ETV Bharat / bharat

ତାମିଲନାଡୁର 17 ସିଟ୍‌ରେ ବିଜେପିର ପ୍ରାର୍ଥୀ ତାଲିକା ଜାରି, ଥାଉଜେଣ୍ଡ୍‌ସ ଲାଇଟରୁ ଲଢିବେ ଖୁସବୁ ସୁନ୍ଦର - ବିଜେପିର ପ୍ରାର୍ଥୀ ତାଲିକା

ତାମିଲନାଡୁରେ ନିଜର ସହଯୋଗୀ ଅନ୍ନାଦ୍ରମୁକ ସହିତ ମିଶି 17ଟି ସିଟ୍‌ରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇଛି ବିଜେପି । ଖୁସବୁ ସୁନ୍ଦରଙ୍କୁ ଥାଉଜେଣ୍ଡ୍‌ସ ଲାଇଟ ବିଧାନସଭା ଆସନରୁ ଟିକେଟ ଦେଇଛି ଦଳ । ଅଧିକ ପଢନ୍ତୁ...

ତାମିଲନାଡୁର 20 ସିଟ୍‌ରେ ବିଜେପିର ପ୍ରାର୍ଥୀ ତାଲିକା ଜାରି, ଥାଉଜେଣ୍ଡ୍‌ସ ଲାଇଟରୁ ଲଡିବେ ଖୁସବୁ ସୁନ୍ଦର

author img

By

Published : Mar 14, 2021, 4:05 PM IST

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ତାମିଲନାଡୁରେ ନିଜର ସହଯୋଗୀ ଅନ୍ନାଦ୍ରମୁକ ସହିତ ମିଶି 20ଟି ସିଟ୍‌ରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାବ ବିଜେପି । ତେବେ ବର୍ତ୍ତମାନ 17 ଜଣଙ୍କ ନାଁ ପ୍ରାର୍ଥୀ ତାଲିକାରେ ରହିଛି ।

ଖୁସବୁ ସୁନ୍ଦରଙ୍କୁ ଥାଉଜେଣ୍ଡ୍‌ସ ଲାଇଟ ବିଧାନସଭା ଆସନରୁ ଟିକେଟ ଦେଇଛି ବିଜେପି । ଗତବର୍ଷ ଅକ୍ଟୋବରରେ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା କଂଗ୍ରେସର ମୁଖପାତ୍ର ରହିଥିବା ଖୁସବୁ ସୁନ୍ଦର ହାଥ ଛାଡି ପଦ୍ମ ଧରିଥିଲେ । ଖୁସବୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ଖୁସବୁ ସର୍ବପ୍ରଥମେ ଡିଏମକେରେ ସାମିଲ ହୋଇଥିଲେ । ସେତେବେଳେ ଡିଏମକେର ଭାର ଏମ କରୁଣାନିଧିଙ୍କ କାନ୍ଧରେ ଥିଲା । ତେବେ କରୁଣାନିଧିଙ୍କ ନେତୃତ୍ବରେ ଖୁସବୁ ରାଜନୈତିକ କ୍ୟାରିଅରର ଆରମ୍ଭ କରିଥିଲେ । ଏହା ପରେ ସେ 2010ରେ କଂଗ୍ରେସରେ ସାମିଲ ହୋଇଥିଲେ ।

ପ୍ରାର୍ଥୀ ତାଲିକା ଘୋଷଣା କରି ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କହିଛନ୍ତି, ତାମଲନାଡୁରେ ବିଜେପି ଏନଡିଏର ସହଯୋଗୀ ଭାବେ ନିର୍ବାଚନ ଲଢିବ । ରାଜ୍ୟର 20 ବିଧାନସଭା ଆସନରେ ନିର୍ବାଚନ ଲଢିବ ଦଳ ।

ସେହିପରି ତାମିଲନାଡୁ ବିଜେପି ରାଜ୍ୟ ସଭାପତି ଏଲ ମୁରଗନ ଧାରାପୁରମ ଆସନରୁ ନିର୍ବାଚନ ଲଢିବେ । ସେହିପରି ବରିଷ୍ଠ ନେତା ଏଚ ରାଜଙ୍କୁ କରାଇକୁଡ୍ଡିରୁ ଟିକେଟ ଦେଇଛି ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.