରୁ ସେ କଟିହାର ବିଧାନସଭାରୁ ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 16, 2020, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.