ETV Bharat / bharat

ଷ୍ଟାଲିନଙ୍କ ବଡ ଘୋଷଣା, ପ୍ରତି ଗରିବ ପରିବାରକୁ ମିଳିବ 4000 ଟଙ୍କା - ଏମକେ ଷ୍ଟାଲିନ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏମକେ ଷ୍ଟାଲିନ । ଶପଥ ଗ୍ରହଣ ସମାରୋହରେ ବଡ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଷ୍ଟାଲିନଙ୍କ ବଡ ଘୋଷଣା, ପ୍ରତି ଗରିବ ପରିବାରକୁ ମିଳିବ 4000 ଟଙ୍କା

author img

By

Published : May 7, 2021, 3:26 PM IST

ଚେନ୍ନାଇ: ତାମିଲନାଡୁରେ କ୍ଷମାତାସୀନ ହୋଇଛି ଦ୍ରାବିଡ ମୁନ୍ନେତ୍ର କାଝଗାମ ( ଡିଏମକେ) । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏମକେ ଷ୍ଟାଲିନ । ଶପଥ ଗ୍ରହଣ ସମାରୋହରେ ବଡ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ମହାମାରୀ କୋରୋନା ଯୋଗୁଁ ଉତ୍ପନ୍ନ ସାଂପ୍ରତିକ ସଙ୍କଟକୁ ଦୂର କରିବା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଏମ.କେ ଷ୍ଟାଲିନ । ବିପିଏଲ ବର୍ଗର ହଜାର ହଜାର ଲୋକ କୋରୋନାରେ ପ୍ରଭାବିତ ହୋଇଥିବାରୁ ଏମ.କେ ଷ୍ଟାଲିନ ରାସନ କାର୍ଡଧାରୀଙ୍କ ପାଇଁ କୋଭିଡ ରିଲିଫ ପଣ୍ଡ୍‌ରୁ ପ୍ରତି ପରିବାରକୁ 4,000 ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ବିପିଏଲ କାର୍ଡଧାରୀଙ୍କୁ 2000 ଟଙ୍କା ପ୍ରଦାନ କରାଯିବ ।

ଘରୋଇ ଡାକ୍ତରଖାନାରେ ଖର୍ଚ୍ଚ ହୋଇଥିବା କୋରୋନା ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବା ପାଇଁ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ବିସ୍ତାର କରିଛନ୍ତି । ବେସରକାରୀ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ମହାମାରୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବାକୁ ବିଚାରକୁ ନେଇ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.