ETV Bharat / bharat

ଅନ୍ଧ କରିଦେଲା ଅନ୍ଧବିଶ୍ବାସ, ଅଗ୍ନିକୁଣ୍ଡରେ ମୁଣ୍ଡ କାଟ କରି ନିଜକୁ ବଳି ଚଢାଇଲେ ଦମ୍ପତି

author img

By

Published : Apr 17, 2023, 7:20 AM IST

ଗୁଜୁରାଟରେ ଚାଞ୍ଚଲ୍ୟ । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଅଗ୍ନିକୁଣ୍ଡରେ ନିଜକୁ ବଳି ଚଢାଇଲେ ଦମ୍ପତି । ଅଧିକ ପଢନ୍ତୁ

Tantric Rituals
Tantric Rituals

ଗାନ୍ଧୀନଗର: ଅନ୍ଧ କରିଦେଲା ଅନ୍ଧବିଶ୍ବାସ । ନିଜକୁ ନିଜେ ବଳି ଚଢାଇଲେ ଦମ୍ପତି । ଗିଲୋଟିନ ଯନ୍ତ୍ର ସାହାଯ୍ୟରେ ମୁଣ୍ଡକାଟ କରି ଅଗ୍ନିକୁଣ୍ଡରେ ଦେଲେ ବଳି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗୁଜୁରାଟର ରାଜକୋଟ ଜିଲ୍ଲାରେ । ମୃତ ଦମ୍ପତିଙ୍କ ନିକଟରୁ ଏକ ସୁଇସାଇଡ ନୋଟ ପୋଲିସ ଜବତ କରିଛି । ଦୁଇ ମୃତକ ହେଉଛନ୍ତି ହେମୁଭାଇ ମାକୱାନା ଏବଂ ତାଙ୍କ ପତ୍ନୀ ହାନସାବେନ୍ । ଦମ୍ପତି ଜୀବନ ହାରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଭିଞ୍ଚିଆ ଗ୍ରାମରେ ଥିବା ଏକ ଜମିରେ ଗିଲୋଟିନ ଯନ୍ତ୍ର ସାହାଯ୍ୟରେ ବ୍ଲେଡ୍ ଦ୍ୱାରା ମୁଣ୍ଡ କାଟ କରି ଜୀବନ ହାରିଛନ୍ତି ସ୍ବାମୀ ସ୍ତ୍ରୀ । ପୂର୍ବ ଯୋଜନା ମୁତାବକ ଦମ୍ପତି ଗିଲୋଟିନ ଯନ୍ତ୍ରରେ ମୁଣ୍ଡକାଟ କରିଥିଲେ । ଏହାପରେ କଟା ମୁଣ୍ଡ ସିଧା ଯାଇଁ ଅଗ୍ନିକୁଣ୍ଡରେ ପଡିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ନିକଟରୁ ଏକ ସୁଇସାଇଟ ନୋଟ ମଧ୍ୟ ଜବତ ହୋଇଛି । ''

''ଦମ୍ପତି ପ୍ରଥମେ ନିଜକୁ ବଳି ଦେବା ପୂର୍ବରୁ ଅଗ୍ନିକୁଣ୍ଡକୁ ପ୍ରସ୍ତୁତ କରିଥିଲେ । ଏହା ପରେ ଗିଲୋଟିନ ଯନ୍ତ୍ରରେ ମୁଣ୍ଡ ରଖି ଦଉଡିକୁ ଟାଣି ଦେଇଥିଲେ । ଯନ୍ତ୍ରରେ ଥିବା ଏକ ଧାରୁଆ ବ୍ଲେଡ ବେକରେ ଲାଗିବା ପରେ ମୁଣ୍ଡ କାଟ ହୋଇଯାଇଥିଲା । ଶନିବାର ରାତିରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବା ପରେ ଦମ୍ପତି ନିଜକୁ ବଳି ଦେଇଥିବା ପୋଲିସ କହିଛି ।''

ଗତ ଏକ ବର୍ଷ ହେଲା ସ୍ବାମୀ ସ୍ତ୍ରୀ ଏକ ଘରେ ପୂଜାର୍ଚ୍ଚନା ଜାରି ରଖିଥିଲେ । ସେମାନଙ୍କ ପରିବାରରେ ତାଙ୍କ ବାପା ମାଆ ଓ ଦୁଇ ଜଣ ସନ୍ତାନ ମଧ୍ୟ ରହିଛନ୍ତି । ଯେଉଁମାନେ ଏହି ଘଟଣା ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରିଛି । ଯେଉଁଥିରେ ନିଜ ସମ୍ପର୍କୀୟ, ପିତାମାତା ଏବଂ ପିଲାମାନଙ୍କର ଯତ୍ନ ନେବାକୁ ଦମ୍ପତି ଅନୁରୋଧ କରିଥିବା ଉଲ୍ଲେଖ ରହିଛି ।

ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଥିବା ବେଳେ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଅଗ୍ନିକୁଣ୍ଡରେ କାହିଁ ନିଜକୁ ନିଜେ ବଳି ଦେଲେ ଦମ୍ପତି । କେହି ତାନ୍ତ୍ରୀକ ତାଙ୍କୁ ଏପରି କରିବାକୁ କହିଥିଲେ, ନା ସେମାନେ ନିଜେ ଏପରି ନିଷ୍ପତ୍ତି ନେଇଥିଲେ । କଣ ଆଶା ରଖି ନିଜକୁ ବଳି ପକାଇଲେ ଦମ୍ପତି । ଏହି ତମାମ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ । ଏହା ପଛରେ ଆଉ କାହାର ହାତ ଅଛି ସେନେଇ ମଧ୍ୟ ତଦନ୍ତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.