ETV Bharat / bharat

ପରିବେଶ ସୁରକ୍ଷା ପାଇଁ ସଚେତନ ଗ୍ରାମବାସୀ, ଦୀର୍ଘ ବର୍ଷ ହେଲା ଦୀପାବଳିରେ ବାଣ ଫୁଟାଉ ନାହାନ୍ତି ବାଣ - ତାମିଲନାଡୁର ଭିନ୍ନ ଦୀପାବଳି

ପରିବେଶ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଚେତନ ଗ୍ରାମବାସୀ । ଦୀର୍ଘବର୍ଷ ହେଲା ଦୀପାବଳିରେ ଫୁଟୁନାହିଁ ବାଣ । ତାମିଲନାଡୁର କିଛି ସଚେତନ ଗ୍ରାମ ସମ୍ପର୍କରେ ଅଧିକ ପଢନ୍ତୁ

ପରିବେଶ ସୁରକ୍ଷା ଚିନ୍ତା, ଦୀପାବଳିରେ ବାଣ ବର୍ଜନ କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Nov 13, 2023, 8:16 PM IST

ଚେନ୍ନାଇ: ସାରା ଦେଶରେ ବାଣ ଓ ଆତସବାଜୀରେ ପାଳନ ହେଲା ଦୀପାବଳି । ହେଲେ ତାମିଲନାଡୁର ଏମିତି କିଛି ଗ୍ରାମ ରହିଛି, ଯେଉଁଠାରେ ଗ୍ରାମବାସୀ ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କେବଳ ଚିନ୍ତିତ ନୁହନ୍ତି ବରଂ ସଚେତନ ମଧ୍ୟ । ସରକାରୀ ନିୟମ ନୁହେଁ ବରଂ ନିଜେ ପରିବେଶର ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେବ ଦୀପାବଳିରେ ବାଣ ଫୁଟାଉନାହାନ୍ତି । ତାମିଲନାଡୁର ଏକାଧିକ ଗ୍ରାମରେ ଏପରି କିଛି ସ୍ଥିତି ଦେଖିବାକୁ ମିଳିଛି ।

ଶିବଗଙ୍ଗା ଜିଲ୍ଲାର ଭେଟ୍ଟାନଗୁଡି ଗ୍ରାମବାସୀ ଚଳିତ ଦୀପାବଳିରେ ବାଣ ଫୁଟାଇନାହାନ୍ତି । ଗ୍ରାମ ନିକଟରେ ଥିବା ବାର୍ଡ ସେଞ୍ଚୁରୀ ପକ୍ଷୀ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ସେମାନେ ପ୍ରତିବର୍ଷ ବିନା ବାଣ ଓ ଆସତବାଜୀରେ ଦୀପାବଳି ପାଳନ କରିଆସୁଛନ୍ତି । ଶିବଗଙ୍ଗା ଜିଲ୍ଲାରେ ସରକାରଙ୍କ ଦ୍ବାରା 1977ରେ ପ୍ରତିଷ୍ଠା ହୋଇଥିଲା ପକ୍ଷୀ ଅଭୟାରଣ୍ୟ । ଏଠାରେ ପ୍ରାୟ 217 ପ୍ରକାର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ । ସେଠାକାର ସ୍ଥାନୀୟ ଲୋକେ ମଧ୍ୟ ପରିବେଶ ସୁରକ୍ଷା ଓ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବାଣ ବର୍ଜନ କରିଆସିଛନ୍ତି । ସେମାନେ କୌଣସି ପର୍ବପର୍ବାଣୀରେ ବାଣ କିମ୍ବା ପ୍ରଦୂଷଣ ସୃଷ୍ଟିକାରୀ କାର୍ଯ୍ୟକଳାପରୁ ବିରତ ରହିଥାନ୍ତି ।

ସେହିପରି କୋଇମ୍ବାଟୁର ଜିଲ୍ଲାର କିଟ୍ଟାମ୍ପାଲାୟମ ଗ୍ରାମରେ ମଧ୍ୟ ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଛି । ରାଜ୍ୟର ଅନ୍ୟ ଏକ ପକ୍ଷୀ ଅଭୟାରଣ୍ୟ ହେଉଛି, ଇରୋଡେ ଜିଲ୍ଲାରେ ରହିଛି ଭୋଲଡେ ପକ୍ଷୀ ଅଭୟାରଣ୍ୟ । ପ୍ରାୟ 240 କି.ମି ପରିମିତ ଅଞ୍ଚଳରେ ଥିବା ଏହି ବାର୍ଡ ସେଞ୍ଚୁରୀରେ ଦେଖିବାକୁ ମିଳନ୍ତି ଉଭୟ ଦେଶୀ ଓ ବିଦେଶ ପକ୍ଷୀ ।

ଏହା ମଧ୍ୟ ପଢନ୍ତୁ :-ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାସ: 2 ବିଦେଶୀ ନାଗରିକ ଗିରଫ, 15 କୋଟିର ଡ୍ରଗ୍ସ ଜବତ

ତେବେ ଏଠାରେ ଅଭୟାରଣ୍ୟ ନିକଟବର୍ତ୍ତୀ ପ୍ରାୟ 20ଟି ଗ୍ରାମବାସୀ ଦୀପାବଳିରେ ବାଣ ଫୁଟାଇନାହାନ୍ତି । ସେମାନେ ପରିବେଶର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପି.ମେଟ୍ଟାପଲାୟମ, ପୋଙ୍ଗମବାଡି, ଥଲାୟନକାଟ୍ଟୁ ଭାଲାସୁ, ଥାଚାନକାରୀ, ସୀମାମ୍ପଲାୟମ ଓ ଇଲ୍ଲାପଲାୟମ ଗ୍ରାମର ଗ୍ରାମବାସୀ ବାଣ ଫୁଟାଇନାହାନ୍ତି । ତେବେ ଏହି ନିଷ୍ପତ୍ତି ପ୍ରଥମ ଥର ନୁହେଁ ବଂର ସେମାନେ ଦୀର୍ଘ 17 ବର୍ଷ ପୂର୍ବେ ପରିବେଶ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ନିଷ୍ପତ୍ତି ଚଳିତ ଥର 17 ବର୍ଷରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.