ଚେନ୍ନାଇ: କୋରୋନା ମହାମାରୀ ତୃତୀୟ ଲହରକୁ ନେଇ କଡା ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର । ଆସନ୍ତା ଜାନୁୟାରୀ ୨୩ ରୁ ରାଜ୍ୟରେ ଲାଗୁ ହେବ ଲକଡାଉନ । ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ର ଏମ କେ ଷ୍ଟାଲିନ। କୋରୋନା ମହାମାରୀର ତୃତୀୟ ଲହରରେ ପ୍ରଥମ ରାଜ୍ୟ ଭାବେ ଲକଡାଉନ ଘୋଷଣା କରିଛନ୍ତି ତାମିଲନାଡୁ ସରକାର।
ତାମିଲନାଡୁରେ ଦିନକୁ ଦିନ କୋରୋନା ମହାମାରୀର ତୃତୀୟ ଲହରରେ ବୃଦ୍ଧି ପାଉଛି ସଂକ୍ରମଣ। ଆଜି ଗୋଟିଏ ଦିନରେ ରାଜ୍ୟରେ ୨୮,୫୬୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଜାନୁୟାରୀ ୨୩ ରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟ ବାସୀଙ୍କୁ କଟକଣା ସମୟରେ ସମସ୍ତ ନିୟମ ମାନିବା ପାଇଁ ନିବେଦନ କରିଛନ୍ତି । କୋରୋନା ମହାମାରୀରୁ ହରାଇବା ପାଇଁ ସମସ୍ତ ପ୍ରକାରର ପ୍ରତିବନ୍ଧକ ଲଗାଯିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଗତ ପାଞ୍ଚଦିନ ଧରି ରାଜ୍ୟରେ ବୃଦ୍ଧି ପାଉଛି କୋଡିଏ ହଜାରରୁ ଅଧିକ ରହୁଛି ପଜିଟିଭିଟି ରେଟ। ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ମାମଲା 1,79,205 ରେ ଥିଲାବେଳେ ସମୁଦାୟ ମୋଟ 30,42,796 କୁ ବୃଦ୍ଧି ପାଇଛି | ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 37,112 ଛୁଇଁଛି।
@ANI