ETV Bharat / bharat

ତାମିଲନାଡୁରେ ବର୍ଷା ବିତ୍ପାତ, ସ୍କୁଲ-କଲେଜ ବନ୍ଦ - ତାମିଲନାଡୁରେ ବର୍ଷା ବିତ୍ପାତ

Tamil Nadu Rain: 15 ଦିନ ନପୁରୁଣୁ ପୁଣି ତାମିଲନାଡୁରେ ବର୍ଷା ବିତ୍ପାତ। ସୁରକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଅଧିକ ପଢନ୍ତୁ

Tamil Nadu Rain
Tamil Nadu Rain
author img

By ETV Bharat Odisha Team

Published : Jan 8, 2024, 1:13 PM IST

ଚେନ୍ନାଇ: ତାମିଲନାଡୁରେ ପୁଣି ବର୍ଷା ତାଣ୍ଡବ। ଲଗାତାର ବର୍ଷା ଜାରି ରହିବା ଯୋଗୁଁ ତାମିଲନାଡୁ ସ୍ଥିତି ବେହାଲ ହୋଇ ପଡିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଜିଲ୍ଲାର 8ଟି ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। କାଲ୍ଲାକୁରୁଚି, ନାଗାପାଟ୍ଟିନମ, ଭିଲୁପପରମ, କିଲଭୋଲୁର ତାଲୁକ ରାନିପେଟ, ଭେଲୋର, କୁଡାଲୋର ଏବଂ ତିରୁବନନାମାଲାଇ ଜିଲ୍ଲାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏନେଇ ଭାରତୀୟ ପାଣିପାଦ ବିଭାଗ(IMD) ପକ୍ଷରୁ କୁହାଯାଇଛି, "ତାମିଲନାଡୁ, ପୁଡୁଚେରୀ ଏବଂ କରାଇକଲର ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଘଡଘଡି ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ଜାରି ରହିବ। ସମୟ ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିନରେ ବ୍ରଜପାତ ହୋଇପାରେ। "

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁରେ ବର୍ଷା ବିତ୍ପାତ: ଏକାଧିକ ଅଞ୍ଚଳ ଜଳବନ୍ଦୀ, ଦେଖନ୍ତୁ ଭିଡିଓ

ଆଇଏମଡିର ଆକଳନ ଅନୁସାରେ, ତାମିଲନାଡୁର ନାଗପଟ୍ଟିନମରେ 7 ଜାନୁଆରୀ ସକାଳ 8ଟା 30ରୁ 8 ଜାନୁଆରୀ ସକାଳ 8ଟା ମଧ୍ୟରେ ସର୍ବାଧିକ 167 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ମୁଗଲିବକ୍କମ ଜିସିସିରେ ସର୍ବନିମ୍ନ 53.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚେନ୍ନାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ର(RMC) ଦକ୍ଷିଣ ତାମିଲନାଡୁର କିଛି ସ୍ଥାନରେ, ଉତ୍ତର ତାମିଲନାଡୁର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ପୁଡୁଚେରୀ, କରାଇକାଲ ଅଞ୍ଚଳରେ ଆଗାମୀ 3ରୁ 4 ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ବର୍ଷାରେ ବେହାଲ ତାମିଲନାଡୁ; ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ସ୍କୁଲ୍‌ କଲେଜ ଛୁଟି ଘୋଷଣା

ପ୍ରକାଶ ଥାଉକି, ଗତ ଡିସେମ୍ବର 18 ତାରିଖରେ ମଧ୍ୟ ସ୍କୁଲ, ଛୁଟି ଘୋଷଣା କରାଯାଇଥିଲା । 15ଦିନ ନପୁରୁଣୁ ପୁଣି ଥରେ ତାମିଲନାଡୁରେ ବର୍ଷା ବିତ୍ପାତ ଦେଖା ଦେଇଛି। ଗତ 18 ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଥୋଥୁକୁଡି, କନ୍ୟାକୁମାରୀ, ତିରୁନେଲଭେଲି, ଏବଂ ଟେନକାସୀ ଜିଲ୍ଲାର ଅନେକ ଅଞ୍ଚଳକି ବନ୍ଦେ ଭାରତ ସମେତ ଅନ୍ୟ ଟ୍ରେନ୍ ସେବା ବାତିଲ କରାଯାଇଥିଲା। ତିରୁନେଲଭେଲି ଜିଲ୍ଲାର ବର୍ଷ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକ ମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ପାଲାୟାମକୋଟାଇରେ 26 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ୟାକୁମାରୀ 17 ମିମି ବର୍ଷା ରେକର୍ଡ କରାଯାଇଥିଲା। କନ୍ୟାକୁମାରୀ, ତିରୁନେଲଭେଲି, ଥୋଥୁକୁଡ଼ି ଏବଂ ଟେନକାସୀ ଜିଲ୍ଲାରେ 250 ଜଣିଆ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.