ନୂଆଦିଲ୍ଲୀ: ଶନିବାର ତାମିଲନାଡୁର ବିଜେପି ସଭାପତି ଏଲ ମୁରୁଗାନ ଏବଂ ରାଜ୍ୟରେ ଦଳର ବିଧାୟକ ମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମୋଦି ଟ୍ବିଟ କରି କହିଛନ୍ତି ଯେ ତାମିଲନାଡୁ ଦଳର ସଦସ୍ୟ ମାନେ ଏହି ବୈଠକରେ ରାଜ୍ୟର ବିକାଶ ପାଇଁ ନିଜ ନିଜର ମତ ପ୍ରକାଶ କରିଛନ୍ତି ।
ଏହି ବୈଠକରେ ତାମିଲନାଡୁର ବିଜେପି ସଭାପତି ଏଲ ମୁରୁଗାନ ଓ 4ଜଣ ବିଧାୟକ ନିନାର ନାଗିନଥ୍ରାନ, ଭାନାଥୀ ଶ୍ରୀନିବାସନ୍ , ଏମ ଆର ଗାନ୍ଧୀ ଏବଂ ସିକେ ସରସ୍ବତୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ । ତାମିଲନାଡୁର ବିକାଶ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଆଲୋଚନା ପରେ ମୁରୁଗାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏନେଇ ସେ ଟ୍ବିଟ କରି ସେ ସୂଚନା ଦେଇଛନ୍ତି । ଏହା ପରେ ମୁରୁଗାନ ଓ ବିଧାୟକ ମାନେ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ ।