ETV Bharat / bharat

8 ବର୍ଷ ପରେ ଭାରତ ଆସିବେ ତାଞ୍ଜାନିଆ ରାଷ୍ଟ୍ରପତି, 2 ଦେଶ ମଧ୍ୟରେ ହେବ ଦ୍ୱିପାକ୍ଷିକ ଆଲୋଚନା - ଭାରତ ଆସୁଛନ୍ତି ତାଞ୍ଜାନିଆ ରାଷ୍ଟ୍ରପତି

ଆଜିଠୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ସଂଯୁକ୍ତ ଗଣରାଜ୍ୟ ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ସୁଲୁହୁ ହସାନ । ଏହି ସମୟରେ ସେ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ କିଛି ଚୁକ୍ତି ସ୍ବାକ୍ଷର କରିବା ନେଇ ସୂଚନା ରହିଛି । ଆଗକୁ ପଢନ୍ତୁ

ଭାରତ ଆସିବେ ତାଞ୍ଜାନିଆ ରାଷ୍ଟ୍ରପତି
ଭାରତ ଆସିବେ ତାଞ୍ଜାନିଆ ରାଷ୍ଟ୍ରପତି
author img

By ETV Bharat Odisha Team

Published : Oct 8, 2023, 9:29 AM IST

ନୂଆଦିଲ୍ଲୀ: ଆଜି(ରବିବାର)ଠୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ସୁଲୁହୁ ହସାନ । ଏହି ସମୟରେ ସେ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ କିଛି ଚୁକ୍ତି ସ୍ବାକ୍ଷର କରିବା ନେଇ ସୂଚନା ରହିଛି ।

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣକୁ ରକ୍ଷା କରି ଦୀର୍ଘ 8 ବର୍ଷ ପରେ ଭାରତ ଆସୁଛନ୍ତି ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି । ନିଜ ପ୍ରତିନିଧିମଣ୍ଡଳ ଓ କିଛି ନେତାଙ୍କ ସହ ସେ ଦିଲ୍ଲୀରେ ପହଞ୍ଚିବେ । ତାଞ୍ଜାନିଆ ରାଷ୍ଟ୍ରପତିଙ୍କ 4 ଦିନିଆ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 8 ଅକ୍ଟୋବରରୁ 11 ଅକ୍ଟୋବର ଯାଏଁ ଭାରତରେ ରହିବେ ତାଞ୍ଜାନିଆ ରାଷ୍ଟ୍ରପତି । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏନେଇ ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ..Nepal pm in india: ସାଂସ୍କୃତିକ ସମ୍ପର୍କ ସୁଦୁଢ଼ୀକରଣ ଲକ୍ଷ୍ୟ, ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ

ରାଷ୍ଟ୍ରପତି ସମିଆ ସୁଲୁହୁଙ୍କ ଗସ୍ତସୂଚୀ ଅନୁଯାୟୀ, ରବିବାର ସନ୍ଧ୍ୟା 5.15 ସୁଦ୍ଧା ନିଜ ପ୍ରତିନିଧି ମଣ୍ଡଳ ଓ ନେତୃବୃନ୍ଦ ସହ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ ସମିଆ ସୁଲୁହୁ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ । ଏହାପରେ ସନ୍ଧ୍ୟା 6.30 ସୁଦ୍ଧା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର 9 ତାରିଖ ସକାଳ ସମୟରେ ରାଷ୍ଟ୍ରପତି ଭବନ ଯିବେ ସମିଆ ସୁଲୁହୁ ହସାନ । ସେଠାରେ ତାଙ୍କର ଔପଚାରିକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ । ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ । ମୁର୍ମୁ ଏକ ସମିଆ ସୁଲୁହୁଙ୍କ ପାଇଁ ଏକ ରାଜକୀୟ ଭୋଜନ ଆୟୋଜନ କରିଥିବା ସୂଚନା ରହିଛି । ଏହାପରେ 9.30 ସମୟରେ ରାଜଘାଠ ଠାରେ ପୁଷ୍ପମାଲ୍ୟ ଅର୍ପଣ ସମାରୋହରେ ଯୋଗ ଦେବେ । ଦିନ 11ଟା ସୁଦ୍ଧା ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏହି ସମୟରେ 2 ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ 2 ନେତାଙ୍କ ମଧ୍ୟରେ ଆଲୋଚନା ହେବ ଓ କିଛି ଏମଓୟୁରେ ସ୍ବାକ୍ଷର କରାଯିବା ନେଇ ମଧ୍ୟ ସୂଚନା ରହିଛି । ତେବେ ଗସ୍ତର ତୃତୀୟ ଦିନରେ ନୂଆଦିଲ୍ଲୀରେ ଆୟୋଜିତ ଏକ ନିବେଶ ଓ ବାଣିଜ୍ୟିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ଅକ୍ଟୋବର 11ତାରିଖରେ ସ୍ବଦେଶ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ..President Biden in Delhi: ଭାରତରେ ଆମେରିକା ରାଷ୍ଟ୍ରପତି ବାଇଡେନ, କିଛି ସମୟ ପରେ ଦ୍ବିପାକ୍ଷିକ ବୈଠକ

ଅନ୍ୟପଟେ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ତାଞ୍ଜାନିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁସୁଫ ମକମ୍ୱା କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଆମେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛୁ । ଆମ ମଧ୍ୟରେ ବହୁତ ଭଲ ଆଲୋଚନା ହୋଇଛି ।

ଅନ୍ୟପଟେ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତରେ 2 ଦେଶ ମଧ୍ୟରେ ସମ୍ପର୍କ ଆହୁରୀ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହି ଗସ୍ତ 2 ଦେଶ ପାଇଁ ବେଶ ଗୁରୁତ୍ବବହନ କରେ । ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅର୍ଥନୈତିକ ସମ୍ପର୍କ, ସାମୁଦ୍ରିକ ସଂଯୋଗ, ଫାର୍ମାସ୍ୟୁଟିକାଲ୍ସ, ଶକ୍ତି ସୁରକ୍ଷା, ପ୍ରତିରକ୍ଷା ଏବଂ ମହାକାଶ ସହଯୋଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏହି ଯାତ୍ରା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଐତିହାସିକ ତଥା ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ସମ୍ବନ୍ଧକୁ ଆହୁରି ମଜଭୁତ କରିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.