ETV Bharat / bharat

ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ହତ୍ୟା, ଅଭିଯୁକ୍ତ ଗିରଫ - ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ହତ୍ୟା

ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ହତ୍ୟା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Tamil Nadu Native Arrested
Tamil Nadu Native Arrested
author img

By

Published : Mar 8, 2023, 7:10 AM IST

ଥିରୁଅନନ୍ତପୁରମ: ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ହତ୍ୟା । ଏହି ଘଟଣାରେ ଅଭିଯୁକ୍ତ ତାମିଲନାଡୁର ଶିବଗଙ୍ଗା ନିବାସୀ ସୋନାଇ ମୁଥୁ (48) କୁ ଗିରଫ ରେଲୱେ ପୋଲିସ କରିଛି । କୋଝିକୋଡ ଜିଲ୍ଲାର କୋଇଲାଣ୍ଡିରେ ଏଭଳି ଘଟଣା ଘଟିଛି । ଯୁବକଙ୍କ ଉପରେ ଆକ୍ରମଣ କରି ଟ୍ରେନରୁ ବାହାରକୁ ଠେଲି ଦେବାର ଏକ ମୋବାଇଲ୍ ଭିଡିଓ ସାମ୍ନାକୁ ଆସିଥିଲା । ଟ୍ରେନ୍‌ରୁ ଖସିବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ସେ ଜଣେ ପ୍ରବାସୀ ଶ୍ରମିକ ହୋଇଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଷ୍ଟେଜ ସୋ ବେଳେ ସିଙ୍ଗର ପଓ୍ବନ ସିଂଙ୍କୁ ଆକ୍ରମଣ ! କାର୍ଯ୍ୟକ୍ରମରେ ବେକାକୁ ହେଲେ ଦର୍ଶକ

ସୂଚନା ମୁତାବକ ଟ୍ରେନ୍ ଯାତ୍ରା ସମୟରେ ସୋନାଇ ମୁଥୁ ଜଣେ ଯାତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ପରେ ସୋନାଇ ମୁଥୁ ତାଙ୍କୁ ବାହାରକୁ ଠେଲି ଦେଇଥିଲେ । ଏହାକୁ ନେଇ ଅନ୍ୟ ଯାତ୍ରୀଙ୍କଠାରୁ ସୂଚନା ପାଇବା ପରେ ଟ୍ରେନ୍ କୋଝିକୋଡରେ ପହଞ୍ଚିବା ପରେ ରେଳ ପୋଲିସ ମୁଥୁଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ଅପରାଧ ସ୍ୱୀକାର କରିଥିବା ଅଭିଯୁକ୍ତ ଜଣକ କାହିଁକି ଯୁବକଙ୍କୁ ଆକ୍ରମଣ କରିଥିଲା ​​ତାହା ସ୍ପଷ୍ଟ କରି ନାହିଁ । ଏଥିସହ ସୋନାଇ ମୁଥୁ କହିଛନ୍ତି ଯେ ସେ ଚଳନ୍ତା ଟ୍ରେନରୁ ଠେଲିଥିବା ଯୁବକଙ୍କୁ ଜାଣି ନାହାଁନ୍ତି । ଅନ୍ୟପଟେ ଉଭୟ ମଦ୍ୟପାନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-Women's Day Special: ଝିଅକୁ ପିଲାଟି ଦିନରୁ ଶିଖାନ୍ତୁ 'ସ୍ବାସ୍ଥ୍ୟ ହିଁ ସମ୍ପଦ'ର ମୂଲ୍ୟ

ଏହି ଘଟଣା ଗତ ରବିବାର ରାତି 10:30ରେ ମାଙ୍ଗାଲୋର- ଥିରୁଅନନ୍ତପୁରମ୍‌-ମାଲାବାର ଏକ୍ସପ୍ରେସରେ ଘଟିଥିଲା । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତକୁ ପୋଲିସ ଗିରଫ କରି ରିମାଣ୍ଡରେ ନେଇଛି । ଅନ୍ୟପଟେ ରେଳବାଇ ପୋଲିସ କୋଇଲାଣ୍ଡି ନିକଟରେ ଥିବା ଆନାକୁଲମ୍ ରେଳ ଫାଟକ ନିକଟରେ ଯୁବକଙ୍କର ମୃତ୍ୟୁ ଘଟିଥିବା ନେଇ ପ୍ରମାଣ ସଂଗ୍ରହ କରିଥିଲା ​​। ଘଟଣାସ୍ଥଳରୁ ରକ୍ତ ଓ ଚୁଟି ନମୁନା ସଂଗ୍ରହ କରିଥିଲା ପୋଲିସ । ସେହିପରି ଯେଉଁ ଯାତ୍ରୀ ଏହି ପୁରା ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ ତାଙ୍କୁ ପଚରାଉଚରା କରିଛି ପୋଲିସ । ତେବେ ମୃତ ଯୁବକଙ୍କୁ ଚିହ୍ନିବା ପାଇଁ ଏହି ଭିଡିଓ ସହାୟକ ହେବ ବୋଲି ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.