ETV Bharat / bharat

ବାଲି ସମୁଦ୍ର ମଝିରେ ରହିଛି ଏକ ଏମିତି ମନ୍ଦିର, ଯାହାକୁ ଜଗିଛନ୍ତି ବିଷାକ୍ତ ସର୍ପ

author img

By

Published : Jun 28, 2021, 9:12 PM IST

Updated : Jun 28, 2021, 9:24 PM IST

ନୀଳ ଜଳରାଶିରେ ସୁଉଚ୍ଚ ମନ୍ଦିର । ନିର୍ମାଣ ଯେପରି ସୁନ୍ଦର, ପାରିପାର୍ଶ୍ବିକ ଦୃଶ୍ୟ ମଧ୍ୟ ତା ଠାରୁ କାହିଁ କେତେ ସୁନ୍ଦର । ପଥର ନିର୍ମିତ ମନ୍ଦିରକୁ ପ୍ରତ୍ୟେକ ଦିନ ସ୍ପର୍ଶ କରୁଛି ଘୁ ଘୁ ଗର୍ଜନ କରୁଥିବା ଜୁଆର । ମନ୍ଦିର ସୁରକ୍ଷାରେ ବିଷଧର ସାପ । ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଦୃଶ୍ୟକୁ କ୍ୟାମେରାରେ କଏଦ କରନ୍ତି ପର୍ଯ୍ୟଟକ । ଘଞ୍ଚ ବୃକ୍ଷରାଜିରେ ଘେରା ହୋଇଥିବା ସୁନ୍ଦର ମନ୍ଦିରକୁ ଦେଖିଲେ ଆଖି ଖୋସି ହୋଇ ପଡେ । ବେଶୀ ନ ହେଲେ ନାହିଁ, ଥରେ ମାତ୍ର ବୁଲି ଆସନ୍ତୁ ବାଲି ସମୁଦ୍ର ମଝିରେ ଥିବା ଏହି କାରୁକାର୍ଯ୍ୟ ଓ ଆକର୍ଷଣୀୟ 'ତନାହ ଲୋତ' ମନ୍ଦିରକୁ....

ବାଲି ସମୁଦ୍ର ମଝିରେ ରହିଛି ଏକ ଏମିତି ମନ୍ଦିର, ଯାହାକୁ ଜଗିଛନ୍ତି ବିଷାକ୍ତ ସର୍ପ
ବାଲି ସମୁଦ୍ର ମଝିରେ ରହିଛି ଏକ ଏମିତି ମନ୍ଦିର, ଯାହାକୁ ଜଗିଛନ୍ତି ବିଷାକ୍ତ ସର୍ପ

ଜାକର୍ତ୍ତା: ବିଭିନ୍ନ ଦେବାଦେବୀଙ୍କ ଦେଶ ହେଉଛି ଭାରତ । ଏଠାରେ ବହୁ ପୁରାତନ ମନ୍ଦିର ଥିବା ଦେଖିବାକୁ ମିଳେ । କାହିଁ କେଉଁ କାଳରୁ ମନ୍ଦିର ଗୁଡିକ ସେହିଭଳି ଛିଡା ହୋଇ ରହିଛି । ବର୍ଷ ବର୍ଷ ଧରି ଠିଆ ହୋଇଥିବା ମନ୍ଦିର ଗୁଡିକର ଆଶୁଁ ମଉଳି ନ ଥିବା ନଜିର ରହିଛି । ଏହା କାହିଁକି ଓ କିଭଳି ସମ୍ଭବ ହୋଇପାରିଛି, ତାହାର ଉତ୍ତର କାହା ପାଖରେ ନାହିଁ । କେବଳ ଭାରତ କାହିଁକି, ବିଦେଶରେ ମଧ୍ୟ ଏଭଳି କିଛି ମନ୍ଦିର ରହିଛି, ଯାହା ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିପାରୁଛି । ଇଣ୍ଡୋନେସିଆରେ ଏଭଳି ଏକ ମନ୍ଦିର ଅଛି, ଯାହା ସମୁଦ୍ର ମଧ୍ୟରେ 600 ବର୍ଷ ଧରି ଅକ୍ଷତ ଅବସ୍ଥାରେ ଛିଡା ହୋଇଛି ।

ଚାଲନ୍ତୁ ଜାଣିବା ଏହି ରୋଚକ ମନ୍ଦିର ବିଷୟରେ କିଛି ଗୁଢ ରହସ୍ୟ, ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ଏଠାକୁ ଯିବାକୁ ମନ ବଳାଇବେ...

ଇଣ୍ଡୋନେସିଆର ବାଲିର ସମୁଦ୍ର କୂଳରେ 'ତନାହ ଲୋତ' ନାମକ ମନ୍ଦିର ଦଣ୍ଡାୟମାନ । ସ୍ଥାନୀୟ ଭାଷାରେ ଏହାର ଅର୍ଥ ସାମୁଦ୍ରିକ ଭୂମି ଅଥବା ସାମୁଦ୍ରିକ ଜମି । ବାଲି ସମୁଦ୍ର କୂଳରେ ଥିବା ସାତଟି ମନ୍ଦିର ମଧ୍ୟରୁ ଏହା ଅନ୍ୟତମ । ଏହା 600 ବର୍ଷ ପୁରୁଣା । ସମୁଦ୍ର ମଝିରେ ଏହି ସୁଉଚ୍ଚ ମନ୍ଦିରକୁ ଦେଖିଲେ ମନରେ ରୋମାଞ୍ଚରେ ଭରି ଯାଇଥାଏ । ଏହି ମନ୍ଦିର ବାଲି କିମ୍ବା ଗୋଡିର ତିଆରି ହୋଇନି, ଏହା ଟାଣ ପଥରରେ ନିର୍ମିତ । କୁହାଯାଏ ଯେ, ହଜାର ହଜାର ବର୍ଷ ତଳେ ସମୁଦ୍ର ଜୁଆର କାରଣରୁ ଏହି ଟାଣ ପଥର ସୃଷ୍ଟି ହୋଇଥିଲା। ଏହି ମନ୍ଦିର ନିର୍ମାଣର କାହାଣୀ ବଡ ଅଦ୍ଭୁତ ।

ଏହି ମନ୍ଦିରକୁ ଶୃଙ୍ଖଳା ଆକାରରେ ନିର୍ମାଣ କରାଯାଇଛି । ଦୂରରୁ ଦେଖିଲେ ଏହା ପାହାଚ ପାହାଚ ଭଳି ଲାଗୁଥାଏ । ସାମୁଦ୍ରିକ ଜୁଆର ମନ୍ଦିର ଦେହରେ ଆସି ବାଡେଇ ବାଡେଇ ହେଉଥାଏ । ଏହାସତ୍ତ୍ବେ ମଧ୍ୟ ମନ୍ଦିରର କେବେ ମଧ୍ୟ କିଛି କ୍ଷତି ହୋଇ ନ ଥାଏ। ମନ୍ଦିରର ସବୁଠାରୁ ବଡ ବିଶେଷତ୍ବ ହେଉଛି ଯେ, ଗୋଟିଏ ମନ୍ଦିରରୁ ଆଉ ଏକ ମନ୍ଦିର ପରିଷ୍କାର ଦୃଶ୍ୟମାନ ହୋଇଥାଏ । ଏହି ମନ୍ଦିର ଯେଉଁ ପଥରରେ ତିଆରି ହୋଇଛି, ତାହା 1980 ମସିହାରେ ଟିକେ ଟିକେ ନଷ୍ଟ ହେବାକୁ ବସିଥିଲା, ଏହାପରେ କିଛି ଦିନ ପାଇଁ ମନ୍ଦିରକୁ ଅସୁରକ୍ଷିତ ଘୋଷଣା କରିଦିଆଯାଇଥିଲା । ପର୍ଯ୍ୟଟକଙ୍କୁ ଏକପ୍ରକାର ବାରଣ କରିଦିଆଯାଇଥିଲା । ଏହି ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଇଣ୍ଡୋନେସିଆ ସରକାରକୁ ଜାପାନ ସରକାର ସହାୟତା କରିଥିଲେ । ଭାଙ୍ଗି ଯାଇଥିବା ପଥର ଚଟାଣ ସ୍ଥାନରେ କୁତ୍ରିମ ପଥରରେ ଢାଙ୍କି ଦିଆଯାଇଥିଲା ।

