ETV Bharat / bharat

ତାମିଲନାଡୁରେ ମାର୍ଚ୍ଚ 31 ଯାଏଁ ଲକଡାଉନ୍‌ ବୃଦ୍ଧି

ମାର୍ଚ୍ଚ 31 ଯାଏଁ ଲକଡାଉନ ବୃଦ୍ଧି କଲେ ତାମିଲନାଡୁ ସରକାର । ଗତ 24 ଘଣ୍ଟା ମଧ୍ୟରେ 486 ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି ।

ତାମିଲନାଡୁରେ ମାର୍ଚ୍ଚ 31 ଯାଏଁ ଲକଡାଉନ୍‌ ବୃଦ୍ଧି
ତାମିଲନାଡୁରେ ମାର୍ଚ୍ଚ 31 ଯାଏଁ ଲକଡାଉନ୍‌ ବୃଦ୍ଧି
author img

By

Published : Mar 1, 2021, 10:11 AM IST

ଚେନ୍ନାଇ: ମାର୍ଚ୍ଚ 31 ଯାଏଁ ଲକଡାଉନ ବୃଦ୍ଧି କଲେ ତାମିଲନାଡୁ ସରକାର । ଗତ 24 ଘଣ୍ଟା ମଧ୍ୟରେ 486 ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି । ଫେସ ମାସ୍କ, ସାମାଜିକ ଦୂରତା ଆଦିକୁ ଗୁରୁତ୍ବ ଦିଆଯାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଆଜିଠୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଆଜିଠୁ ଟିକା ନେବେ । ଏଥିପାଇଁ ସେମାନଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡିବ । ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ଏବଂ ସେମାନଙ୍କର ବୟସ୍କ 45 ବର୍ଷରୁ ଅଧିକ ଓ 59 ବର୍ଷରୁ କମ ହୋଇଥିବ ସେମାନେ ଟିକା ନେଇ ପାରିବେ । ଏଥିପାଇଁ କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ କରାଯିବ । ଯେଉଁମାନେ ଆଗୁଆ ପଞ୍ଜୀକରଣ କରିନଥିବେ ସେମାନେ ଟିକା ଦିଆଯାଉଥିବା ସ୍ଥାନକୁ ଯାଇ ତତ୍‌କାଳିନ ପଞ୍ଜୀକରଣ କରିପାରିବେ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି ।

COVID-19 ଟୀକାକରଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଆୟୁଷ୍ମାନ ଭାରତ PMJAY ଅଧୀନରେ ପ୍ରାୟ 10,000 ଘରୋଇ ଡାକ୍ତରଖାନା ଏବଂ କେନ୍ଦ୍ର ସରକାରୀ ସ୍ବାସ୍ଥ୍ୟ ଯୋଜନା ଅଧୀନରେ 600 ରୁ ଅଧିକ ଘରୋଇ ଡାକ୍ତରଖାନା ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ଅଧୀନରେ ଥିବା ଅନ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ COVID-19 ଟୀକାକରଣ କେନ୍ଦ୍ର (CVC) ଭାବରେ ଅଂଶଗ୍ରହଣ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.