ETV Bharat / bharat

IAF chopper crash: ଯାନ୍ତ୍ରିକ ନୁହେଁ ଖରାପ ପାଗ ଦୁର୍ଘଟଣାର କାରଣ କହିଲା IAF

author img

By

Published : Jan 2, 2022, 2:20 PM IST

ତାମିଲନାଡୁ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ବାୟୁସେନା କୋର୍ଟ ତଦନ୍ତ ପ୍ରାୟ ଶେଷ ହୋଇଛି (Tamil Nadu Chopper Crash Air Force Court of Inquiry complete)। ଯଦିଓ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ ହେଲେ ଏହା ପଛର ମୁଖ୍ୟ କାରଣ ଖରାପ ପାଗ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଦୁର୍ଘଟଣା କାରଣ କହିଲା IAF
ଦୁର୍ଘଟଣା କାରଣ କହିଲା IAF

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ବାୟୁସେନା କୋର୍ଟ ତଦନ୍ତ ପ୍ରାୟ ଶେଷ ହୋଇଛି (Tamil Nadu Chopper Crash Air Force Court of Inquiry complete)। ଯଦିଓ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ ହେଲେ ଏହା ପଛର ମୁଖ୍ୟ କାରଣ ଖରାପ ପାଗ ବୋଲି ଅନୁମାନ କରାଯାଉଛି । ଏୟାର ମାର୍ଶଲ ମନବେନ୍ଦ୍ର ସିଂଙ୍କ ନେତୃତ୍ବରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ନିଜ ଧ୍ୟାନ ହରାଇଥିଲେ ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ମନୁଷ୍ୟକୃତ ନୁହେଁ ବୋଲି ଏଏଫସି ରିପୋର୍ଟ ଦର୍ଶାଇଛି । ଏପରି ଦୁର୍ଘଟଣା ପାଇଲଟ୍ ଧ୍ୟାନ ହରାଇଲେ କିମ୍ବା ପରିସ୍ଥିତିର ସଠିକ୍ ପୂର୍ବାନୁମାନ ନକଲେ ଘଟିଥାଏ । ଏହା ବ୍ୟତୀତ ପାଇଲଟ୍ ଅଜାଣତରେ କିଛି ପୃଷ୍ଠ ସହିତ ମୁହାଁମୁହିଁ ହେଲେ ମଧ୍ୟ ଦୁର୍ଘଟଣା ଘଟେ । ଏହି ପରିସ୍ଥିତିକୁ ନିୟନ୍ତ୍ରିତ ଫ୍ଲାଇଟ୍ ଇନ୍ ଟେରେନ୍ (Controlled Flight Into Terrain) କୁହାଯାଏ ।

ଖରାପ ପାଗ ପାଇଁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିଥିବା ସ୍ଥାନ କୁନ୍ନୁରରେ ପାଗ ଖରାପ ଥିଲା ଫଳରେ ଦୁର୍ଘଟଣା ଘଟିଥିଲା । ଏଥିରେ ପାଇଲଟଙ୍କ କିଛି ଭୁଲ ନାହିଁ । ଏହାଛଡା ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି CIFT । ହେଲିକପ୍ଟରରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ସମ୍ଭାବନାକୁ ଅନୁସନ୍ଧାନକାରୀ ଦଳ ଏଡ଼ାଇ ଦେଇଛନ୍ତି । ବର୍ତ୍ତମାନ ତଦନ୍ତକାରୀ ଦଳ ଏହି ରିପୋର୍ଟକୁ ଆହୁରି ସ୍ପଷ୍ଟ କରିବା ପାଇଁ ବାୟୁସେନାର ଆଇନ ବିଭାଗର ପରାମର୍ଶ ନେଉଛନ୍ତି । ଚାରି ରୁ ପାଞ୍ଚ ଦିନ ମଧ୍ୟରେ ଏହି ରିପୋର୍ଟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର. ଚୌଧୁରୀଙ୍କୁ ହସ୍ତାନ୍ତର କରାଯାଇପାରେ।

ଆହୁରି ପଢନ୍ତୁ...IAF chopper crash: ଆସନ୍ତା ସପ୍ତାହରେ ଦାଖଲ ହୋଇପାରେ ତଦନ୍ତ ରିପୋର୍ଟ

ପ୍ରକାଶ ଥାଉ କି ଗତ ବର୍ଷ ଡିସେମ୍ବରରେ ଦେଶକୁ ସ୍ତବ୍ଧ କରିଦେଇଥିଲା ତାମିଲନାଡୁର କୁନ୍ନୁର ନିକଟରେ ଘଟିଥିବା MI-17 V-5 ହେଲିକପ୍ଟର ଦୁର୍ଘଟଣା । ଏଥିରେ ୧୪ ଜଣଙ୍କ ଦେହାନ୍ତ ହୋଇଥିଲା । ଯେଉଁଥିରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କର ଦେହାନ୍ତ ହୋଇଥିଲା । ଯାହାର ତଦନ୍ତ ପାଇଁ ଗଠିତ ହୋଇଥିଲା ତ୍ରି ସେବା କମିଟି । ବାୟୁସେନାର ବରିଷ୍ଠ ଅଧିକାରୀ ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ଏହି ତଦନ୍ତକାରୀ କମିଟିର ନେତୃତ୍ବ ନେଉଥିବାବେଳେ ସ୍ଥଳସେନା ଓ ନୌସେନାର ବରିଷ୍ଠ ଅଧିକାରୀମାନେ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.