ETV Bharat / bharat

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତାକୁ ନେଇ ଆଜି ଶାହ-ସିହ୍ନା ଆଲୋଚନା

author img

By

Published : Oct 9, 2021, 10:10 AM IST

ଜମ୍ମୁ କାଶ୍ମୀରରେ ଟାର୍ଗେଟ କରି ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ମଧ୍ୟରେ ଆଲୋଚନା ହେବ । ଅଧିକ ପଢନ୍ତୁ...

Targeted killings in Kashmir: Amit Shah, LG Manoj Sinha likely to hold discussions in Delhi today
ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା, ଆଜି ଶାହ-ସିହ୍ନା ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ମଧ୍ୟରେ ଆଜି(ଶନିବାର) ସାକ୍ଷାତ ହେବ । ଜମ୍ମୁ କାଶ୍ମୀରରେ ଟାର୍ଗେଟ କରି ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡିଛି ।

ଆଜି ମଧ୍ୟାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ସୁରକ୍ଷା ଦୃଷ୍ଟିକୋଣ ତଥା ଉପତ୍ୟକାର ନିରୀହ ଲୋକଙ୍କ ବିରୋଧରେ ଅପରାଧ ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଗୁଜୁରାଟରୁ ଦଳୀୟ କାର୍ଯ୍ୟକ୍ରମ ସାରି ଆଜି ଦିଲ୍ଲୀରେ ପହଞ୍ଚିବେ ଗୃହମନ୍ତ୍ରୀ । ସେହିପରି ମନୋଜ ସିହ୍ନା ମଧ୍ୟ ଦିଲ୍ଲୀରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ଗତ ଗୁରୁବାର ଜମ୍ମୁକାଶ୍ମୀରର ଜଣେ ଅଧ୍ୟକ୍ଷ ଏବଂ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ । ଏନେଇ ଶାହା ଏବଂ ସିହ୍ନାଙ୍କ ମଧ୍ୟରେ ଆଲୋଚନା ହେବ ।

ସୂଚନା ଅନୁଯାୟୀ ଗତ ସପ୍ତାହ ମଧ୍ୟରେ ଜମ୍ମୁକାଶ୍ମୀରରେ ୭ ଜଣ ନାଗରିକଙ୍କୁ ହତ୍ୟା କଲେଣି ଆତଙ୍କବାଦୀ । ସୀମାରେ ପ୍ରବେଶ କରି ନାଗରିକଙ୍କ ପ୍ରତି ଏପରି ବର୍ବରକାଣ୍ଡ ଜାତୀୟ ସ୍ତରରେ ଏକ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଗୁରୁବାର ହତ୍ୟାକାଣ୍ଡର କିଛି ସମୟ ପରେ, ମନୋଜ ସିହ୍ନା ଆତଙ୍କବାଦୀଙ୍କ ଏପରି କାଣ୍ଡକୁ ବର୍ବରତା ଦର୍ଶାଇବା ସହ ନିନ୍ଦା କରି କହିଛନ୍ତି ଯେ ନିରୀହ ଲୋକଙ୍କ ପ୍ରତି ଏପରି ବର୍ବର କାଣ୍ଡର କଡା ଜବାବ ଦିଆଯିବ ।

ଏହି ବୈଠକ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ସଚିବ ଅଜୟ ଭାଲା, ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ବ୍ୟୁରୋ ଅରବିନ୍ଦ କୁମାର, ସୀମା ସୁରକ୍ଷା ନିର୍ଦ୍ଦେଶକ ଜେନେରାଲ ପଙ୍କଜ ସିଂ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କ ଉପସ୍ଥିତିରେ କାଶ୍ମୀରରେ ଟାର୍ଗେଟରେ ହତ୍ୟାକାଣ୍ଡ ଏବଂ ରୋଡମ୍ୟାପ ଉପରେ ମଧ୍ୟ ଗୃହମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.