1500 ଶତାବ୍ଦୀ ତଳେ ନିରର୍ଥ ନାମକ ପୂଜାରୀ ଦ୍ବାରା ଏହି ମନ୍ଦିରକୁ ନିର୍ମାଣ କରାଯାଇଥିଲା । ପୂଜାରୀ ଜଣଙ୍କ ସମୁଦ୍ର କବୂଳରେ ଚାଲିଚାଲି ଯାଉଥିବାବେଳେ ଏହି ସ୍ଥାନରେ ପହଞ୍ଚି ଥିଲେ, ଆଉ ଏହି ସ୍ଥାନ ତାଙ୍କୁ ବହୁତ ପସନ୍ଦ ଆସିଥିଲା । ତେଣୁ ସେ ସେଠାରେ ମନ୍ଦିର ନିର୍ମାଣ କରିବାକୁ ଚିନ୍ତା କରିଥିଲେ । ଏହା ଭାବି ଭାବି ସେ ପୁରା ରାତି ସେହି ସମୁଦ୍ର କୂଳରେ ହିଁ ବିତାଇ ଦେଇଥିଲେ । ଏହି ସମୟ ମଧ୍ୟରେ ପୂଜାରୀ ଜଣଙ୍କ ନିକଟରେ ଥିବା ମତ୍ସ୍ୟଜୀବୀଙ୍କ ସହ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ ନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ମନ୍ଦିରରେ ପୂଜାରୀ ନିରର୍ଥଙ୍କୁ ପୂଜା ମଧ୍ୟ କରାଯାଇଥାଏ । କୁହାଯାଏ ଯେ, ମନ୍ଦିରକୁ ଖରାପ ଆତ୍ମା କିମ୍ବା ଦୁଷ୍ଟ ପ୍ରକୃତିର ଲୋକଙ୍କ ଠାରୁ ବଞ୍ଚାଇବା ପାଇଁ ମନ୍ଦିର ପଥର ତଳେ ବିଷାକ୍ତ ସାପ ମଧ୍ୟ ରହିଛନ୍ତି । ଏହି ସାପ ଗୁଡିକ ରାତି ହେଲେ ମନ୍ଦିର ବାହାରେ ବିଚରଣ ମଧ୍ୟ କରିଥାଆନ୍ତି । କିନ୍ତୁ କେବେ କାହାର ଅନିଷ୍ଟ କରିନାହାଁନ୍ତି ।

ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କେବଳ ଭାରତ କାହିଁକି, ବିଶ୍ବର ବହୁ ସ୍ଥାନରୁ ଏହି ସୁଉଚ୍ଚ, ସୌନ୍ଦର୍ଯ୍ୟମୟୀ ମନ୍ଦିର ଦେଖିବାକୁ ଶ୍ରଦ୍ଧାଳୁଙ୍କ ଆସର ଲାଗି ରହିଥାଏ । ଥଣ୍ଡା ଜଳବାୟୁ ଓ ପ୍ରକୃତିର ମଜା ଉଠାଇବାକୁ ହେଲେ ଏହି ସମୁଦ୍ରକୂଳିଆ ମନ୍ଦିର ଯାଇ ଥରେ ବୁଲି ଆସନ୍ତୁ ।

Last Updated : Jun 28, 2021, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.