ଚେନ୍ନାଇ: କୋରୋନା ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହେଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ । ଜୁଲାଇ ୧୨ ତାରିଖରେ ସେ କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ । ଅଲ୍ବରପେଟ୍ରେ ଥିବା କାବେରୀ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଛି ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଲକ୍ଷଣ ସହ ସ୍ବାସ୍ଥ୍ୟାବସ୍ତା ନୀରିକ୍ଷଣ କରୁଛନ୍ତି ଡାକ୍ତର । ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବରେ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରମିତ ହେବାପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ତାମିଲନାଡ଼ୁ ରାଜ୍ୟପାଳ ଆର୍.ଏନ୍. ରବି ।